Posted inଖେଳ

ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍‌? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି !

ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ କ୍ରିକେଟ ଏକାଡେମୀ ମୁଖ୍ୟ ଭିଭି ଏସ୍‌ ଲକ୍ଷ୍ମଣ, ଗୌତମ ଗମ୍ଭୀର, ଜଷ୍ଟିନ୍‌ ଲାଙ୍ଗର, ରିକି ପଣ୍ଟିଂ ଏବଂ ଚେନ୍ନାଇ ମୁଖ୍ୟ କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂ ଏହି ଦୌଡ଼ରେ ଅଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ ଗମ୍ଭୀର ଏବଂ ଫ୍ଲେମିଂଙ୍କୁ ମଜଭୂତ ଦାବିଦାର ବୋଲି କୁହାଯାଉଛି। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର କୋଚ୍‌ କିଏ ହେବ ସେ ନେଇ ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଷ୍ପତ୍ତି ନେଇପାରନ୍ତି।

ବିସିସିଆଇର ପ୍ରଚେଷ୍ଟା ସତ୍ତ୍ୱେ ନିଜର କାର୍ଯ୍ୟକାଳ ବଢ଼ାଇବାକୁ ଚାହୁଁନାହାନ୍ତି ରାହୁଲ ଦ୍ରାବିଡ। ଏକ ରିପୋର୍ଟ ଅନୁଯାୟୀ ଫ୍ଲେିମିଂଙ୍କୁ ଏହି ଦାୟିତ୍ୱ ଦେବା ଲାଗି ବୋର୍ଡ ଚାହୁଁଛି। ମାତ୍ର ୨୦୨୭ ଯାଏ ଏହି ଦାୟିତ୍ୱ ତୁଲାଇବାକୁ ସେ ଅକ୍ଷମ ବୋଲି କହୁଛନ୍ତି।

ଆଇପିଏଲ୍‌ ଆରମ୍ଭରୁ ବୋର୍ଡ ଫ୍ଲେମିଂଙ୍କ ସହ ଆଲୋଚନା କରିଥିଲା। ସେ ଏଭଳି ଦାୟିତ୍ୱ ନେବାକୁ ଚାହୁଁଥିଲେ, ଯେଉଁଥିରେ କମ୍‌ ସମୟ ଦେବାକୁ ପଡ଼ିବ। ଏହାପରେ ଗମ୍ଭୀର ଏବଂ ପଣ୍ଟିଂଙ୍କ ଭଳି ଅନ୍ୟ ବିକଳ୍ପ ଦେଖାଯାଇଥିଲା। ହେଲେ ଚେନ୍ନାଇର ପରାଜୟ ପରେ ବିସିସିଆଇ ଫ୍ଲେମିଂଙ୍କୁ ବୁଝାଇବାକୁ ଆଉ ଏକ ଅବସର ଥିବା ଦେଖୁଛି। ଏଣୁ ଧୋନୀଙ୍କ ସହାୟତା ଲୋଡାଯାଉଛି।

ଧୋନୀ ଏବଂ ଫ୍ଲେମିଂଙ୍କ ମଧ୍ୟରେ ନୀବିଡତା ରହିଛି। ଫ୍ଲେମିଂ ଚେନ୍ନାଇ କୋଚ୍‌ ହେବାପରଠାରୁ ଧୋନୀ ତାଙ୍କୁ ଦଳକୁ ଛାଡ଼ିବାକୁ ଦେଇନାହାନ୍ତି। ପ୍ରଥମେ ସେ ସିଏସ୍‌କେ ପାଇଁ ଖେଳୁଥିଲେ, ଏବେ ସେ କୋଚ୍‌ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଯେବେ ଚେନ୍ନାଇ ଉପରେ ୨ ବର୍ଷର ପ୍ରତିବନ୍ଧକ ଲାଗିଥିଲା, ସେତେବେଳେ ଧୋନୀ ତାଙ୍କୁ ରାଇଜିଂ ପୁଣେ ସୁପରଜିଆଣ୍ଟସରେ ନିଜ ସହ ରଖିଥିଲେ। ଏବେ ଆଇପିଏଲ୍‌ ଥିବା ଯୋଗୁ ବିସିସିଆଇ ଧୋନୀଙ୍କ ସହ କଥା ହେବାକୁ ଚାହୁଁ ନ ଥିଲା। ହେଲେ ଏବେ ତାଙ୍କ ଟିମ୍‌ ବାଦ୍‌ ପଡ଼ିଛି। ଏଣୁ ବୋର୍ଡ ଶେଷଥର ପାଇଁ ଧୋନୀଙ୍କ ଜରିଆରେ ଚେଷ୍ଟା କରିବାକୁ ବୋର୍ଡ ଚାହୁଁଛି।

ଧୋନୀ ଯଦି ଫ୍ଲେମିଂକୁ ବୁଝାଇବାରେ ସଫଳ ହୁଅନ୍ତି ତେବେ ସେ ଭାରତର ହେଡ୍‌ କୋଚ୍‌ ହୋଇପାରନ୍ତି। ଯଦି ଏଭଳି ହୁଏ ନାହିଁ ତେବେ ଗମ୍ଭୀରକୁ ଏହି ପଦ ଲାଗି ବଡ଼ ଦାବିଦାର ହେବେ। ଏଥିଲାଗି ଧୋନୀଙ୍କ ହାତରେ କୋଚ୍‌ କିଏ ହେବ ତାହା ରହିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?