‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍ କ୍ଷମତା ବିଶିଷ୍ଟ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବରଗଡ଼ ଲୋକ ସଭା ଏମ୍‌ପି ପ୍ରଦୀପ କୁମାର ପୁରୋହିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ. ପି. ନଡ୍ଡାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ସେ ଚିଠିରେ ଲେଖିଛନ୍ତି, ବରଗଡ଼ ଜିଲା ତଥା ଜିଲାର ପଦମପୁର ଉପଖଣ୍ଡ ପଶ୍ଚିମ ଓଡ଼ିଶାର ସବୁଠାରୁ ପଛୁଆ ଏବଂ ଅନୁନ୍ନତ ଅଞ୍ଚଳ ମଧ୍ୟରୁ ଗୋଟିଏ । ଏହି ଜିଲା କୃଷି ପ୍ରଧାନ ଅଟେ । ତେବେ ବିଭିନ୍ନ ସମୟରେ ଜିଲାର ରୋଗୀମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ହଟହଟାର ସମ୍ମୁଖୀନ ହୁଅନ୍ତି।ଗୁରୁତର ରୋଗୀମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ କଟକ, ଭୁବନେଶ୍ୱର, ରାୟପୁର କିମ୍ବା ବିଶାଖାପାଟଣାକୁ ନେବାକୁ ପଡ଼ିଥାଏ। ଫଳରେ ରୋଗୀଙ୍କୁ ଆର୍ଥିକ ବୋଝ ହେବାକୁ ପଡ଼ିଥାଏ।

ସେହିପରି ଚିକିତ୍ସା ବିଳମ୍ବ ଯୋଗୁ ଜୀବନହାନି ଘଟିଥାଏ । ଅନ୍ୟପକ୍ଷରେ ବର୍ତ୍ତମାନ ଜିଲା ମୁଖ୍ୟ ହସ୍ପିଟାଲରେ ଆବଶ୍ୟକ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି। ପଦମପୁର, ଝାରବନ୍ଧ, ପାଇକମାଲ, ବିଜେପୁର, ଭଟଲି ଏବଂ ଅନେକ ସଂଲଗ୍ନ ବ୍ଲକର ଲୋକମାନେ ଏହି ହସ୍ପିଟାଲ ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି । ଏହି ଦୃଷ୍ଟିରୁ ବରଗଡ଼ ଜିଲା ହସ୍ପିଟାଲକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବାକୁ ଏମ୍‌ପି ପୁରୋହିତ ଦାବି କରିଛନ୍ତି । ଏହା ସହିତ ଜିଲା ମୁଖ୍ୟ ହସ୍ପିଟାଲ କ୍ୟାମ୍ପସ ମଧ୍ୟରେ ୧୦୦ ଏମବିବିଏସ ସିଟ୍ ସହିତ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡାଙ୍କୁ ସେ ଅନୁରୋଧ କରିଛନ୍ତି । ମେଡ଼ିକାଲ କଲେଜ ହେଲେ ଆଗାମୀ ଦଶନ୍ଧି ପାଇଁ ବିଶେଷଜ୍ଞ ଡାକ୍ତର ବାହାରିବେ ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ ହେବ ବୋଲି ପୁରୋହିତ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?