ବାଉଁଶରେ ପିଟି ମାରିଥିଲେ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ରାଜଧାନୀର ନିଶାମୁକ୍ତି କେନ୍ଦ୍ର କୃପା ଫାଉଣ୍ଡେଶନରେ ଘଟିଥିବା ହତ୍ୟା ଘଟଣାର ଦୀର୍ଘ ଏକ ମାସ ପରେ କମିଶନରେଟ ପୋଲିସ ପରଦା ଉଠାଇଛି। ଅଗଷ୍ଟ ୫ରେ ଜଗତ୍‌ସିଂହପୁର ଥାନା ଅଧୀନ ଜୋତ ଗ୍ରାମର ତ୍ରିନାଥ ସେଠୀଙ୍କୁ ଶହୀଦନଗର ଥାନା ଅନ୍ତର୍ଗତ ପାଣ୍ଡରାସ୍ଥିତ କୃପା ଫାଉଣ୍ଡେଶନରେ ବାଉଁଶରେ ପିଟିପିଟି ହତ୍ୟା କରାଯିବା ପରେ ଏହାକୁ ଦୁର୍ଘଟଣାର ରୂପ ଦିଆଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ସତ୍ୟାସତ୍ୟ ଜଣାପଡ଼ିବା ପରେ ପୋଲିସ ଏହି ନିଶାମୁକ୍ତି କେନ୍ଦ୍ରର ମାଲିକଙ୍କୁ ପିପିଲିରୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେ ହେଲେ ପୁରୀ ଜିଲା ସତ୍ୟବାଦୀ ଥାନା ଅଧୀନ ଶ୍ରୀରାମଚନ୍ଦ୍ରପୁର ଗ୍ରାମର କୀର୍ତ୍ତି ତ୍ରିପାଠୀ। ହତ୍ୟା ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି।
ସୂଚନା ଅନୁଯାୟୀ, ଅଗଷ୍ଟ ୫ତାରିଖ ଅପରାହ୍ନରେ ଉକ୍ତ ନିଶାମୁକ୍ତି କେନ୍ଦ୍ରରୁ ୫ଜଣ ରୋଗୀ ଖସି ପଳାଇଥିଲେ। ସେମାନଙ୍କ ମଧ୍ୟରୁ କାର୍ତ୍ତିକଙ୍କ ସମେତ ୩ଜଣଙ୍କୁ କେନ୍ଦ୍ରର କର୍ମଚାରୀମାନେ ଧରିଥିଲେ। ଏହାପରେ ତ୍ରିନାଥଙ୍କୁ ଉକ୍ତ କେନ୍ଦ୍ରର ମୁଖ୍ୟ କୀର୍ତ୍ତି ଓ କେୟାରଟେକର୍‌ମାନେ ମିଶି ବାଉଁଶରେ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ତ୍ରିନାଥ ଗୁରୁତର ହୋଇ ପ୍ରାଣ ହରାଇଥିଲେ। ଏହାପରେ ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ତେବେ ନିଶାମୁକ୍ତି କେନ୍ଦ୍ରର ଛାତ ଉପରୁ ପଡ଼ି ତ୍ରିନାଥଙ୍କ ମୃତ୍ୟୁ ହୋଇଥିବା କୀର୍ତ୍ତି ପୋଲିସକୁ କହିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ-୪୧/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ତେଣୁ ପୋଲିସ ଅଗଷ୍ଟ ୨୪ରେ ଏକ ହତ୍ୟା ମାମଲା (ନଂ-୩୨୬/୨୧) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ପୋଲିସ ସତ୍ୟାସତ୍ୟ ଜାଣିବା ପରେ କୀର୍ତ୍ତି ଏବଂ କେୟାରଟେକରମାନେ ଫେରାର ହୋଇଯାଇଥିଲେ।
ମୃତକଙ୍କ ବାପା ବାବାଜୀ ଚରଣ ସେଠୀଙ୍କ କହିବା ଅନୁଯାୟୀ, ୬ ମାସ ହେବ ସେ କୃପା ଫାଉଣ୍ଡେଶନର ନିଶାମୁକ୍ତି କେନ୍ଦ୍ରରେ ତ୍ରିନାଥଙ୍କୁ ଛାଡିଥିଲେ। ଏଥିପାଇଁ ସେ ଉକ୍ତ ଫାଉଣ୍ଡେଶନକୁ ଟଙ୍କା ପଠାଉଥିଲେ। ତେବେ ଅଗଷ୍ଟ ୫ ତାରିଖ ବିଳମ୍ବିତ ରାତିରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଫୋନ କରି ଜଣାଇଥିଲେ। ସେ ୬ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ଛାତରୁ ପଡ଼ି ତ୍ରିନାଥଙ୍କ ମୃତ୍ୟୁ ହୋଇଥିବା ପୋଲିସ ତାଙ୍କୁ କହିଥିଲା। ତେବେ ତାଙ୍କ ପୁଅର ହାତ କିମ୍ବା ଗୋଡ଼ ଭାଙ୍ଗି ନ ଥିବା ସହ ମୁଣ୍ଡରେ କୌଣସି କ୍ଷତ ଚିହ୍ନ ନ ଥିଲା। ତେଣୁ ପୋଲିସ କଥାରେ ସେ ବିଶ୍ୱାସ କରି ନ ଥିଲେ। ତ୍ରିନାଥଙ୍କୁ ହତ୍ୟା କରାଯାଇଥିବା ବାବାଜୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri