ବାଓ୍ବରିଆ ଗ୍ୟାଙ୍ଗ୍‌ର ଗୁମର ଖୋଲୁଛି

ଭୁବନେଶ୍ୱର,୨।୬(ବ୍ୟୁରୋ): ସାରା ଦେଶରେ ବାଓ୍ବରିଆ ଗ୍ୟାଙ୍ଗ୍‌ର ନେଟ୍‌ଓ୍ବର୍କ ରହିଛି। ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଆତଙ୍କ ଖେଳାଇ ଲୁଟ୍‌ପଟ୍‌ କରୁଥିବା ଏହି ଗ୍ୟାଙ୍ଗ୍‌ର ୪ଜଣଙ୍କୁ ଗିରଫ ପରେ କମିଶନରେଟ ପୋଲିସ୍‌ ଦିନକୁ ଦିନ ନୂଆ ତଥ୍ୟ ପାଉଛି। ଗ୍ୟାଙ୍ଗର ସହଯୋଗୀମାନେ ବିଭିନ୍ନ ରାଜ୍ୟରେ ଆଡ୍ଡା ଜମାଇ ଅପରାଧ ଜାରି ରଖିନ୍ତି। ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ ଧରିବାକୁ କମିଶନରେଟ ପୋଲିସ ପ୍ରୟାସ ଚଳାଇଛି। ଏଥିପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ସେମାନଙ୍କୁ ଚିହ୍ନଟ କରିବା ସହ ଗତିବିଧିକୁ ନଜର ରଖିଛି। ଏନେଇ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିଭିନ୍ନ ରାଜ୍ୟର ପୋଲିସ ସହ ଯୋଗାଯୋଗ ରହିଛି। ସେମାନେ ବହୁ ସାହାଯ୍ୟ କରୁଥିବା ଡିସିପି ପ୍ରତୀକ ସିଂ କହିଛନ୍ତି। ତାଙ୍କ ସୂଚନାନୁସାରେ, କମିଶନରେଟ ପୋଲିସ ଗିରଫ କରିଥିବା ଉତ୍ତରପ୍ରଦେଶ ସାମ୍‌ଲି ଜିଲା ଝିଂଝାଣା ଥାନା ଅଞ୍ଚଳର ପ୍ରଦୀପ କୁମାର, ବିକାଶ, ରବି କୁମାର ଓ ବାବୁ ରାମ୍‌ଙ୍କ ନାମରେ ଏଯାବତ୍‌ ଶତାଧିକ ମାମଲା ରହିଥିବା ଜଣାପଡିଛି। ବିଶେଷକରି ଅଭିଯୁକ୍ତ ପ୍ରଦୀପ ଓ ରବିଙ୍କ ପୂର୍ବ ଆପରାଧିକ ରେକର୍ଡ ସଂକ୍ରାନ୍ତ ଅଧିକ ତଥ୍ୟ କମିଶନରେଟ ପୋଲିସ୍‌ର ହସ୍ତଗତ ହୋଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବେଙ୍ଗାଲୁରୁ, ହରିୟାନା, ହାଇଦ୍ରାବାଦ ଆଦି ରାଜ୍ୟରେ ସେମାନଙ୍କ ନାମରେ ୧୦୦ରୁ ଅଧିକ ମାମଲା ରହିଛି। କେଉଁ ରାଜ୍ୟରେ ଏମାନେ ମୋଷ୍ଟ ୱାଣ୍ଟେଡ୍‌ ଅଛନ୍ତି ତାହାର ତଥ୍ୟ ପାଇଁ ବିଭିନ୍ନ ରାଜ୍ୟର ପୋଲିସ ସହ ଯୋଗାଯୋଗ ଜାରି ରହିଥିବା ଡିସିପି ସିଂ କହିଛନ୍ତି। ଅନ୍ୟପଟେ ଝାରପଡା ଜେଲରେ ଥିବା ୪ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯାଉଛି। ୪ଟି ମାମଲାରେ ଅଭିଯୋଗାକାରୀମାନେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ସେ ସୂଚନା ଦେଇଛନ୍ତି।
ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲାରେ ଏହି ଗ୍ୟାଙ୍ଗ୍‌ ସଦସ୍ୟମାନେ ସକ୍ରିୟ ଥିଲେ। ଛିନତାଇ, ଚୋରି କରି ଫେରାର ହୋଇଯାଇଥିଲେ। ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ପରେ ଏଥିରେ ଗୋଟିଏ ଗ୍ୟାଙ୍ଗ କାମ କରୁଥିବା କମିଶନରେଟ ପୋଲିସ ସନ୍ଦେହ କରିବା ସହ ଧରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ପରେ ଗ୍ୟାଙ୍ଗର ୪ଜଣଙ୍କୁ ପୁରୀରୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୧୬ଟି ସୁନାଚେନ୍‌, ୨ଟି ବାଇକ, ୨ଟି ମୋବାଇଲ ଓ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଥିଲା। ସେମାନଙ୍କ ନାମରେ ବିଭିନ୍ନ ଜିଲାରେ ୨୭ରୁ ଅଧିକ ମାମଲା ଥିବା ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri