ସାବଧାନ! ପୃଥିବୀର ଅତି ନିକଟରେ ଅତିକ୍ରମ କରିବ ବିଶାଳକାୟ ଉଲକାପିଣ୍ଡ: ନାସା ଜାରି କଲା ସତର୍କ ସୂଚନା…

ଓ୍ବାଶିଂଟନ,୨୫।୩ : ଆମେରିକାର ମହାକାଶ ଏଜେନ୍ସି ନାସା ଏକ ଚେତାବନୀ ଦେଇଛି। ଏକ ବିଶାଳ ଉଲକାପିଣ୍ଡ ପୃଥିବୀ ଆଡକୁ ଗତି କରୁଛି। ଏହା ଏତେ ବଡ ଯେ ଯଦି ଏହା ପୃଥିବୀ ସହିତ ଧକ୍କା ହୁଏ, ତେବେ ଏହା ଏକ ବଡ଼ ସହରକୁ ମଧ୍ୟ ଧ୍ୱଂସ କରିପାରେ। ଏହା ପୃଥିବୀର ଅତି ନିକଟତର ହୋଇଛି। ତେବେ ନାସା କହିଛି ଯେ ଏହା ଧକ୍କା ନ ଦେଇ ପୃଥିବୀର ଅତି ନିକଟବର୍ତ୍ତୀ ହୋଇ ଅତିକ୍ରମ କରିବ। କାନାରି ଦ୍ୱୀପପୁଞ୍ଜରେ ଅବସ୍ଥିତ ଲା ପାଲମା ଅବଜରଭେଟୋରୀ ଚଳିତ ବର୍ଷ ଫେବୃଆରୀରେ ପ୍ରଥମ ଥର ପାଇଁ ଏହି ଉଲକାପିଣ୍ଡକୁ ଦେଖିଥିଲା। ଏହା ପରେ ମହାକାଶ ବିଜ୍ଞାନୀମାନେ ପୃଥିବୀ ଆଡକୁ ଗତି କରୁଥିବା ଏହି ଉଲକାପିଣ୍ଡ ସମ୍ପର୍କରେ ଅଧ୍ୟୟନ କରିବା ଆରମ୍ଭ କରିଥିଲେ।

ନାସା ଅନୁଯାୟୀ, ସୂର୍ଯ୍ୟଙ୍କ ଚାରିପଟେ ଘୂରି ବୁଲୁଥିବା ଏଭଳି ଉଲ୍‌ କାପିଣ୍ଡ ଅନେକ ଥର ପୃଥିବୀର ଅତି ନିକଟତର ହୋଇଥାନ୍ତି । ନାସା କହିଛି ଯେ ଗତ କିଛି ମାସ ମଧ୍ୟରେ ଅନେକ ଉଲକାପିଣ୍ଡ ପୃଥିବୀର ଅତି ନିକଟବର୍ତ୍ତୀ ହୋଇଛନ୍ତି। ସେମାନଙ୍କ ପରି ଏହି ଉଲକାପିଣ୍ଡ ମଧ୍ୟ ପୃଥିବୀ ନିକଟରେ ଗତି କରିବ। ତଥାପି, ପୃଥିବୀ ଚାରିପଟେ ଘୂର୍ଣ୍ଣନ କରୁଥିବା ଏହି ଉଲକାପିଣ୍ଡ ଗୁଡିକ ମହାକାଶରେ ଆମ ଗ୍ରହ ପାଇଁ ସବୁଠାରୁ ବଡ ବିପଦ।

ନାସା ଏହି ଉଲକାପିଣ୍ଡକୁ ୨୦୨୩-ଡିଜେଡ-୨ ଭାବରେ ନାମିତ କରିଛି। ଏହା ଶନିବାର ପୃଥିବୀ ନିକଟରେ ଅତିକ୍ରମ କରୁଥିବା ସମ୍ପର୍କରେ ଏହାର ଅଧ୍ୟୟନ କରୁଥିବା ଦଳ ଏକ ଟୁଇଟ କରିଛନ୍ତି । ଏହାର ବ୍ୟାସାର୍ଦ୍ଧ ୩୨୫ ଫୁଟ ଅଟେ। ପୃଥିବୀର ମୁହାଁମୁହିଁ ହେଲେ ଏହା ଆମେରିକାର ଯେକୌଣସି ପ୍ରମୁଖ ସହରକୁ ସଂପୂର୍ଣ୍ଣ ଧ୍ୱଂସ କରିପାରେ । ତେବେ ଏହା ପୃଥିବୀକୁ ଧକ୍କା ଦେବାର ସମ୍ଭାବନା ବହୁତ କମ ଅଟେ।

ଲାଇଭ ସାଇନ୍ସର ରିପୋର୍ଟ ଅନୁଯାୟୀ, ଯଦି ଏହି ମେଟେରାଇଟ ପୃଥିବୀ ସହିତ ଧକ୍କା ହୁଏ ତେବେ ଏକ ବଡ଼ କ୍ଷତି ହେବ। ରିପୋର୍ଟରେ କୁହାଯାଇଛି ଯେ ରୁଷିଆରେ ୨୦୧୩ ମସିହାରେ ଶେଲିବିନସ୍କ ନାମକ ଏକ ଉଲକାପିଣ୍ଡ ଆକାଶରେ ବିସ୍ଫୋରଣ ହୋଇଥିଲା। ଏହା ଯୋଗୁ ୭ ହଜାର କୋଠାରେ ବ୍ୟାପକ କ୍ଷତି ଘଟିଥିଲା। ଏହି ଘଟଣାରେ ପ୍ରାୟ ୧୫୦୦ ଲୋକ ଆହତ ହୋଇଥିଲେ। ଏହାର ବ୍ୟାସାର୍ଦ୍ଧ ୫୯ ଫୁଟ ଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?