ଇସ୍ରାଏଲ୍‌ ସଂସଦରେ ମୁହାଁମୁହିଁ ନେତନ୍ୟାହୁଙ୍କ ପତ୍ନୀ-ପୂର୍ବତନ PM, ଭିଡିଓ ଭାଇରାଲ୍

ଜେରୁଜେଲମ୍,୧୧।୧୧: ଇସ୍ରାଏଲ୍‌ ସଂସଦ (ନେସେଟ୍‌)ରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଭାଷଣ ସମୟରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି । ନେତନ୍ୟାହୁଙ୍କ ପତ୍ନୀ ସାରା ନେତନ୍ୟାହୁ ଓ ତାଙ୍କର ପ୍ରମୁଖ ରାଜନୈତିକ ବିରୋଧୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ୍‌ଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ହୋଇଛି । ଏହି ଘଟଣାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

ସଂସଦରେ ନେତାନ୍ୟାହୁ ଜାତୀୟ ଏକତା ପାଇଁ ଆହ୍ୱାନ ଦେଇ ଭାଷଣ ରଖୁଥିବା ସମୟରେ ନଫତାଲି ବେନେଟ୍‌ ତାଙ୍କୁ ମଝିରେ ଅଟକାଇଥିଲେ । ନେତନ୍ୟାହୁଙ୍କ ପରାମର୍ଶଦାତାଙ୍କର କତାର ସହ କଥିତ ସମ୍ପର୍କ ଏବଂ ୭ ଅକ୍ଟୋବରରେ ହୋଇଥିବା ହମାସ୍‌ ଆକ୍ରମଣର ତଦନ୍ତକୁ ନେଇ ସେ ସରକାରଙ୍କୁ ତୀବ୍ର ପ୍ରଶ୍ନ କରିଥିଲେ।ଏହାକୁ ନେଇ ସଂସଦରେ ଉତ୍ତେଜନା ବଢ଼ିଥିଲା। ଏହି ସମୟରେ ଦର୍ଶକ ଗ୍ୟାଲେରୀରେ ବସିଥିବା ନେତନ୍ୟାହୁଙ୍କ ପତ୍ନୀ ସାରା ମଧ୍ୟ ବିବାଦ ଭିତରକୁ ଆସିଥିଲେ। ସେ ନିଜ ଆସନରୁ ବେନେଟ୍‌ଙ୍କୁ ଚିତ୍କାର କରି କିଛି କହିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଖୋଲାଖୋଲି ବାକ୍‌ଯୁଦ୍ଧ ଆରମ୍ଭ ହୋଇଥିଲା।

ସଂସଦରେ ହୋହଲ୍ଲା ଏତେ ବଢ଼ିଯାଇଥିଲା ଯେ ଜାତୀୟ ଏକତା ଉପରେ ଭାଷଣ ଦେଉଥିବା ନେତାନ୍ୟାହୁଙ୍କ ଧ୍ୟାନ ଭାଷଣରୁ ହଟିଯାଇଥିଲା। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଦେଶରେ ଏକତା ପାଇଁ ଆହ୍ୱାନ ଦେଉଥିବା ବେଳେ ଅନ୍ୟପଟେ ତାଙ୍କ ପତ୍ନୀ ଓ ବିରୋଧୀ ନେତାଙ୍କ ମଧ୍ୟରେ ସର୍ବସାଧାରଣରେ ଯୁକ୍ତିତର୍କ ସଭାର ମାହୋଲକୁ ଉତ୍ତେଜନାପୂର୍ଣ୍ଣ କରିଦେଇଥିଲା। ଏହି ଘଟଣା ଇସ୍ରାଏଲ୍‌ରେ ଚାଲିଥିବା ରାଜନୈତିକ ଅସ୍ଥିରତା ଓ ନେତନ୍ୟାହୁଙ୍କ ନେତୃତ୍ୱକୁ ନେଇ ଉଠୁଥିବା ପ୍ରଶ୍ନକୁ ପୁଣି ଚର୍ଚ୍ଚାକୁ ଆଣିଛି। ରିପୋର୍ଟ ଅନୁସାରେ, ଅକ୍ଟୋବର ୨୭ରେ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ଦଳ ସ୍ପଷ୍ଟ ବହୁମତ ପାଇନାହିଁ । ଫଳରେ ଦେଶରେ ରାଜନୈତିକ ଅନିଶ୍ଚିତତା ବଢ଼ିଛି।

ଏହି ନିର୍ବାଚନରେ ଗାଦି ଆଇଜେନକୋଟ୍‌ ସର୍ବାଧିକ ଆସନ ଜିତିଥିବା ନେତା ଭାବେ ଉଭା ହୋଇଛନ୍ତି। ରାଷ୍ଟ୍ରପତି ଇସାକ୍‌ ହର୍ଜୋଗ୍‌ ରବିବାର ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିବା ରିପୋର୍ଟରେ କୁହାଯାଇଛି । ସଂଖ୍ୟାଲଘୁ ସରକାର ଗଠନର ସମ୍ଭାବନା ଖୋଜିବା ପାଇଁ ଆଇଜେନକୋଟ୍‌ଙ୍କୁ ୨୮ ଦିନ ସମୟ ମିଳିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଡକାୟତି ଯୋଜନା: ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଧରି…

ଅତାବିରା,୧୧ା୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାର ଏକ ଢାବା ନିକଟରେ ମଙ୍ଗଳବାର ଡକାୟତି ଯୋଜନା କରୁଥିବାବେଳେ ୩ ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ,…

ବିଶ୍ୱର ସବୁଠାରୁ ଲମ୍ବାଗୋଡ଼ ଥିବା ମହିଳା, ତାଙ୍କ ପରିବାରର ସମସ୍ତ ସଦସ୍ୟ ବି ୬ ଫୁଟରୁ ଅଧିକ ଉଚ୍ଚ

କୁହାଯାଏ, ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କ ମୋଟ୍‌ ଉଚ୍ଚତା ତୁଳନାରେ ତାଙ୍କ ଗୋଡ଼ ଲମ୍ବ ଅଧିକ ଥିବାରୁ ବୃଦ୍ଧି ପାଏ। ପୁରୁଷ ଏବଂ ମହିଳା ଉଭୟ ଆକର୍ଷଣୀୟ,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ମେଟ୍ରୋ ପ୍ରକଳ୍ପରୁ ନେଇ ଭାରତର ସଂଗ୍ରହାଳୟ ପର୍ଯ୍ୟନ୍ତ, ଜାଣନ୍ତୁ କ୍ୟାବିନେଟର ୫ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର (ନଭେମ୍ୱର ୧୧, ୨୦୨୬) ଦିନ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବାତ୍ୟା ଅର୍ଣ୍ଣବ: ଗଞ୍ଜାମ-ଗଜପତି-କନ୍ଧମାଳ ପାଇଁ ଘୋଷଣା ହେଲା ରିଲିଫ, ୫୦ କେଜି ଚାଉଳ ସାଙ୍ଗକୁ ମିଳିବ ଏତିକି ଟଙ୍କା

ଭୁବନେଶ୍ୱର,୧୧ା୧୧: ବାତ୍ୟା ଅର୍ଣ୍ଣବ ପ୍ରଭାବରେ କ୍ଷତିଗ୍ରସ୍ତ ପରିବାର ପାଇଁ ରିଲିଫ ଘୋଷଣା କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବରୁ ସହାୟତା ଘୋଷଣା କରିଥିବା ବେଳେ…

ମଙ୍ଗଳଙ୍କ ସିଂହ ରାଶିରେ ଗୋଚର: ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ବଡ଼ ଚାକିରି ଅଫର୍‌ରେ ବଦଳିବ ଭାଗ୍ୟ!

ଗୁରୁବାର, ନଭେମ୍ୱର ୧୨, ୨୦୨୬ ରେ ମଙ୍ଗଳ ଗ୍ରହ ତାଙ୍କର ମିତ୍ର ସୂର୍ଯ୍ୟଙ୍କ ରାଶି ସିଂହରେ ଗୋଚର କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କର ସେନାପତି…

ଏକ୍ସରେ ଭିଡିଓ ବନାଇ ରୋଜଗାର କରନ୍ତୁ ମୋଟା ଅଙ୍କର ଟଙ୍କା! କମ୍ପାନୀ ଆଣିଲା ଜବରଦସ୍ତ ଫିଚର୍‌, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ,୧୧।୧୧: ସୋସିଆଲ ମିଡିଆରେ ବଡ଼ ଭିଡିଓର ଛୋଟ ଛୋଟ କ୍ଲିପ ପ୍ରସ୍ତୁତ କରି ସେୟାର କରିବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାଦ୍ୱାରା କେବଳ ଭିଡିଓକୁ…

IPL ୨୦୨୭ ପୂର୍ବରୁ ବଡ଼ ହଲଚଲ୍‌! ୧୦ ଖେଳାଳିଙ୍କ ଦଳ ପରିବର୍ତ୍ତନ, ଜାଣନ୍ତୁ କିଏ କେଉଁ ଟିମ୍‌କୁ ଗଲେ

ନୂଆଦିଲ୍ଲୀ,୧୧।୧୧: IPL ୨୦୨୭ ସିଜିନ୍‌ ପୂର୍ବରୁ ଖେଳାଳିଙ୍କ ଟ୍ରେଡ୍‌କୁ ନେଇ କ୍ରିକେଟ୍‌ ଜଗତରେ ବଡ଼ ହଲଚଲ୍‌ । ଏଥର ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ ଦୁଇଟି ଦଳର ଅଧିନାୟକ…

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ଗୁଳିମାଡ଼ରେ ୩ CRPF ଯବାନ…

ନୂଆଦିଲ୍ଲୀ, ୧୧।୧୧: ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ CRPF ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବାଇକ୍‌ରେ ଆସିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଜଣ CRPF ଯବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?