Posted inଜାତୀୟ

ଦରବୃଦ୍ଧି ପ୍ରତିବାଦକୁ ମାଡ଼

ନୂଆଦିଲ୍ଲୀ,୨୭।୭: ଜୁଲାଇ ୧୮ରେ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ବିକ୍ଷୋଭ ଓ ହଟ୍ଟଗୋଳ ଯୋଗୁ ଅଚଳାବସ୍ଥା ଲାଗି ରହିବାରୁ ଉଭୟ ଗୃହରେ ବିଶେଷ କାର୍ଯ୍ୟ ହୋଇପାରୁ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବୃଦ୍ଧି ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରସଙ୍ଗ ଉଠାଇ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଲୋକ ସଭାରୁ ୪ ସଦସ୍ୟ ନିଲମ୍ବିତ ହେବାର ଦିନକ ପରେ ରାଜ୍ୟ ସଭାର ୧୯ ସଦସ୍ୟଙ୍କ ବିରୋଧରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମଙ୍ଗଳବାରଠାରୁ ସପ୍ତାହେ ପାଇଁ ନିଲମ୍ବିତ ଏମ୍‌ପିମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ୭ ଜଣ ଅଛନ୍ତି। ସେମାନେ ହେଲେ ସୁସ୍ମିତା ଦେବ, ମୌସମ ନୂର, ଡ. ଶାନ୍ତନୁ ସେନ, ଦୋଳ ସେନ, ମହମ୍ମଦ ନଦିମଲ ହକ୍‌, ଅଭି ରଞ୍ଜନ ବିଶ୍ୱାସ ଓ ଶାନ୍ତା ଛେତ୍ରି। ସେହିପରି ଡିଏମ୍‌କେର ୬ ରାଜ୍ୟ ସଭା ସଦସ୍ୟ କାନିମୋଝି ଏନ୍‌.ଭି.ଏନ୍‌. ସୋମୁ, ଏମ୍‌. ହମାମେଦ ଅବଦୁଲ୍ଲା, ଏସ୍‌. କଲ୍ୟାଣ ସୁନ୍ଦରମ୍‌, ଆର୍‌. ଗିର୍‌ରଞ୍ଜନ, ଏନ୍‌.ଆର୍‌. ଏଲାଙ୍ଗୋ, ଏମ୍‌. ଷଣ୍ମୁଗମ୍‌ ଏବଂ ଟିଆର୍‌ଏସ୍‌ର ଲିଙ୍ଗାୟା ଯାଦବ, ରବୀନ୍ଦ୍ର ଭାଡ୍ଡିରାଜୁ, ଦାମୋଦର ରାଓ ଦିବାକୋଣ୍ଡାଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଏଥିସହ ସିପିଆଇଏମ୍‌ର ଏ.ଏ. ରହିମ, ଡ. ଭି. ଶିବଦାସନ ଏବଂ ସିପିଆଇ ସଦସ୍ୟ ସନ୍ଦୋଶ କୁମାର ପି. ମଧ୍ୟ ଉଚ୍ଚ ସଦନରୁ ନିଲମ୍ବିତ ହୋଇଛନ୍ତି। ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗରେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଉପାଧ୍ୟକ୍ଷ ହରିବଂଶ ସେମାନଙ୍କୁ ନିଜ ନିଜ ଆସନରେ ବସି ଶୂନ୍ୟକାଳ ଚଳାଇଦେବା ପାଇଁ ପରାମର୍ଶ ଦେଇଥିଲେ। ସେମାନେ ନ ଶୁଣିବାକୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା। ବିରୋଧୀ ସଦସ୍ୟମାନେ ରୁଲ୍‌ ୨୬୭ ଅଧୀନରେ ଦରବୃଦ୍ଧି ଏବଂ ଜିଏସ୍‌ଟି ପ୍ରସଙ୍ଗରେ ବିତର୍କ କରାଯାଉ ବୋଲି ଦାବି କରି ହୋହଲ୍ଲା କରିଥିଲେ। ଫଳରେ ବିଶୃଙ୍ଖଳିତ ଆଚରଣ ପାଇଁ ଉପାଧ୍ୟକ୍ଷ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଏକକାଳୀନ ୧୯ ଏମ୍‌ପି ନିଲମ୍ବିତ ହେବାର ଏହା ହେଉଛି ପ୍ରଥମ ଘଟଣା। ଗତବର୍ଷ ନଭେମ୍ବରରେ ରାଜ୍ୟ ସଭାରୁ ୧୨ ସଦସ୍ୟ ନିଲମ୍ବିତ ହୋଇଥିଲେ। ଏହା ପୂର୍ବରୁ ସୋମବାର କଂଗ୍ରେସ ସଦସ୍ୟ ମଣିକମ୍‌ ଟାଗୋର, ଟି.ଏନ୍‌. ପ୍ରଥପନ୍‌, ଜ୍ୟୋତିମଣି ଏବଂ ରାମ୍ୟା ହରିଦାସଙ୍କୁ ଗୃହ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ଅଭିଯୋଗରେ ନିଲମ୍ବନ କରାଯାଇଥିଲା। ଏନେଇ ରାଜ୍ୟ ସଭାରେ ଶାସକ ଦଳ ନେତା ପୀୟୂଷ ଗୋୟଲ କହିଛନ୍ତି, ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ବିରୋଧୀ ଅଯଥା ହୋହଲ୍ଲା କରି ଗୃହକାର୍ଯ୍ୟ ଚଳାଇ ଦେଉନାହାନ୍ତି। ଗୃହକାର୍ଯ୍ୟ ଚାଲୁ ବୋଲି ଚାହୁଁଥିବା ଅନ୍ୟ ନିର୍ବାଚିତ ଏମ୍‌ପିମାନଙ୍କ ଅଧିକାରରେ ସେମାନେ ହସ୍ତକ୍ଷେପ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଙ୍ଗପାଳ ଦମନରେ ଧର୍ମବିଶ୍ୱାସ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧ା୬: ମଧ୍ୟପ୍ରଦେଶର ପାନ୍ନା ଅଞ୍ଚଳରେ ଗତ ସପ୍ତାହରେ ବାଜିିଥିଲା ପୋଲିସ ସାଇରନ। ହେଲେ ତାହା ଚୋରଙ୍କୁ ଗୋଡ଼ାଇବା ଲାଗି ନୁହେଁ ବରଂ ମାରାତ୍ମକ କୀଟ ପଙ୍ଗପାଳ...

