୧୫ ଘଣ୍ଟା ପଡ଼ିରହିଲା ବୃଦ୍ଧଙ୍କ ମୃତଦେହ, ଘର ଲୋକ ବି ପାଖ ମାଡ଼ିଲେନି; ପିପିଇ କିଟ୍‌ ପିନ୍ଧି ଶ୍ମଶାନ ନେଲେ ବିଡିଓ

ଛେଣ୍ଡିପଦା,୮।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଝି ଗୋହିରାପଶି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିବା ପରେ କରୋନା ଭୟରେ କେହି ପାଖ ମାଡ଼ିଲେ ନାହିଁ। ଶେଷରେ ନିଜେ ବିଡିଓ ଏବଂ ସରପଞ୍ଚ ପିପିଇ କିଟ୍‌ ପିନ୍ଧି ମୃତଦେହ ସତ୍କାର କରିବା ପାଇଁ ମଶାଣିକୁ କାନ୍ଧେଇ ନେଇଥିଲେ। ମୃତ ବୃଦ୍ଧ ଜଣକ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତ ମାଝି ଗୋହିରାପଶି ଗାଁର ଗୋବିନ୍ଦ ମାଝି। ଶୁକ୍ରବାର ରାତିରେ ତାଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା। ଏହା ପରେ ପରିବାର ଓ ଗାଁରେ ଭୟର ବାତାବରଣ ଖେଳିଯାଇଥିଲା।

କରୋନାରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ଭାବି କେହି ପାଖ ମାଡ଼ ନ ଥିଲେ। ଏପରିକି ଗ୍ରାମବାସୀ ମଧ୍ୟ ମୃତଦେହ ପାଖରୁ ଦୂରେଇ ଯାଇଥିଲେ। ଫଳରେ ଶନିବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସେମିତି ବୃଦ୍ଧଙ୍କ ମୃତଦେହ ପଡ଼ିି ରହିଲା। ଖବର ପାଇ ବାହାଳସାହି ସରପଞ୍ଚ ନାରାୟଣ ବେହେରା ଓ ଖବରଦାତାମାନେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଗ୍ରାମବାସୀ ଶୁଣି ନ ଥିଲେ। ଏ ପରି ଅମାନବୀୟ ଘଟଣାର ଖବର ପାଇ ଛେଣ୍ଡିପଦା ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ,ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ଲୋକ ଓ ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏପରି କ୍ଷେତ୍ରରେ ମହାନତା ଦେଖାଇଥିଲେ ଛେଣ୍ଡିପଦା ବିଡିଓ, ସ୍ଥାନୀୟ ସରପଞ୍ଚ , ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ । ସେମାନେ ସମସ୍ତେ ପିପିଇ କିଟ୍‌ ପିନ୍ଧି ମୃତଦେହକୁ କାନ୍ଧେଇ ସତ୍କାର କରିବା ପାଇଁ ଶ୍ମଶାନକୁ ନେଇ ଯାଇଥିଲେ। ବିଡିଓଙ୍କ ଏପରି ମହାନ କାର୍ଯ୍ୟ ଦେଖି ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଂହନାଥ ଦେବଙ୍କ ପୀଠ ପରିସର ଶୂନ୍‌ଶାନ

ବଡ଼ମ୍ବା,୧୬।୧(ଡି. ଏନ. ଏ ):କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ଟି-ବ୍ରିଜରେ ଶନିବାର ଦଳାଚକଟା ପରେ ପ୍ରଶାସନର ଚେତା ପଶିଛି।...

ପୌରସଂସ୍ଥାକୁ ପ୍ରଦୂଷଣ ଜରିମାନା

ଭୁବନେଶ୍ୱର, ୯ା୧୦(ବ୍ୟୁରୋ):ପରିବେଶକୁ କ୍ଷତି ପହଞ୍ଚାଉଥିବା କଠିନ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ, ଡାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ, ଶିଳ୍ପ ବର୍ଜ୍ୟବସ୍ତୁ ଏବଂ ନଦୀ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌...

ଟ୍ରେନ ଦୁର୍ଘଟଣା: ଆହତଙ୍କ ପାଇଁ ଭଦ୍ରକ ଜିଲା ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା

ଭଦ୍ରକ ଅଫିସ,୩।୬: ବାଲେଶ୍ୱର ଜିଲା ବାହାନଗାଠାରେ ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିବା ଆହତମାନଙ୍କ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।...

ଉଦ୍ଧାର ନାବାଳିକା ଗଲେ ବାଳାଶ୍ରମ: ୮ ଦିନ ହେଲା ଥିଲେ ପ୍ରେମିକ ଘରେ

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପୋଲିସ ତାଙ୍କ ପ୍ରେମିକଙ୍କ ଘରୁ ଉଦ୍ଧାର କରିଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ...

ପ୍ରଚାରପତ୍ରରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଆକସ୍ମିକ ଦର୍ଶାଯିବା ଘଟଣା: ସମସ୍ତ ପୁସ୍ତିକାକୁ ନଷ୍ଟ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଏକ ଆକସ୍ମିକ ଦୁର୍ଘଟଣା ଦର୍ଶାଯିବା ଘଟଣାକୁ ନେଇ ଶନିବାର ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ...

ନାଗ ଓଗାଳିଲା କୁକୁଡ଼ା ଅଣ୍ଡା

ଉଦଳା,୧୧ା୫(ଡି.ଏନ.ଏ.)- ଖାଦ୍ୟ ଅନ୍ବେଷଣରେ ନାଗଟିଏ କୁକୁଡ଼ା ଭାଡ଼ି ଭିତରେ ପଶି ଅଣ୍ଡା ଗିଳି ଦେଇଥିଲା। ସାପ ଧରାଳୀ ଉଦ୍ଧାର କରିବା ପରେ ନାଗ ଗିଳିଥିବା ୫ଟି...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର: ଧରାପଡ଼ିଲେ ଅଭିଯୁକ୍ତ

ଗୋପାଳପୁର,୧୬।୭(ନବୀନ ରାଜ ଆଚାରୀ): ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲାରେ ଗୋଳନ୍ଥରା ଥାନା ପୋଲିସ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରିଛି।...

୪ ଜିଲା ଲାଗି ୧୫ ଓଏଏସ୍‌ଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୧୩।୫(ବ୍ୟୁରୋ): ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବଢ଼ି ଚାଲଛି। ଏହାକୁ ଲକ୍ଷ୍ୟକରି ରାଜ୍ୟ ସରକାର ମଙ୍ଗଳବାର ୪ ଜିଲାରେ...

Advertisement
Archives

Model This Week