Posted inଜାତୀୟ

ରାଷ୍ଟ୍ରପତି ହେଲେ କଶ୍ମୀର ସମସ୍ୟାର ସମାଧାନ କରିବାକୁ କହିଲେ ଯଶଓ୍ବନ୍ତ…

ଶ୍ରୀନଗର, ୯।୭ : ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା କଶ୍ମୀର ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଶନିବାର ଯଶଓ୍ବନ୍ତ ସିହ୍ନା କହିଛନ୍ତି ଯେ ଯଦି ନିର୍ବାଚିତ ହୁଅନ୍ତି ତେବେ ସେ କଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ।

ସିହ୍ନା କହିଛନ୍ତି ଯେ ନିର୍ବାଚିତ ହେଲେ ମୋର ଅନ୍ୟତମ ପ୍ରାଥମିକତା ହେବ କଶ୍ମୀର ସମସ୍ୟାର ସମାଧାନ, ଶାନ୍ତି, ନ୍ୟାୟ, ଗଣତନ୍ତ୍ର, ସ୍ବାଭାବିକତା, ଜମ୍ମୁ- କଶ୍ମୀର ପ୍ରତି ବିକାଶର ଶତ୍ରୁତାକୁ ଶେଷ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିବା। ୟଶୱନ୍ତ ସିହ୍ନା ଶ୍ରୀନଗରରେ ଏହି ବିବୃତ୍ତି ଦେଇଛନ୍ତି। ୧୮ ଜୁଲାଇରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ସିହ୍ନା ଶ୍ରୀନଗରରେ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ଭାରତର ନିର୍ବାଚନ ଆୟୋଗ ଜୁଲାଇ ୧୬ରେ ଦେଶର ୧୬ ତମ ରାଷ୍ଟ୍ରପତି ନିର୍ବାଚନର ତାରିଖ ଭାବରେ ସ୍ଥିର କରିଛନ୍ତି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଏମ୍‌ପି ତଥା ବିଧାୟକଙ୍କର ମୋଟ ୪,୮୦୯ ଭୋଟର ଭୋଟ ଦେବେ। କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେବ ଏବଂ ଜୁଲାଇ ୨୫ରେ ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସନ୍ଦେଶଖାଲି...

ଜମ୍ମୁ-କଶ୍ମୀରରେ ତୁଷାରପାତ

ଶ୍ରୀନଗର,୨୯ା୪: ଏପ୍ରିଲର ଶେଷ ଦିନରେ ଜମ୍ମୁ-କଶ୍ମୀରରେ ପାଣିପାଗ ଧାରା ବଦଳିଛି। ଗୁରେଜ, ମଛିଲ, ରାଜଦାନ ସମେତ ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଛି। ଏଥି...

ନିର୍ବାଚନ ପ୍ରଚାର ପାଇଁ ଜେଲରୁ ବାହାରକୁ ଆସି ପାରିବେନି ହେମନ୍ତ ସୋରେନ

ନୂଆଦିଲ୍ଲୀ,,୨୯।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀ ଏବଂ ଇଡି କାର୍ଯ୍ୟାନୁଷ୍ଠାନ ବିରୋଧରେ ତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କୌଣସି ବିଜ୍ଞପ୍ତି ପ୍ରକାଶ କରିନାହାଁନ୍ତି।...

ପ୍ରାର୍ଥିପତ୍ର ଦାଖଲ କଲେ ରାଜନାଥ ସିଂ

ଲକ୍ଷ୍ନୌ,୨୯ା୪: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସୋମବାର ତାଙ୍କର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ବିଶାଳ ଶୋଭାଯାତ୍ରାରେ ଆସି ରାଜନାଥ ସିଂ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି...

ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ ମାମଲା ପହଞ୍ଚିଲା ସୁପ୍ରିମକୋର୍ଟ, ସିଜେଆଇ କହିଲେ ଇମଲେ କର

ନୂଆଦିଲ୍ଲୀ,୨୯।୪: ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ଅପରେସନ ଚାଲିଛି। ସେପଟେ ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଏକ ପିଟିସନ...

ଟ୍ରକକୁ ଧକ୍କା ଦେଲା ପିକ୍‌ଅପ୍‌ ଗାଡି: ଚାଲିଗଲା ୯ ଜୀବନ, ୨୩ ଆହତ

ରାୟପୁର,୨୯।୪: ଛତିଶଗଡର ବେମେତାରା ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକଅପ ଗାଡି ଏବଂ ଟ୍ରକ ଧକ୍କାରେ ପାଞ୍ଚ ଜଣ ମହିଳା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri