କର୍ମଜୀବୀ ହୋଇଥିଲେ

ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କୁ ଘର ସହ ଅଫିସ୍‌ କାମ ବି ସମ୍ଭାଳିବାକୁ ହୋଇଥାଏ। ତେଣୁ ଉଭୟ କାମକୁ ଠିକ୍‌ ଭାବେ କରିବା ଲାଗି କେତେକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ…
ମହିଳାଙ୍କ ପାଇଁ ଠିକ୍‌ ଭାବେ ଟାଇମ୍‌ ମ୍ୟାନେଜମେଣ୍ଟ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଘର ହେଉ ଅବା ଅଫିସ୍‌ରେ କେଉଁ କାମ କେବେ କରିବେ ସେଥିପାଇଁ ଏକ ସମୟ ସୀମା ନିର୍ଦ୍ଧାରଣ କଲେ କାମ କରିବା ସହଜ ହୋଇଥାଏ।
ଯୌଥ ପରିବାରରେ ରହୁଥାନ୍ତି ତେବେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ବୁଝାମଣା ଠିକ୍‌ ରଖି କାମ ବାଣ୍ଟି ପାରିବେ। ଯେପରି ଜଣେ ପରିବା କାଟିବେ, ଜଣେ ରୋଷେଇ କରିବେ, କେହି ପିଲାଙ୍କ କଥା ବୁଝିବେ ଇତ୍ୟାଦି। ଏହାଦ୍ୱାରା ଆପଣଙ୍କ କାମ ଅପେକ୍ଷାକୃତ କମିଯିବ।
କାମ କରିବା ସମୟରେ ପରିବାର ଏବଂ ପିଲାମାନଙ୍କ ପାଇଁ ଚିନ୍ତିତ ରହିବା ଦ୍ୱାରା ଏହାର ନକାରାତ୍ମକ ପ୍ରଭାବ ଆପଣଙ୍କ କାମ ଉପରେ ପଡ଼ିଥାଏ। ତେଣୁ ଏପରି ନ ହେବା ଲାଗି ଆପଣ ଅଫିସ୍‌ କାମରେ ଏକାଗ୍ରତା ରଖନ୍ତୁ। ଲଞ୍ଚ୍‌ ବ୍ରେକ୍‌ କିମ୍ବା ଟିକିଏ ଫାଙ୍କା ସମୟ ମିଳିଲେ ଆପଣ ଘରକୁ କଲ୍‌ କରି ପିଲାଙ୍କ ହାଲଚାଲ ବୁଝିପାରିବେ।
ଫେରିବା ସମୟରେ ପିଲାଙ୍କ ପାଇଁ କିଛି ଉପହାର ଆଣିପାରିବେ। ଏହାସହ ଆପଣଙ୍କ ଅନୁପସ୍ଥିତିରେ ଘରର ସଦସ୍ୟମାନେ ପିଲାର ଯତ୍ନ ନେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣେଇବାକୁ ଭୁଲନ୍ତୁ ନାହିଁ।
ଆପଣଙ୍କ ଅଫିସ ଛୁଟି ଅଛି, ସେଦିନ ପରିବାର ସଦସ୍ୟମାନଙ୍କୁ ନେଇ ବାହାରକୁ ବୁଲିବାକୁ ଯାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପାଟି ଭିତରେ ଏପରି ଲାଲ୍‌ ଚିହ୍ନ ଅଛି କି, ହୋଇପାରେ କରୋନାର ଲକ୍ଷଣ

ପାଟି ଭିତରେ ଲାଲରଙ୍ଗର ଏକ ଚିହ୍ନ ଦେଖାଯାଉଥିଲେ ତାହା ମଧ୍ୟ କରୋନା ଭୂତାଣୁର ଲକ୍ଷଣ ହୋଇପାରେ ବୋଲି ସ୍ପେନ୍‌ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଅନୁସନ୍ଧାନକାରୀମାନେ...

ଏହି ୪ ରାଶିର ବ୍ୟକ୍ତିଙ୍କ ପେଟରେ ରୁହେ ନାହିଁ କୌଣସି କଥା: ଏମାନଙ୍କୁ କିଛି ବ୍ୟକ୍ତିଗତ କଥା କହୁଥିଲେ ସାବଧାନ

ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜୀବନର କଥାକୁ ନିଜର ଖାସ୍‌ ଲୋକଙ୍କ ସହ ବାଣ୍ଟିବାକୁ ପସନ୍ଦ କରିଥାନ୍ତି। ଏହାଦ୍ୱାରା ମନର ବୋଝ ହାଲକା ହୋଇଯିବା ସହ...

କେବେହେଲେ ଏହି ୩ ସମ୍ପର୍କ ଉପରେ କରନ୍ତୁ ନାହିଁ ବିଶ୍ୱାସ: ହରଡଘଣାରେ ପଡ଼ିବେ…

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଚତୁର ଏବଂ ବିଭିନ୍ନ ବିଷୟରେ ପ୍ରଗାଢ଼ ଜ୍ଞାନ ରଖିଥିବା ବ୍ୟକ୍ତିବିଶେଷ ଭାବେ ଗଣାଯାଏ। ସେ ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ...

କରୋନା ସଂକ୍ରମଣରୁ ରକ୍ଷା କରିବ ଏହି ଭିଟାମିନ୍‌

ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି। ଏହାକୁ ନେଇ ଅନେକ ଗବେଷଣା ଚାଲୁ ରହିଛି। କେତେକ ଅନୁସନ୍ଧାନରୁ ସମାନ କଥା ଜାଣିବାକୁ ମିଳିଛି।...

ନବଜାତ ଶିଶୁର ଯତ୍ନ ସମ୍ପର୍କରେ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ପ୍ରଥମ ନବଜାତ ଶିଶୁକୁ ନେଇ ଅଭିଭାବକ ବେଶି ଚିନ୍ତିତ ହୋଇପଡ଼ନ୍ତି। କାରଣ ସେମାନଙ୍କ ଯତ୍ନ ନେବା ପାଇଁ ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ।...

ମହିଳାଙ୍କୁ ସ୍ବାବଲମ୍ବୀ କରିବାର ଲକ୍ଷ୍ୟ

ସ୍ବାବଲମ୍ବୀ ହେବାକୁ ତାଙ୍କ ଭିତରେ ଥିଲା ଆତ୍ମବିଶ୍ୱାସ। ତେଣୁ ଘର କଣରେ ବସି ନ ରହି ନିଜ ସ୍ବପ୍ନକୁ ସାକାର କରିବାକୁ ସେ ଅଣ୍ଟା ଭିଡ଼ିଲେ।...

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଧନିଆ ପତ୍ର

ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା...

କୋଲେଷ୍ଟରଲ କମାଏ ଏହି ରସ…

ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ କୋଲେଷ୍ଟରଲ ସ୍ତର ହ୍ରାସ କରେ। ଫଳରେ...

Advertisement


Archives

Model This Week