ବୁଲା ବିକାଳିଙ୍କ କବ୍‌ଜାରେ ବଜାର ପିଣ୍ଡି

ରାୟଗଡ଼ା,୨୩ା୩(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମା ଠାରେ କୌଣସି ସ୍ଥାୟୀ ପରିବା ବଜାର ନିର୍ମାଣ ହୋଇନାହିଁ ା ତେଣୁ ଯିଏ ଯେଉଁଠି ବସି ବ୍ୟବସାୟ କଲା ସେଠାକୁ ଲୋକେ ଯାଇ କିଣାକିଣି କରୁଛନ୍ତି। ପୌର ପରିଷଦ କତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଚାଲିଥିବା ଅଭିଯୋଗ ହେଉଛି। ଏପରିିକି ପରିବା ବଜାର ପିଣ୍ଡି ନିର୍ମାଣ ହୋଇ ୪ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ପ୍ରଦାନ କରାଯାଉନାହିଁ। ଶାସକ ଓ ବିରୋଧୀ ଦଳ ନେତାମାନେ ସେମାନଙ୍କ ଲୋକଙ୍କୁ ଦେବା ପାଇଁ ପିଣ୍ଡି ପ୍ରଦାନ ପ୍ରକ୍ରିୟାକୁ ଅଟକାଇ ରଖିଛନ୍ତି। ଅନ୍ୟପଟେ ଏହାର ସୁଯୋଗ ନେଇ ଗତ କିଛିଦିନ ହେବ ଯାଯାବର ବୁଲା ବିକାଳିମାନେ ଏହି ବଜାର ପିଣ୍ଡିକୁ ଏକ ପ୍ରକାର ଜବରଦଖଲ କରିଛନ୍ତି।
୨୦୧୯ରେ ରାୟଗଡ଼ା ସହରର ଶାରଳା ଛକରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ବଜାର ପିଣ୍ଡି ନିର୍ମାଣ ହେଲା। ଏହାକୁ ପରିବା ବ୍ୟବସାୟୀଙ୍କୁ ଆବଣ୍ଟନ କରାଯିବ ବୋଲି ପିଣ୍ଡି ନିର୍ମାଣ ପୂର୍ବରୁ କୁହାଯାଇଥିଲା । ଏଥିପାଇଁ ଦୈନିକ ନିର୍ଦ୍ଦିଷ୍ଟ ଭଡା ସେମାନଙ୍କଠାରୁ ଆଦାୟ କରି ସେହି ସ୍ଥାନରେ ଏକ ସ୍ଥାୟୀ ପରିବା ବଜାର କରିବାକୁ ପ୍ରସ୍ତାବ ଥିଲା। ତେବେ ପିଣ୍ଡି ନିର୍ମାଣ ସରିବା ପରେ ଏହା ରାଜନୀତିର ପଶାପାଲି ଭିତରକୁ ଚାଲିଯାଇଛି। ପ୍ରାୟ ୧୦୦ ଜଣ ବ୍ୟବସାୟୀଙ୍କ ପାଇଁ ଏହି ପିଣ୍ଡି ନିର୍ମାଣ ହୋଇଥିଲେ ମଧ୍ୟ ଏ ଯାଏ ଗୋଟିଏ ବି ପିଣ୍ଡି ଆବଣ୍ଟନ ହୋଇନାହିଁ। ପିଣ୍ଡି ନେବାକୁ ଇଚ୍ଛୁକ ବ୍ୟବସାୟୀ ବାରମ୍ବାର ପୌର କାର୍ଯ୍ୟାଳୟ ଯାଇ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳୁ ନ ଥିବା ଅଭିଯୋଗ ହେଉଛି। ବ୍ୟବସାୟୀ ସଂଘ ମଧ୍ୟ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଏକାଧିକ ବାର ଅବଗତ କରାଇଛନ୍ତି ା ତଥାପି କୌଣସି ସୁଫଳ ମିଳୁନାହିଁ। ତେଣୁ କୌଣସି ଉପାୟ ନ ପାଇ ପରିବା ବିକ୍ରେତାମାନେ ମୁଖ୍ୟରାସ୍ତା ଉପରେ ବସି ବ୍ୟବସାୟ କରୁଛନ୍ତି। ବର୍ଷା ଓ ଖରାରେ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ରାସ୍ତା ଉପରେ ବ୍ୟବସାୟ ଦ୍ୱାରା ଟ୍ରାଫିକ ଜାମ ହେଉଛି। ଲୋକେ ଯାତାୟତରେଅସୁବିଧା ଭୋଗୁଛନ୍ତି। ସେପଟେ ବଜାର ପିଣ୍ଡିଗୁଡିକରେ ଯାଯାବରମାନେ ରହି ବ୍ୟବସାୟ କରୁଛନ୍ତି। ସେଠାରେ କେତେଜଣ ଅସାମାଜିକ କାର୍ଯ୍ୟ ଚଳାଉଥିବା ବାରମ୍ବାର ଅଭିଯୋଗ ପରେ ପୋଲିସ ଯାଞ୍ଚ କରିଛି। ଯାଯାବର ମରାଠି ସମ୍ପ୍ରଦାୟର କିଛି ଯୁବକଙ୍କୁ ଥାନାକୁ ନେଇ ପଚରାଚରା ପରେ ଚେତାବନୀ ଦେଇ ଛାଡିଥିବା ସୂଚନା ମିଳିଛି। ଏହି ପିଣ୍ଡି ଆବଣ୍ଟନ ହେଲେ ବ୍ୟବସାୟୀଙ୍କ ସମସ୍ୟା ଦୂର ହେବା ସହିତ ପୌର ପରିଷଦକୁ ରାଜସ୍ବ ମିଳିପାରିବ। ତେଣୁ ଜିଲାପାଳ ଏଥିପ୍ରତି ଧ୍ୟାନ ଦେବାକୁ ବ୍ୟବସାୟୀ ଦାବି କରିଛନ୍ତି ା ଏନେଇ ପୌର ନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମ୍ମଦଙ୍କୁ ପଚାରିବାରେ ଉକ୍ତ ସ୍ଥାନରେ ଥିବା ଜବରଦଖଲକାରୀଙ୍କୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଖୁବଶୀଘ୍ର ପିଣ୍ଡି ଆବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?