ବରଗଡ଼ ଡବଲ୍‌ ମର୍ଡର ପର୍ଦ୍ଦାଫାଶ: ବାପାଙ୍କୁ ହତ୍ୟା କରିବା ପରେ ପ୍ରତିଶୋଧ ନେଇଥିଲେ ପୁଅ

ବରଗଡ଼, ୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ସୁନା ଲରମ୍ଭା ବାଘପାଲି ଗ୍ରାମରେ ଗୁରୁବାର ସଂଘଟିତ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଉକ୍ତ ହତ୍ୟାକାଣ୍ଡରେ ମୃତ ମଘା ଓରଫ ମଧୁସୂଦନ ଭୁଏ(୫୫)ଙ୍କ ପୁଅ ନେପାଳ ଓରଫ ନାମ(୨୮)ଙ୍କୁ ଗିରଫ କରିବା ପରେ ଡବଲ ମର୍ଡର ଘଟଣାର କାରଣ ପଦାକୁ ଆସିଛି। ତାଙ୍କ ବାପା ମଘାଙ୍କୁ ମୃତ ଅଭିଯୁକ୍ତ ତରଣୀ ବାଗ(୩୫) ହତ୍ୟା କରିବାରୁ ପ୍ରତିଶୋଧ ପରାୟଣ ହୋଇ ସେ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ନେପାଳ ଜେରାବେଳେ ପୋଲିସ ଆଗରେ ସ୍ବୀକାର କରିଥିବା ଭେଡେନ ଥାନା ଆଇଆଇସି ସୁଶାନ୍ତ କୁମାର ଦାଶ କହିଛନ୍ତି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ବାଉଁଶ ଲାଠି, ଷ୍ଟିଲ ରଡ, ଖଟିଆର କାଠ (ଖଟପୁହା), ଗୋଟିଏ ଛୁରୀକୁ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ନେପାଳଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗ ଉପ କାରାଗାର ହାଜତକୁ ପଠାଇ ଦିଆଯାଇଛି। ମୃତ ତରଣୀଙ୍କ ବଡଭାଇ ନିତ୍ୟାନନ୍ଦଙ୍କ ଏତଲାକ୍ରମେ ନେପାଙ୍କ ବିରୋଧରେ ଏକ ହତ୍ୟା ମାମଲା (ନଂ-୧୦୦/୨୫) ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଗତ୧ତାରିଖ ବାଘପାଲି ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିଲା। ସେହି ବିବାହ ଉତ୍ସବକୁ ମୃତ ମଘାଙ୍କ ସମେତ ପରିବାର ଲୋକେ ଯାଇଥିଲେ। ସେଠାକୁ ଉକ୍ତ ଡବଲ ମର୍ଡର ଘଟଣାର ଅନ୍ୟ ମୃତକ ତରୁଣ ମଧ୍ୟ ପହଞ୍ଚିଥିଲେ। ତେବେ ସେଠାରେ ମଘା ଏବଂ ତରଣୀଙ୍କ ମଧ୍ୟରେ କିଛି ବଚସା ହୋଇଥିଲା। ଏହାପରେ ସେଠାରୁ ତରଣୀ ଚାଲି ଆସି ମଘାଙ୍କ ଘର ସମ୍ମୁଖକୁ ପହଞ୍ଚିଥିଲେ। ମଘା ଘର ଭିତରକୁ ପଶିବା ପରେ ତରୁଣ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ଏବଂ ଘଟଣାସ୍ଥଳରେ ମଘାଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ବାପାଙ୍କୁ ତରଣୀ ଆକ୍ରମଣ କରୁଥିବା ସୂଚନା ପାଇ ନେପାଳ ସେଠାରେ ପହଞ୍ଚି ଥିଲେ। ସେ ମଧ୍ୟ ତରଣୀଙ୍କୁ ପାଲଟା ଆକ୍ରମଣ କରିଥିଲେ। ସେଠାରେ ତରଣୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଉଭୟଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ନେପାଳ ଫେରାର୍‌ ହୋଇଯାଇଥିଲେ। ଅନ୍ୟପକ୍ଷରେ ମଘାଙ୍କ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମଘା ଏବଂ ତରଣୀଙ୍କ ଶବ ପଡ଼ିଥିବା ଖବର ପାଇ ସେତେବେଳେ ବରଗଡ଼ ଦାୟିତ୍ୱରେ ରହିଥିବା ବଲାଙ୍ଗୀର ଏସ୍‌ପିଜି. ଅଭିଳାଷ, ବରଗଡ଼ ଅତିରିକ୍ତ ଏସ୍‌ପି ଈନ୍ଦୁରେଖା ପଶ୍ଚିମ କବାଟ, ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ଭେଡେନ ଥାନା ଆଇଆଇସି ସୁଶାନ୍ତ କୁମାର ଦାଶ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ତାହାକୁ ବରଗଡ଼ ଡାକ୍ତରଖାନା ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ଶୁକ୍ରବାର ଉଭୟଙ୍କ ମୃତଦେହ ଗ୍ରାମକୁ ଫେରିଥିଲା। ମୃତ ମଘାଙ୍କ ପୁଅ ନେପାଳ ସେତେବେଳେ ଫେରାର୍‌ ଥିବା ଯୋଗୁ ତାଙ୍କ ଝିଅ ଯାଜ୍ଞସେନୀ ମୁଖାଗ୍ନୀ ଦେଇଥିଲେ। ସେହିପରି ତରଣୀଙ୍କ ଶବକୁ ତାଙ୍କ ପୁତୁରା ରାକେଶ ମୁଖାଗ୍ନୀ ଦେଇଥିଲେ । ମୃତ ତରଣୀ ଜଣେ ପେଶାଦାର ଅପରାଧୀ ଥିଲେ ଏବଂ ସେ ଫେରାର୍‌ ଥିବା ଯୋଗୁ ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି ହୋଇଥିବା ବେଳେ ଘଟଣା ଦିନ ସେ ଗ୍ରାମକୁ ଆସିଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?