Posted inଖେଳ

ଖେଳାଳିଙ୍କୁ ବିସିସିଆଇର ଚେତାବନୀ: ରିପୋର୍ଟ ନେଗେଟିଭ୍‌ ନ ଆସିଲେ ଇଂଲଣ୍ଡ ଗସ୍ତରୁ ବାଦ୍‌

ନୂଆଦିଲ୍ଲୀ, ୧୨।୫- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତୀୟ ଦଳ ପ୍ରସ୍ତୁତ ହେଉଛି। ନିକଟରେ ଟିମ୍‌ ଇଣ୍ଡିଆ ଖେଳାଳିମାନେ ଇଂଲଣ୍ଡ ଗସ୍ତରେ ଯିବେ। ମାତ୍ର ବାୟୋ-ବବଲରେ ସଂକ୍ରମଣ ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅଧାରୁ ସ୍ଥଗିତ ରହିବା ଘଟଣାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଖେଳାଳିମାନଙ୍କୁ ଚେତାବନୀ ଦେଇଛି। ମୁମ୍ବାଇରେ ଏକତ୍ରିତ ହେବାପରେ ଯେଉଁ ଖେଳାଳିଙ୍କର ପଜିଟିଭ୍‌ ରିପୋର୍ଟ ଆସିବ ସେମାନେ ଗସ୍ତରୁ ବାଦ୍‌ ପଡ଼ିବେ। କିଛି ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଚାର୍ଟାର୍ଡ ବିମାନର ବ୍ୟବସ୍ଥା କରାଯିବ ନାହିଁ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟକରି ଦିଆଯାଇଛି। ଭାରତୀୟ ଦଳର ଖେଳାଳି, ସେମାନଙ୍କ ପରିବାର ଏବଂ ସପୋର୍ଟ ଷ୍ଟାଫ୍‌ ୨ ଥର ନେଗେଟିଭ୍‌ ହେଲେ ଯାଇ ମୁମ୍ବାଇ ଯାଇପାରିବେ। ଏହାଦ୍ୱାରା ସଂକ୍ରମଣହୀନ ବ୍ୟକ୍ତିମାନେ ହିଁ ବାୟୋ-ବବଲରେ ପ୍ରବେଶ କରିପାରିବେ। ମୁମ୍ବାଇରେ ପହଞ୍ଚତ୍ବା ପାଇଁ ଖେଳାଳିମାନେ ବିମାନ କିମ୍ବା କାର୍‌ ବ୍ୟବହାର କରିପାରିବେ। ଏହା ସେମାନଙ୍କ ପସନ୍ଦ ଅନୁସାରେ ହୋଇପାରିବ। ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ କୋଭିଶିଲ୍ଡ ଟିକା ନେବାକୁ ପରାମର୍ଶ ଦିଆଯାଇଛି। ଫଳରେ ସେମାନେ ଏହାର ଦ୍ୱିତୀୟ ଡୋଜ୍‌ ଇଂଲଣ୍ଡରେ ନେଇପାରିବେ। କେହି କୋଭାକ୍ସିନ ନ ନେବାକୁ ନିର୍ଦ୍ଦେଶ ରହିଛି।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବା ପାଇଁ ଭାରତୀୟ ଦଳ ଜୁନ୍‌ ୨ରେ ଇଂଲଣ୍ଡ ଗସ୍ତ କରିବା ସମ୍ଭାବନା ରହିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ମୁକାବିଲା ହେବ। ଏହାପରେ ଏକମାସର ବ୍ୟବଧାନ ପରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ମେ’ ୧୯ ସୁଦ୍ଧା ବାୟୋ-ବବଲରେ ପ୍ରବେଶ କରିବାକୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ପରାମର୍ଶ ଦିଆଯାଇଛି। ମୁମ୍ବାଇରେ ଖେଳାଳିମାନେ ୮ରୁ ୧୨ ଦିନ କଟାଇବା ପରେ ସାଉଥାମ୍ପଟନ ଅଭିମୁଖେ ଯାତ୍ରା କରିବେ। ଜୁନ୍‌ ୧୮ରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଆରମ୍ଭ ହେବ। ଭାରତରେ ବାୟୋ-ବବଲରେ ରହିଲେ ଖେଳାଳିମାନଙ୍କୁ ୟୁନାଇଟେଡ କିଙ୍ଗ୍‌ଡମ୍‌ରେ କଠୋର କ୍ୱାରାଣ୍ଟାଇନକୁ ଏଡ଼ାଇ ପାରିବେ। କେତେକ ଖେଳାଳି ୮-୯ ମାସ ଧରି ବବ୍‌ଲ୍ସ ଏବଂ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଖେଳାଳିମାନଙ୍କୁ ଗୋଟିଏ ବାୟୋ-ବବଲରୁ ଆଉ ଗୋଟିଏ ବାୟୋ-ବବଲ ପରିବେଶକୁ ନେବାପାଇଁ ବିସିସିଆଇ ଯୋଜନା କରିଛି। ସେଥିପାଇଁ ଇଂଲଣ୍ଡ ଯିବା ପୂର୍ବରୁ ମୁମ୍ବାଇରେ ବ୍ୟବସ୍ଥା କରାଯାଇଛି।
ତେବେ ଭାରତୀୟ ଦଳ କିପରି ଇଂଲଣ୍ଡ ଯିବ ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ଭାରତ ଦୁବାଇ ବାଟଦେଇ ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ମାତ୍ର ଏଥର ସେପରି ହେବା ସମ୍ଭାବନା ନାହିଁ। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ୟୁକେ ସରକାର ଭାରତକୁ ଲାଲ୍‌ ତାଲିକାଭୁକ୍ତ କରିଛନ୍ତି। କୌଣସି ବିଦେଶୀ ୟୁକେ ସୀମାରେ ପ୍ରବେଶ କଲେ ୧୪ ଦିନିଆ କଠୋର ଆଇସୋଲେଶନ ନିୟମ ମାନିବାକୁ ବାଧ୍ୟ। ଏ ସମ୍ପର୍କରେ ବିସିସିଆଇ ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ସହିତ ଆଲୋଚନା ଜାରି ରଖିଛି। ଯେହେତୁ ଭାରତୀୟ ଖେଳାଳିମାନେ ମୁମ୍ବାଇ ବାୟୋ-ବବଲରୁ ଯିବେ ୟୁକେରେ କ୍ୱାରାଣ୍ଟାଇନ୍‌କୁ ୭ ଦିନକୁ ହ୍ରାସ କରିବାକୁ ବିସିସିଆଇ ଚାହୁଁଛି। ଖେଳାଳିମାନେ କୋଭିଶିଲ୍ଡର ପ୍ରଥମ ଡୋଜ୍‌ ନେଇଯିବା ପାଇଁ ସମସ୍ତ ସଦସ୍ୟଙ୍କୁ ବିସିସିଆଇ ପରାମର୍ଶ ଦେଇଛି। ଇଂଲଣ୍ଡରେ ଦ୍ୱିତୀୟ ଡୋଜ୍‌ର ବ୍ୟବସ୍ଥା ବିସିସିଆଇ ପକ୍ଷରୁ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ଦିନିକିଆ ବିଶ୍ୱକପ୍ ୨୦୨୭ ଫର୍ମାଟ୍ ବଦଳାଇଲା ICC; ଜୟ ଶାହାଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲେ ୪ ଦେଶର ଅଧିନାୟକ

ନୂଆଦିଲ୍ଲୀ,୧୭।୭: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର ଫର୍ମାଟ୍‌ରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ହଠାତ ବଡ଼…

ଭାରତକୁ ବିଶ୍ୱକପ୍ ଜିତାଇଥିବା କ୍ରିକେଟର ଏବେ ଜେଲ୍‌ରେ! ଲାଞ୍ଚ ଯାଚିବା ଅଭିଯୋଗରେ ଶ୍ରୀଲଙ୍କାରେ ଗିରଫ ହେଲେ…

କଲମ୍ବୋ,୧୭।୭: ଭାରତୀୟ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୨୦୧୮ ଅଣ୍ଡର-୧୯ ବିଶ୍ୱକପ ବିଜେତା ଦଳର ହିରୋ ତଥା ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ମନଜୋତ…

ହଠାତ ଲଣ୍ଡନରେ ପହଞ୍ଚିଲେ ରୋହିତଙ୍କ ମା’ବାପା, ଲର୍ଡସ ଦିନିକିଆ ପରେ ସନ୍ନ୍ୟାସ ନିଶ୍ଚିତ!

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ବ୍ୟାଟରଙ୍କ ମଧ୍ୟରୁ ଅନ୍ୟତମ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଇଂଲଣ୍ଡ ବିପକ୍ଷରେ…

ଫାଇନାଲ ଦେଖିବାକୁ ଯିବେ ନାହିଁ ଆର୍ଜେଣ୍ଟିିନା ରାଷ୍ଟ୍ରପତି, କାହିଁକି ଜାଣନ୍ତୁ..

ବୁଏନ୍ସ ଏରିଜ, ୧୭ା୭: ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍‌ ମିଲେଇଙ୍କର ଏକ ଅନ୍ଧବିଶ୍ୱାସ ରହିଛି। ଏଥିପାଇଁ ସେ ରବିବାର ଆର୍ଜେଣ୍ଟିନା ଓ ସ୍ପେନ୍‌ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍‌…

‘ମୁଁ ଖେଳିବା ଛାଡିଦେବି…’, କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କଲା ରୋହିତ ଶର୍ମାଙ୍କ….

ନୂଆଦିଲ୍ଲୀ,୧୭।୭: ୧୯ ଜୁଲାଇ ଦିନ ରୋହିତ ଶର୍ମା ନିଜ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ…

IND vs ENG: ତୃତୀୟ ODI ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା; ନିର୍ଣ୍ଣାୟକ ମ୍ୟାଚରୁ ବାଦ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଶେଷ ମ୍ୟାଚ…

ବିସିସିଆଇ ଅଧିକାରୀଙ୍କ ସହ ସାକ୍ଷାତ କଲେ ରୋହିତ ଶର୍ମା; ଜାଣନ୍ତୁ କ’ଣ ହେଲା ବୈଠକରେ

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଗଣମାଧ୍ୟମରେ ଗୁରୁବାର ପ୍ରକାଶିତ ଖବରରୁ ଭାରତୀୟ କ୍ରିକେଟ ହଇଚଇ ସୃଷ୍ଟି ହୋଇଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ ୧୯ ଜୁଲାଇରେ ଲର୍ଡସରେ ଇଂଲଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri