Posted inଖେଳ

୮୦ ଶତକ,୧୫୨ ଅର୍ଦ୍ଧଶତକ: ମାତ୍ର ୭ ସପ୍ତାହର ଅନ୍ତରାଷ୍ଟ୍ରୀୟ କ୍ୟାରିୟର ସତ୍ତ୍ୱେ ଏହି ଖେଳାଳି ପାଲଟିଥିଲେ ମହାନ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୨୨।୧: କ୍ରିକେଟ ଇତିହାସର ଅନେକ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରୁ ବେରୀ ରିଚାର୍ଡସ୍‌ ଅନ୍ୟତମ। ୧୯୭୦ ମସିହା ଆଜିର ଦିନରେ ଦକ୍ଷିଣ ଆଫ୍ରିକା ପାଇଁ ବେରି ଅନ୍ତରାଷ୍ଟ୍ରୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ପଦାର୍ପଣ ପରେ ନିଜର ଦମ୍‌ଦାର ବ୍ୟାଟିଂକୁ ନେଇ ସେ ସମସ୍ତଙ୍କ ହୃଦୟ ଜିଣିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ବେରିଙ୍କ କ୍ୟାରିୟର ମାତ୍ର ୭ ସପ୍ତାହ ପାଇଁ ଥିଲା।

ବେରି ପ୍ରଥମ ମ୍ୟାଚ୍‌ର ପ୍ରଥମ ପାଳିରେ ୨୯ ଏବଂ ଦ୍ୱିତୀୟ ପାଳିରେ ୩୨ ରନ୍‌ କରିଥିଲେ। ଏହାପରେ ସେ ଆଗାମୀ ୩ ଟେଷ୍ଟ ମ୍ୟାଚ୍‌ରେ ୧୪୦,୬୫,୩୫,୮୧ ଏବଂ ୧୨୧ ରନ୍‌ କରିଥିଲେ। ଫର୍ମରେ ଥିବା ଯୋଗୁ ସେ ଧୂଆଁଧାର ବ୍ୟାଟିଂ କରୁଥିଲେ। ହେଲେ ୪ ଟେଷ୍ଟ ମ୍ୟାଚ୍‌ ଖେଳାଯିବା ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଟିମ୍‌କୁ ବର୍ଣ୍ଣବୈଷମ୍ୟ ବିବାଦ ଯୋଗୁ ବ୍ୟାନ କରିଦିଆଯାଇଥିଲା। ଫଳରେ ବେରି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିପାରି ନ ଥିଲେ। ସେ ନିଜର ପ୍ରଥମ ମ୍ୟାଚ୍‌ ୧୯୭୦ ଜାନୁଆରୀ ୨୨ରୁ ୨୭ ମଧ୍ୟରେ ଖେଳିଥିବା ବେଳେ ଶେଷ ମ୍ୟାଚ୍‌ ୫ରୁ ୧୦ ମାର୍ଚ୍ଚ ମଧ୍ୟରେ ଖେଳିଥିଲେ। ଏଭଳି ଦେଖିଲେ ମାତ୍ର ୭ ସପ୍ତାହ ପର୍ଯ୍ୟନ୍ତ ସେ ନିଜକୁ ପ୍ରମାଣ କରିପାରିଥିଲେ।

ମାତ୍ର ୪ ମ୍ୟାଚ୍‌ ପର୍ଯ୍ୟନ୍ତ ସୀମିତ ଥିଲେ ହେଁ ୧୯୬୪ରୁ ୧୯୮୩ ମଧ୍ୟରେ ବେରି ପ୍ରଥମ ଶ୍ରେଣୀ କ୍ରିକେଟରେ ଚମକି ଥିଲେ। ସେ ମୋଟ ୩୩୯ ମ୍ୟାଚ୍‌ ଖେଳିଥିବା ବେଳେ ୨୮,୩୫୮ ରନ୍‌ କରିଥିଲେ। ୫୪.୭୪% ହାରରେ ସେ ଏହା କରିଦେଖାଇଥିଲେ। ନିଜର ପ୍ରଥମ ଶ୍ରେଣୀ କ୍ୟାରିୟରରେ ସେ ୮୦ ଶତକ ଏବଂ ୧୫୨ ଅର୍ଦ୍ଧଶତକ କରିଥିଲେ। ଏହାଛଡ଼ା ବୋଲିଂ କରି ୭୭ ଉଇକେଟ ମଧ୍ୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?