Posted inଖେଳ

ବିସିସିଆଇର ବାର୍ଷିକ ଚୁକ୍ତିନାମା ଘୋଷଣା: ଉପରକୁ ଉଠିଲେ ଜାଡେଜା, ପାଣ୍ଡ୍ୟା

ନୂଆଦିଲ୍ଲୀ,୨୭।୩: ଅକ୍ଟୋବର ୨୦୨୨ ରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଖେଳାଳିଙ୍କ ବାର୍ଷିକ ଚୁକ୍ତିନାମା ବିସିସିଆଇ ଘୋଷଣା କରିଛି। ଚାରି ଖେଳାଳିଙ୍କୁ ଏ+ ଗ୍ରେଡରେ ସ୍ଥାନିତ କରାଯାଇଛି। ଏଥି ସହିତ ପାଞ୍ଚ ଜଣ ଖେଳାଳିଙ୍କୁ ଏ ଗ୍ରେଡରେ ରଖାଯାଇଛି। ୬ ଜଣ ଖେଳାଳି ବି ଗ୍ରେଡ ଏବଂ ୧୧ ଖେଳାଳି ସି ଗ୍ରେଡରେ ଅଛନ୍ତି।

ଏଥର କେବଳ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍‌ରା ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଏ + ଗ୍ରେଡରେ ରଖାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି, ରିଷଭ ପନ୍ତ ଏବଂ ଅକ୍ଷର ପଟେଲଙ୍କୁ ଏ ଗ୍ରେଡରେ ରଖାଯାଇଛି। ଚେତେଶ୍ୱର ପୂଜାରା, ଲୋକେଶ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମାନ ଗିଲ ବି ଗ୍ରେଡରେ ଅଛନ୍ତି। ସେହିପରି ଉମେଶ ଯାଦବ, ଶିଖର ଧାୱନ, ଶାର୍ଦ୍ଦୁଲ ଠାକୁର, ଇଶାନ କିଶନ, ଦୀପକ ହୁଡା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ ଏବଂ କେ.ଏସ ଭରତ ସି ଗ୍ରେଡ୍‌ରେ ଅଛନ୍ତି।
ରବିନ୍ଦ୍ର ଜାଡେଜା ପୂର୍ବରୁ ଏ ଗ୍ରେଡରେ ଥିଲେ, ଏବେ ତାଙ୍କୁ ଏ + ଗ୍ରେଡରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ସି ଗ୍ରେଡରେ ଥିଲେ ଏବଂ ଏଥର ତାଙ୍କୁ ଏ ଗ୍ରେଡରେ ରଖାଯାଇଛି। ଅକ୍ଷର ପଟେଲଙ୍କୁ ବି ଗ୍ରେଡରୁ ଏ ଗ୍ରେଡକୁ ଅଣାଯାଇଛି। ଲୋକେଶ ରାହୁଲଙ୍କୁ ଏ ରୁ ବି ଗ୍ରେଡକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ସୂର୍ଯ୍ୟକୁମାର ଯାଦବ ଏବଂ ଶୁବମାନ ଗିଲଙ୍କୁ ସି ରୁ ବି ଗ୍ରେଡକୁ ଅଣାଯାଇଛି। ଶାର୍ଦ୍ଦୁଲ ଠାକୁର ବି ରୁ ସି ଗ୍ରେଡକୁ ଯାଇଛନ୍ତି। ଅଜିଙ୍କେ ରାହାନେ ଏବଂ ଇଶାନ୍ତ ଶର୍ମା ପୂର୍ବରୁ ବି ଶ୍ରେଣୀରେ ଥିଲେ। ଏଥର ଉଭୟ କେନ୍ଦ୍ରୀୟ ଚୁକ୍ତିରୁ ଓହରି ଯାଇଛନ୍ତି। ଇଶାନ କିଶନ, ଦୀପକ ହୁଡା, କୁଲଦୀପ ଯାଦବ, ସଞ୍ଜୁ ସାମସନ, ଅର୍ଶଦୀପ ସିଂ ଏବଂ କେ.ଏସ ଭରତ ଏହା ପୂର୍ବରୁ କେନ୍ଦ୍ରୀୟ ଚୁକ୍ତିନାମାର ଅଂଶ ନଥିଲେ। ଏହି ଖେଳାଳିମାନଙ୍କୁ ଏଥର ସି ଗ୍ରେଡ ଚୁକ୍ତିନାମା ଦିଆଯାଇଛି। ଏଥି ସହିତ ଭୁବନେଶ୍ୱର କୁମାର, ହନୁମା ବିହାରୀ, ରିଦ୍ଧିମାନ ସାହା, ମୟଙ୍କ ଅଗ୍ରୱାଲ ଏବଂ ଦୀପକ ଚହର ପୂର୍ବରୁ ସି ଗ୍ରେଡରେ ଥିଲେ, ଯେଉଁମାନେ ଏଥର ଚୁକ୍ତିନାମାରୁ ବଞ୍ଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?