ଜାନୁୟାରୀ ୧୫ରୁ ବରଗଡ଼ ଧନୁଯାତ୍ରା

ବରଗଡ଼,୨୨ା୧୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୪ ଜାନୁୟାରୀ ୧୫ରୁ ଆରମ୍ଭ ହେବ । ଦୀର୍ଘ ୧୧ ଦିନ ବ୍ୟାପୀ ଜାନୁୟାରୀ ୨୫ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ବୁଧବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକରେ ସମିତିର ସଭାପତି ତଥା ଜିଲାପାଳ ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତି। ଅନ୍ୟବର୍ଷ ତୁଳନାରେ ଏଥର ମହୋତ୍ସବକୁ ଅଧିକ ଆକର୍ଷଣୀୟ ତଥା ଶୃଙ୍ଖଳିତ, ସୁରକ୍ଷିତ ଭାବେ ସମାପନ କରିବା ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ।

ସମିତିର ଆବାହକ ତଥା ସମ୍ପାଦକ ସୁରେଶ୍ୱର ଶତପଥୀ ଗତ ଧନୁଯାତ୍ରା ମହୋତ୍ସବର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ଗତବର୍ଷ ଧନୁଯାତ୍ରାରେ ବିଭିନ୍ନ ସୂତ୍ରରୁ ୧ କୋଟି ୮୨ ଲକ୍ଷ ୯୭ ହଜାର ୫୪୪ ଟଙ୍କା ସଂଗୃହୀତ ହୋଇଥିବା ବେଳେ ୧ କୋଟି ୫୭ ଲକ୍ଷ ୨୧ ହଜାର ୬୪୫ ଟଙ୍କା ଖର୍ଚ୍ଚ ହୋଇଥିବା ସେ ସୂଚନା ଦେଇଥିଲେ। ସେହିପରି ଏପର୍ଯ୍ୟନ୍ତ ସମିତିର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୨ କୋଟି ୧୧ ଲକ୍ଷ ୨୫ ହଜାର ୧୫୬ ଟଙ୍କା ୪୦ ପଇସା ଜମା ରହିଥିବା ସେ କହିଥିଲେ। ତେବେ ଧନୁଯାତ୍ରା ସରିବାର ବହୁ ବିଳମ୍ବରେ ବୈଠକ କରାଯିବା ଏବଂ ଆୟବ୍ୟୟ ବିବରଣୀ ଦେବାକୁ ନେଇ ବୈଠକରେ ଉପସ୍ଥିତ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପରବର୍ତ୍ତୀ ଧନୁଯାତ୍ରା ସରିବାର ସେଭଳି ବିଳମ୍ବ ନ କରିବାକୁ ଦାବି ଉପସ୍ଥାପନ କରିଥିଲେ।

ସେହିପରି ଦୀର୍ଘବର୍ଷ ଧରି ଧନୁଯାତ୍ରା ମହୋତ୍ସବ ସମିତି ତଥା ସମିତିରେ ରହିଥିବା ସବ୍‌ କମିଟିଗୁଡ଼ିକର ପୁନର୍ଗଠନ ହେଉ ନ ଥିବା ଯୋଗୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଆସନ୍ତା ଧନୁଯାତ୍ରାକୁ ଆହୁରି ଦେଢ଼ମାସ ବାକି ଥିବା ଯୋଗୁ ଧନୁଯାତ୍ରା ପୂର୍ବରୁ ମହୋତ୍ସବ ସମିତି ଏବଂ ସବ୍‌କମିଟିଗୁଡ଼ିକର ପୁନର୍ଗଠନ କରିବାକୁ ଉପସ୍ଥିତ ଲୋକେ ଦାବି କରିଥିଲେ। ଏହା ସହିତ ଧନୁଯାତ୍ରାରେ ହେଉଥିବା ଆର୍ଥିକ କାରବାର ଉପରେ ସ୍ବଚ୍ଛତା ରଖିବାକୁ ବୈଠକରେ ଦାବି ହୋଇଥିଲା। ଗତବର୍ଷ ଧନୁଯାତ୍ରା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୋଲିସ କର୍ମଚାରୀଙ୍କ ଆକ୍ରମଣ ଘଟଣାକୁ ଧନୁଯାତ୍ରା ମହୋତ୍ସବ ସମିତି ହାଲୁକା ଭାବେ ଗ୍ରହଣ କରୁଥିବା ଯୋଗୁ ବୈଠକରେ ଉପସ୍ଥିତ ଖବରଦାତାମାନେ ଉଦ୍‌ବେଗ ପ୍ରକାର କରିଥିଲେ। ବୈଠକରେ ଏସ୍‌ପି ପି.ଏସ୍‌ ମୀନା, ଅତିରିକ୍ତ ଜିଲାପାଳ ଲଲାଟ କୁମାର ଲୁହା, ଉପଜିଲାପାଳ କୁମାର ନାଗଭୂଷଣ, ପୌରାଧ୍ୟକ୍ଷା କଳ୍ପନା ମାଝି ପ୍ରମୁଖ ମଞ୍ଚାସୀନ ଥିଲେ। ସେହିପରି ଧନୁଯାତ୍ରା ମହୋତ୍ସବ ସମିତିର ବିଭିନ୍ନ ସବ୍‌କମିଟି, ଜିଲା ଓକିଲ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?