ରାତାରାତି ପାଲଟିଲେ କୋଟିପତି, ମାଛ ବିକି ପାଇଲେ ୧.୩୩ କୋଟି…

ପାଲଘର,୧।୯: କଥାରେ ଅଛି ଭାଗ୍ୟରେ ପରିବର୍ତ୍ତନ ଅସିଲେ ମାଟି ଧରିଲେ ସୁନା ପାଲଟି ଯିବ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ର ପାଲଘରର ଜଣେ ମତ୍ସ୍ୟଜୀବୀ ଚନ୍ଦ୍ରକାନ୍ତ। ସେ ରାତାରାତି କୋଟିପତି ପାଲଟି ଯାଇଛନ୍ତି। ୨୮ ଅଗଷ୍ଟ ରାତିରେ ସେ ଆରବ ସାଗରକୁ ମାଛ ଧରିବାକୁ ଯାଇଥିଲେ।ତାଙ୍କ ଜାଲରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୫୭ ଘୋଲ ମାଛ ଧରାପଡ଼ିଥିଲେ। ମାଛଗୁଡ଼ିକୁ ଚନ୍ଦ୍ରକାନ୍ତ ଏବଂ ତାଙ୍କ ପୁଅ ସୋମନାଥ ୧.୩୩ କୋଟି ଟଙ୍କାରେ ବିକ୍ରି କରିଥିଲେ। ପ୍ରତି ମାଛକୁ ପ୍ରାୟ ୮୫ ହଜାର ଟଙ୍କାରେ ସେ ବିକ୍ରି କରିଛନ୍ତି।
ବଜାରରେ ଘୋଲ ମାଛର ଚାହିଦା ରହିଛି। ଏହି ମାଛକୁ ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ଚନ୍ଦ୍ରକାନ୍ତଙ୍କ ପୁଅ ସୋମନାଥ କହିଛନ୍ତି ଯେ ଆମେ ହରବା ଦେବୀ ନାମକ ଏକ ଡଙ୍ଗାରେ ୮ ଜଣ ସାଥୀଙ୍କ ସହ ମାଛ ଧରିବାକୁ ଯାଇଥିଲୁ। ସମୁଦ୍ର କୂଳରୁ ୱାଡୱାନ ଆଡକୁ ୨୦ରୁ ୨୫ ନ୍ୟୁଟିକାଲ ମାଇଲ ଦୂରେ ମାଛ ଗୁଡ଼ିକ ଧରାପଡ଼ିଥିଲେ। ଘୋଲ ମାଛକୁ ସମୁଦ୍ର ସୁନା ମଧ୍ୟ କୁହାଯାଏ କାରଣ ଏହି ମାଛଗୁଡ଼ିକର ମୂଲ୍ୟ ସୁନାଠାରୁ କମ ନୁହେଁ। ଏହାର ନାମ ଜୁଲୋଜିକାଲ ନାମ ହେଉଛି ‘ପ୍ରୋଟୋନିବିୟା ଡିଆକାନଥସ’। ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, ଜାପାନ, ସିଙ୍ଗାପୁର ଭଳି ଦେଶରେ ଏହି ମାଛର ଚାହିଦା ଅଧିକ। ଅସ୍ତ୍ରୋପଚାର ପାଇଁ ବ୍ୟବହୃତ ସୂତା, ଯାହାକି ଶରୀରରେ ଡିଜଲଭ୍‌ ହୋଇଯାଇଥାଏ। ତାହା ଏହି ମାଛରୁ ପ୍ରସ୍ତୁତ କରାଯାଇଥାଏ।
ଏହି ମାଛଗୁଡିକୁ ଉତ୍ତରପ୍ରଦେଶ ଏବଂ ବିହାରର ବ୍ୟବସାୟୀମାନେ କିଣିଥିବା ଚନ୍ଦ୍ରକାନ୍ତ କହିଛନ୍ତି। ମାଛଗୁଡ଼ିକର ନିଲାମ ପାଲଘରର ମୁର୍ବେଠାରେ ହୋଇଥିଲା ସମୁଦ୍ରରେ ପ୍ରଦୂଷଣର ମାତ୍ରା ବୃଦ୍ଧି ଯୋଗୁୁ ଏହି ମୂଲ୍ୟବାନ ମାଛଗୁଡ଼ିକ କୂଳରେ ମିଳୁ ନାହାନ୍ତି। ଏହି ମାଛ ପାଇଁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ପଡଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri