Posted inଖେଳ

ଆଇପିଏଲରୁ ବ୍ୟାନ ହୋଇପାରନ୍ତି ଦୁଇ ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୨ ସଂସ୍କରଣରୁ ବ୍ୟାନ ହୋଇପାରନ୍ତି ଷ୍ଟାର ଭାରତୀୟ ଖେଳାଳି ଲୋକେଶ ରାହୁଲ ଓ ଆଫଗାନିସ୍ତାନର ପ୍ରସିଦ୍ଧ ସ୍ପିନର ରଶିଦ ଖାନ। ଦୁଇ ଖେଳାଳିଙ୍କ ବିରୋଧରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଓ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିସିସିଆଇ ନିକଟରେ ଅଭିଯୋଗ କରିଛନ୍ତି।

ଇନସାଇଡ୍‌ସ୍ପୋର୍ଟରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଦୁଇ ଖେଳାଳି ନିଜ ଫ୍ରାଞ୍ଚାଇଜ ଛାଡ଼ି ଆର୍‌ପିଏସ୍‌ଜି ଗ୍ରୁପ ସମର୍ଥିତ ଲକ୍ଷ୍ନୌ ଫ୍ରାଞ୍ଚାଇଜରେ ଯୋଗ ଦେବା ପାଇଁ ଆଲୋଚନା କରିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏହି ଅଭିଯୋଗ ଉପରେ ତଦନ୍ତ କରୁଛି।

ଅଭିଯୋଗ ସମ୍ପର୍କରେ ବିସିସିଆଇ ସୂତ୍ରରୁ କୁହାଯାଇଛି, ଆମକୁ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ମିଳିନାହିଁ। କିନ୍ତୁ ଲକ୍ଷ୍ନୌ ଦଳ ଖେଳାଳିଙ୍କୁ ପୋଚିଂ କରୁଥିବା ଦୁଇ ଫ୍ରାଞ୍ଚାଇଜ ମୌଖିକ ଭାବେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ଚାଲିଛି। ଯଦି ଅଭିଯୋଗରେ ସତ୍ୟତା ଥିବା ପ୍ରମାଣିତ ହୁଏ, ତେବେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମେ ପୁରୁଣା ଦଳର ସନ୍ତୁଳନ ନଷ୍ଟ କରିବାକୁ ଚାହୁଁନାହିଁ। ମାତ୍ର ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ବେଳେ ଏଭଳି ସମସ୍ୟାକୁ ଏଡ଼ାଯାଇ ପାରିବ ନାହିଁ।

ଉକ୍ତ ରିପୋର୍ଟ ମୁତାବକ, ରାହୁଲ ଓ ରଶିଦଙ୍କୁ ଆର୍‌ପିଏସ୍‌ଜି ସମର୍ଥିତ ଲକ୍ଷ୍ନୌ ଫ୍ରାଞ୍ଚାଇଜରେ ସାମିଲ ହେବା ପାଇଁ ଯଥାକ୍ରମେ ୨୦ ଓ ୧୬ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ସନରାଇଜର୍ସ ଆଫଗାନ ସ୍ପିନରଙ୍କୁ ଦଳରେ ରଖିବାକୁ ଚାହୁଁଚି। ହେଲେ ତାଙ୍କୁ ୧୨ କୋଟିରୁ ଅଧିକ ଟଙ୍କା ଦେବାକୁ ଚାହୁଁନାହିଁ। ବର୍ତ୍ତମାନ ରଶିଦଙ୍କୁ ପ୍ରତ୍ୟେକ ସିଜନ ପିଛା ୯ କୋଟି ମିଳୁଥିବା ବେଳେ ରାହୁଲଙ୍କୁ ୧୧ କୋଟି ଟଙ୍କା ମିଳୁଛି।

ତେବେ ୨୦୧୦ରେ ପ୍ରଥମ ଥର ପାଇଁ ଆଇପିଏଲରେ ଖେଳାଳିଙ୍କ ପୋଚିଂ ଘଟଣା ସାମ୍ନାକୁ ଆସିଥିଲା। ସେତେବେଳେ ବର୍ଷକ ଲାଗି ବାସନ୍ଦ ହୋଇଥିଲେ ସିଏସ୍‌କେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ରାଜସ୍ଥାନ ରୟାଲ୍ସ ଦଳ ସହ ତାଙ୍କ ଚୁକ୍ତି ଶେଷ ହୋଇ ନ ଥିବା ବେଳେ ସେ ଅନ୍ୟ ଫ୍ରାଞ୍ଚାଇଜ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri