ସାବଧାନ! ପୃଥିବୀର ଅତି ନିକଟରେ ଅତିକ୍ରମ କରିବ ବିଶାଳକାୟ ଉଲକାପିଣ୍ଡ: ନାସା ଜାରି କଲା ସତର୍କ ସୂଚନା…

ଓ୍ବାଶିଂଟନ,୨୫।୩ : ଆମେରିକାର ମହାକାଶ ଏଜେନ୍ସି ନାସା ଏକ ଚେତାବନୀ ଦେଇଛି। ଏକ ବିଶାଳ ଉଲକାପିଣ୍ଡ ପୃଥିବୀ ଆଡକୁ ଗତି କରୁଛି। ଏହା ଏତେ ବଡ ଯେ ଯଦି ଏହା ପୃଥିବୀ ସହିତ ଧକ୍କା ହୁଏ, ତେବେ ଏହା ଏକ ବଡ଼ ସହରକୁ ମଧ୍ୟ ଧ୍ୱଂସ କରିପାରେ। ଏହା ପୃଥିବୀର ଅତି ନିକଟତର ହୋଇଛି। ତେବେ ନାସା କହିଛି ଯେ ଏହା ଧକ୍କା ନ ଦେଇ ପୃଥିବୀର ଅତି ନିକଟବର୍ତ୍ତୀ ହୋଇ ଅତିକ୍ରମ କରିବ। କାନାରି ଦ୍ୱୀପପୁଞ୍ଜରେ ଅବସ୍ଥିତ ଲା ପାଲମା ଅବଜରଭେଟୋରୀ ଚଳିତ ବର୍ଷ ଫେବୃଆରୀରେ ପ୍ରଥମ ଥର ପାଇଁ ଏହି ଉଲକାପିଣ୍ଡକୁ ଦେଖିଥିଲା। ଏହା ପରେ ମହାକାଶ ବିଜ୍ଞାନୀମାନେ ପୃଥିବୀ ଆଡକୁ ଗତି କରୁଥିବା ଏହି ଉଲକାପିଣ୍ଡ ସମ୍ପର୍କରେ ଅଧ୍ୟୟନ କରିବା ଆରମ୍ଭ କରିଥିଲେ।

ନାସା ଅନୁଯାୟୀ, ସୂର୍ଯ୍ୟଙ୍କ ଚାରିପଟେ ଘୂରି ବୁଲୁଥିବା ଏଭଳି ଉଲ୍‌ କାପିଣ୍ଡ ଅନେକ ଥର ପୃଥିବୀର ଅତି ନିକଟତର ହୋଇଥାନ୍ତି । ନାସା କହିଛି ଯେ ଗତ କିଛି ମାସ ମଧ୍ୟରେ ଅନେକ ଉଲକାପିଣ୍ଡ ପୃଥିବୀର ଅତି ନିକଟବର୍ତ୍ତୀ ହୋଇଛନ୍ତି। ସେମାନଙ୍କ ପରି ଏହି ଉଲକାପିଣ୍ଡ ମଧ୍ୟ ପୃଥିବୀ ନିକଟରେ ଗତି କରିବ। ତଥାପି, ପୃଥିବୀ ଚାରିପଟେ ଘୂର୍ଣ୍ଣନ କରୁଥିବା ଏହି ଉଲକାପିଣ୍ଡ ଗୁଡିକ ମହାକାଶରେ ଆମ ଗ୍ରହ ପାଇଁ ସବୁଠାରୁ ବଡ ବିପଦ।

ନାସା ଏହି ଉଲକାପିଣ୍ଡକୁ ୨୦୨୩-ଡିଜେଡ-୨ ଭାବରେ ନାମିତ କରିଛି। ଏହା ଶନିବାର ପୃଥିବୀ ନିକଟରେ ଅତିକ୍ରମ କରୁଥିବା ସମ୍ପର୍କରେ ଏହାର ଅଧ୍ୟୟନ କରୁଥିବା ଦଳ ଏକ ଟୁଇଟ କରିଛନ୍ତି । ଏହାର ବ୍ୟାସାର୍ଦ୍ଧ ୩୨୫ ଫୁଟ ଅଟେ। ପୃଥିବୀର ମୁହାଁମୁହିଁ ହେଲେ ଏହା ଆମେରିକାର ଯେକୌଣସି ପ୍ରମୁଖ ସହରକୁ ସଂପୂର୍ଣ୍ଣ ଧ୍ୱଂସ କରିପାରେ । ତେବେ ଏହା ପୃଥିବୀକୁ ଧକ୍କା ଦେବାର ସମ୍ଭାବନା ବହୁତ କମ ଅଟେ।

ଲାଇଭ ସାଇନ୍ସର ରିପୋର୍ଟ ଅନୁଯାୟୀ, ଯଦି ଏହି ମେଟେରାଇଟ ପୃଥିବୀ ସହିତ ଧକ୍କା ହୁଏ ତେବେ ଏକ ବଡ଼ କ୍ଷତି ହେବ। ରିପୋର୍ଟରେ କୁହାଯାଇଛି ଯେ ରୁଷିଆରେ ୨୦୧୩ ମସିହାରେ ଶେଲିବିନସ୍କ ନାମକ ଏକ ଉଲକାପିଣ୍ଡ ଆକାଶରେ ବିସ୍ଫୋରଣ ହୋଇଥିଲା। ଏହା ଯୋଗୁ ୭ ହଜାର କୋଠାରେ ବ୍ୟାପକ କ୍ଷତି ଘଟିଥିଲା। ଏହି ଘଟଣାରେ ପ୍ରାୟ ୧୫୦୦ ଲୋକ ଆହତ ହୋଇଥିଲେ। ଏହାର ବ୍ୟାସାର୍ଦ୍ଧ ୫୯ ଫୁଟ ଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri