ଲକ୍ଷ୍ନୌ,୩୦।୧୦: ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ବିରାଟ କୋହଲି ଶୂନ୍ୟରେ ଆଉଟ୍ ହେବାକୁ ନେଇ ଇଂଲଣ୍ଡର ବାର୍ମି ଆର୍ମି ପରିହାସ କରିଥିଲା। ବତକ ସହ କୋହଲିଙ୍କ ଫଟୋ ଏଡିଟ କରି ତାଙ୍କୁ ଟ୍ରୋଲ କରିଥିଲା। କିନ୍ତୁ ବିରାଟ କୋହଲିଙ୍କୁ ପରିହାସ କରିବା ବାର୍ମି ଆର୍ମି ପାଇଁ ମହଙ୍ଗା ପଡିଛି। ଇଂଲଣ୍ଡର ଜୋ ରୁଟ ଏବଂ ବେନ ଷ୍ଟୋକ୍ସ ଶୂନ୍ୟରେ ଆଉଟ୍ ହୋଇଥିଲେ। ଏହା ପରେ ଭାରତୀୟ ପ୍ରଶଂସକମାନେ ବାର୍ମି ଆର୍ମି ଟ୍ରୋଲ କରିଥିଲେ। ପ୍ରଶଂସକମାନେ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ମଜାଳିଆ ମେମ ଶେୟାର କରୁଛନ୍ତି।
ଜୋ ରୁଟ କୌଣସି ରନ ସ୍କୋର ନ କରି ଜସପ୍ରୀତ ବୁମରାଙ୍କ ଶିକାର ହୋଇଥିଲେ। ଏହା ପରେ ମହମ୍ମଦ ଶାମି ବେନ ଷ୍ଟୋକ୍ସଙ୍କୁ ଆଉଟ୍ କରିଥିଲେ। ଏହା ପରେ ଭାରତୀୟ ପ୍ରଶଂସକମାନେ ସୋସିଆଲ ମିଡିଆରେ ବାର୍ମି ଆର୍ମିକୁ ଟ୍ରୋଲ କରିଥିଲେ। ଟୁଇଟରରେ ବାର୍ମି ଆର୍ମି ଟପ ଟ୍ରେଣ୍ଡ କରୁଛି।
Great evening walk for Joe Root and Ben Stokes 🙌🏻 https://t.co/QK7vo0ys67 pic.twitter.com/nlyRLDxrQZ
— All About Cricket (@allaboutcric_) October 29, 2023