ଭାରତରେ ୮ ନୂଆ ଷ୍ଟ୍ରେନ୍‌

ନୂଆଦିଲ୍ଲୀ, ୩୦।୧୨: ୮ ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ ନ୍ୟୁରୋସାଇନ୍ସ,...

ଜେଲ୍‌ରେ ଥାଇ ଜିତିଲେ ନିର୍ବାଚନ

ଲକ୍ଷ୍ନୌ,୧୧।୩: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ତେବେ ରାଜ୍ୟର ସବୁଠୁ ହଟ୍‌ ଆସନ କୁହାଯାଉଥିବା ରାମପୁରରେ...

ସତ୍ୟପାଲ୍‌ଙ୍କ ନିମନ୍ତ୍ରଣର ଉତ୍ତର ଦେଲେ ରାହୁଲ: ପଚାରିଲେ କେବେ ଯାଇପାରିବି କଶ୍ମୀର ?

ନୂଆଦିଲ୍ଲୀ, ୧୪।୮: ଜମ୍ମୁ-କଶ୍ମୀର ଗସ୍ତରେ ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ ନିମନ୍ତ୍ରଣ କରିଛନ୍ତି। ସତ୍ୟପାଲ୍‌ଙ୍କ ଟୁଇଟର ନିମନ୍ତ୍ରଣ ଉତ୍ତରରେ...

ବାଲାକୋଟ ସେକ୍ଟରରେ ଭାରତୀୟ ସେନାକୁ ସଫଳତା: ୨ ଆତଙ୍କବାଦୀ ନିହତ

ବାଲାକୋଟ,୮।୧: ଜମ୍ମୁ-କଶ୍ମୀରର ମେହେନ୍ଦରର ବାଲାକୋଟ ସେକ୍ଟରରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ପକ୍ଷରୁ ଅଞ୍ଚଳରେ...

ଏଏପି ବିବାହରେ ଆମନ୍ତ୍ରିତ ହୋଇ ନ ଥିବା ଡ୍ୟାନ୍ସର: ଫଡ଼ନାଭିସ…

ଭାବନଗର,୧୯।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ତ୍ରିକୋଣୀୟ ଆଡ଼କୁ ମୁହାଁଇଛି। ଭାଜପା କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ପୂର୍ବରୁ କୁହାଯାଉଥିବା ବେଳେ ଏବେ ଏଏପି...

ସୁଧୁରୁଛି ଦିଲ୍ଲୀ

ନୂଆଦିଲ୍ଲୀ,୨୨।୧୧: ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତିରେ ଉନ୍ନତି ଆସିବା ସହ ଶ୍ରମିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟ ଉପରେ ଲଗାଇଥିବା ନିଷେଧାଦେଶକୁ...

ଏୟାର ଇଣ୍ଡିଆ ସମେତ ୨୮ କମ୍ପାନୀ ବିକିବେ ମୋଦି ସରକାର: ମିଳୁ ନାହାଁନ୍ତି ମନ ପସନ୍ଦର କ୍ରେତା

ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏୟାର ଇଣ୍ଡିଆ, ପଓ୍ବନ ହଂସ ସମେତ କ୍ଷତିରେ ଚାଲୁଥିବା ୨୮ଟି ପବ୍ଲିକ୍‌ ସେକ୍ଟର କମ୍ପାନୀରେ ବିନିବେଶ ଯୋଜନା କରିଛନ୍ତି।...

Advertisement
Archives

Model This Week