ବିଶ୍ୱର ୩ୟ ଉତ୍ତପ୍ତ ସହର ବାରିପଦା

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ସିଝୁଛି। ସତେଯେମିତି ଆକାଶରୁ ଅଗ୍ନିବର୍ଷା ହେଉଛି। ଗତ କିଛିଦିନ ହେବ ଅସହ୍ୟ ତାତି ସମଗ୍ର ରାଜ୍ୟକୁ କବଳିତ କରିଛି। ସକାଳ ହେବା ମାତ୍ରେ ମାଡ଼ିଆସୁଛି ତତଲା ପବନ। ଦେହମୁଣ୍ଡ ଜଳିପୋଡ଼ିଗଲା ଭଳି ଲାଗୁଛି । ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଘରେ କି ବାହାରେ ନିସ୍ତାର ନାହିଁ। ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ଗତ ୪/୫ ଦିନରେ ଦିନର ତାପମାତ୍ରା ୫ରୁ ୭ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ହେଲାଣି । ଶୁକ୍ରବାର ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ରାଜ୍ୟକୁ ଉତ୍ତପ୍ତ କରିଛି। ବାରିପଦା ଦେଶର ସବୁଠୁ ତତଲା ସହର ପାଲଟିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସକୁ ଛୁଇଁଛି। ଅନ୍ୟପକ୍ଷରେ ଏଲଡୋରାଡୋ ଓ୍ବେଦର ଡଟ କମ୍‌ ସୂଚନା ମୁତାବକ ବାରିପଦା ବିଶ୍ୱର

୩ୟ ଉତ୍ତପ୍ତ ସହର ପାଲଟିଛି । ସେହିପରି ଦକ୍ଷିଣ ଆଫ୍ରିକାର କୋମାଟିଡ୍ରାଇ ବିଶ୍ୱର ସର୍ବୋଚ୍ଚ ତାପମାତ୍ରା (୪୫.୮ ଡିଗ୍ରୀ ସେଲ୍‌ସିୟସ) ସହର ହୋଇଥିବା ବେଳେ ମ୍ୟାନ୍‌ମାର ଚୌକ ସହର(୪୪.୮ ଡିଗ୍ରୀ ସେଲ୍‌ସିୟସ) ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ସେହିପରି ରାଜ୍ୟର ୧୦ ସହର ୪୨ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଥିବା ବେଳେ ୨୫ ସହର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସକୁ ଟପିଯାଇଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଝାରସୁଗୁଡ଼ାରେ ସର୍ବାଧିକ ୪୨.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ତାଳଚେର ୪୨.୬, ବୌଦ୍ଧ ୪୨.୫, ଟିଟିଲାଗଡ଼ ୪୨.୫, ସମ୍ବଲପୁର ୪୨.୨, ବଲାଙ୍ଗୀର ୪୨.୨, ଅନୁଗୋଳ ୪୨.୧, ସୋନପୁର ୪୨.୧, ସୁନ୍ଦରଗଡ ୪୨, ରାଉରକେଲା ୪୧.୮, ଭବାନୀପାଟଣା ୪୧.୫, କଟକ ୪୧.୨, କେନ୍ଦୁଝର ୪୧.୨, ହୀରାକୁଦ ୪୦.୬, ଭୁବନେଶ୍ୱର ୪୦.୬, ଢେଙ୍କାନାଳ ୪୦.୫, ଚାନ୍ଦବାଲି ୪୦.୩, ନୂଆପଡା ୪୦.୨, ପାରଳାଖେମୁଣ୍ଡି ୪୦.୧, ଜଗତ୍‌ସିଂହପୁର ୪୦, ନୟାଗଡ଼ ୪୦, ଯାଜପୁର ୪୦, ଭଦ୍ରକ ୪୦ ଏବଂ ବରଗଡରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି କନ୍ଧମାଳରେ ସର୍ବାଧିକ ତାପମାତ୍ରା ୩୯.୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ୩୯.୮, ମାଲକାନଗିରି ୩୯.୫, ଦେବଗଡ଼ ୩୯.୫, ଖୋର୍ଦ୍ଧାରେ ସର୍ବାଧିକ ତାପମାତ୍ରା ୩୯.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।
ତେବେ ୧୫ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଏବଂ ଅନୁଗୋଳ ଜିଲାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲାଗୁଡ଼ିକର ଜିଲାପାଳମାନଙ୍କୁ ପ୍ରତିକାରମୂଳକ ପଦକ୍ଷେପ ନେବା ସହ ଜନସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ଶନିବାର ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ତାତି କମିବା ସହ କେତେକ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ସୂଚନା ମୁତାବକ କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ,୩୧।୭: ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ କିଷାନ ଯୋଜନା ଉପରେ ସରକାର ବଡ଼ ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଉ ୫…

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

ପାରମ୍ପରିକ ବ୍ରହ୍ମପୁର ପାଟବସ୍ତ୍ର ପ୍ରଦର୍ଶନ ଉତ୍ସବର ସ୍ମରଣିକା ‘ଲାବଣ୍ୟ’ ଉନ୍ମୋଚିତ

ଛତ୍ରପୁର, ୩୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁର ପାଟବୁଣାକାରଙ୍କୁ ସମର୍ପିତ ତଥା ପାରମ୍ପରିକ ପାଟବସ୍ତ୍ରରେ ନିର୍ମିତ ବିଭିନ୍ନ ପୋଷାକର ପ୍ରଦର୍ଶନୀ ଉତ୍ସବ…

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲାର ରାୟ ପ୍ରକାଶ, ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୩୧।୭: ଫେବୃଆରୀ ୨୦୨୦ରେ ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ କରକାରଡୁମା କୋର୍ଟ ପୂର୍ବତନ ଏଏପି କାଉନସିଲର ତାହିର ହୁସେନଙ୍କ ସମେତ…

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ପିଏମ କିଷାନ ହିତାଧିକାରୀଙ୍କ ପାଇଁ ଖୁସିଖବର, ବଢିଲା…

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ଆଉ ୫ ବର୍ଷ ବଢିଲା ପିଏମ କିଷାନ ଯୋଜନା। ୨୦୩୦-୩୧ ଯାଏ ପିଏମ କିଷାନ ଯୋଜନା ବଢିଲା। ଏନେଇ କେନ୍ଦ୍ର…

Flood Wedding: କନ୍ୟା ଘରକୁ ଡଙ୍ଗାରେ ଗଲେ ବର, ଭିଡିଓ ଭାଇରାଲ

ଯାଜପୁର,୩୧।୭: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ଯାଜପୁର ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲାର ବଭିନ୍ନ…

ବାଜା ବଜାଇ ବିଦାୟୀ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କଲେ ଗ୍ରାମବାସୀ, ପ୍ରଶଂସାରେ ପୋତି ପକାଇଲେ…

କର୍ଲାମୁଣ୍ଡା,୩୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ.ମାଲପଡ଼ା ପଞ୍ଚାୟତ ସର୍ଗୁଲସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ସାହୁ ଶୁକ୍ରବାର ଚାକିରିରୁ…

ଦୁଃଖଦ ଖବର: ଦଳରେ ସ୍ଥାନ ନପାଇବାରୁ ୧୭ ବର୍ଷୀୟ କ୍ରିକେଟର କଲେ ଆତ୍ମହତ୍ୟା

ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ନାଗପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରିଜିଓନାଲ କ୍ରିକେଟ ଆସୋସିଏଶନରେ ମନୋନୀତ ନହେବାରୁ ଜଣେ ୧୭ ବର୍ଷୀୟା ଝିଅ(କ୍ରିକେଟର) ନିରାଶ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri