ବରଗଡ଼ ୯ବୁଣାକାରଙ୍କୁ ରାଜ୍ୟ ପୁରସ୍କାର: ଜାଣନ୍ତୁ କିଏ କିଏ ପାଇଲେ ଏହି ସମ୍ମାନ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟାଳୟ ପରିସରରେ ଚାରାରୋପଣ ଓ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନୀ ଗ୍ୟାଲେରୀର ଉଦ୍‌ଘାଟନ କରିଥିଲେ। ଏହା ସହିତ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାର ସୁରକ୍ଷା, ରୋଜଗାର ସୃଷ୍ଟି ଏବଂ ଗ୍ରାମୀଣ ଜୀବିକା ବିକାଶରେ ହସ୍ତତନ୍ତ କ୍ଷେତ୍ରର ଭୂମିକା ଉପରେ ସେ ଆଲୋକପାତ କରିଥିଲେ।

ସମ୍ବଲପୁରୀ ହସ୍ତତନ୍ତର ଗୌରବମୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବାକୁ ସମସ୍ତଙ୍କ ଜୀବନରେ ଖଣ୍ଡିଏ ହସ୍ତତନ୍ତ ଶୀର୍ଷକକୁ ଆପଣେଇବା ପାଇଁ ଜିଲାପାଳ ଆହ୍ବାନ ଦେଇଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ବୟନଶିଳ୍ପ ଉପ ନିର୍ଦ୍ଦେଶକ ତଥା ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଦେବଜିତ ନନ୍ଦୀ, ଜାତୀୟ ପୁରସ୍କାରପ୍ରାପ୍ତ ରାମକୃଷ୍ଣ ମେହେର, କେଏସିସିଏମ୍‌ର ଅଧ୍ୟକ୍ଷ ସୁଜିତ ରଥ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସଲା ପ୍ରମୁଖ ଉପସ୍ଥିତ ରହି ବୟନଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ। ସେହିପରି ୧୨ତମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପୁଣିଥରେ ରାଜ୍ୟର ହସ୍ତତନ୍ତ ଜନନୀ ଭାବେ ନିଜର ସ୍ବତନ୍ତ୍ର ପରିଚୟକୁ ସୁଦୃଢ଼ କରିଛି ବୋଲି ସୂଚନା ଦିଆଯାଇଥିଲା। ଏଥର ବୟନଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୪-୨୫ ବର୍ଷ ପାଇଁ ଘୋଷିତ ୧୦ଟି ରାଜ୍ୟସ୍ତରୀୟ ହସ୍ତତନ୍ତ ପୁରସ୍କାର ମଧ୍ୟରୁ ୯ଟି ପୁରସ୍କାର ବରଗଡ଼ ଜିଲା ହାସଲ କରି ସମଗ୍ର ଜିଲା ପାଇଁ ଗୌରବ ଆଣିଛି। ଶୁକ୍ରବାର ଭୁବନେଶ୍ୱରସ୍ଥିତ ଆଇଇସି ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ବରଗଡ଼ ଜିଲା ବରପାଲି ନିବାସୀ ଡ. ସୁରେନ୍ଦ୍ର ମେହେର ସଫଳ ବୁଣାକାର ଭାବେ ଲାଇଫଟାଇମ ଏଚିଭମେଣ୍ଟ ଆୱାର୍ଡ ପାଇଛନ୍ତି।

ସେହିପରି ଭେଡେନ ବ୍ଲକ କପାବାରି ଗ୍ରାମର ମିତା ମେହେର, ଅତାବିରା ବ୍ଲକ ବନହର ଗ୍ରାମର ହରିଶଙ୍କର ମେହେର, ବରପାଲିର ବାସୁଦେବ ମେହେର, ବରପାଲି ବ୍ଲକ ମହାତ୍ମାପଡ଼ାର ବବିତା ମେହେର, ବିଜେପୁର ବ୍ଲକ ଏମ ଶ୍ରୀଗି ବାସୁଦେବ ମେହେର ଏବଂ ବରଗଡ଼ ବ୍ଲକ ଭାରତୀ ନଗରର ତପସ୍ବନୀ ମେହେର ରାଜ୍ୟ ପୁରସ୍କାର ଗ୍ରହଣ କରିଛନ୍ତି। ସେହିପରି ଭେଡ଼େନ ବ୍ଲକ ତଲମେଣ୍ଡା ଗ୍ରାମର ଘାସୀରାମ ମେହେର ଏବଂ ବନପଡାର ଅଲେଖ ମେହେରଙ୍କୁ ଅନନ୍ୟ କାରିଗରୀ ଦକ୍ଷତା ପାଇଁ ତନ୍ତକୃତି ପୁରସ୍କାର ସହ ସମସ୍ତ ବୁଣାକାର ଏକ ଲକ୍ଷ ଟଙ୍କା ଲେଖାଏ ପୁରସ୍କର ରାଶି ଗ୍ରହଣ କରି ଜିଲା ପାଇଁ ଗୌରବ ଆଣିଛନ୍ତି ବୋଲି କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା। ସେହିପରି ଭାରତୀୟ ହସ୍ତତନ୍ତ ପ୍ରାଦ୍ୟୋଗିକ ପ୍ରତିଷ୍ଠାନ(ଆଇଆଇଏଚଟି) ବରଗଡ଼ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ହସ୍ତତନ୍ତ କ୍ଷେତ୍ରରେ ୨୦୩୬ ସୁଦ୍ଧା ଓଡ଼ିଶାକୁ ଭାରତବର୍ଷରେ ଏକ ନମ୍ବର ରାଜ୍ୟ କରିବା ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ। ବରଗଡ଼ ଜିଲାର ବୁଣାକାରମାନଙ୍କର କଳା ସମଗ୍ର ଦୁନିଆଁରେ ଅନନ୍ୟ ଏବଂ ସେମାନଙ୍କର ଆର୍ଥିକ ଉନ୍ନତି ପାଇଁ ସରକାର ନିରନ୍ତର ପ୍ରୟାସରତ ବୋଲି ଆଚାର୍ଯ୍ୟ ଉଲ୍ଲେଖ କରିଥିଲେ। ଦୀପକ କୁମାର ଗୋୟଲ, ଜାତୀୟ ପୁରସ୍କାରପ୍ରାପ୍ତ ରାମକୃଷ୍ଣ ମେହେର ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ।

ପ୍ରତିଷ୍ଠାନର ନିର୍ଦ୍ଦେଶକ ବ୍ରିଜେଶ କୁମାର ଅବସ୍ଥୀ ସଭାପତିତ୍ୱ କରିଥିଲେ। ଶତାବ୍ଦୀ ଧରି ହସ୍ତତନ୍ତ ଭାରତର ପାରମ୍ପରିକ ବୃତ୍ତି ରହି ଆସିଛି ଏବଂ ସଂଯୁକ୍ତ ରାଷ୍ଟ୍ର ସଂଘ ଦ୍ୱାରା ନିର୍ଦ୍ଧାରିତ ସ୍ଥାୟୀ ବିକାଶ ଲକ୍ଷ୍ୟର ସଫଳତା ବୁଣାକାରମାନଙ୍କର ଆର୍ଥିକ ବିକାଶରୁ ଜଣାପଡ଼େ ବୋଲି ଅବସ୍ଥୀ କହିଥିଲେ। ଏହି ଅବସରରେ ମକରଧ୍ୱଜ ମେହେର, ତ୍ରିପତି ମେହେର, ଈଶ୍ୱର ମେହେର, ସ୍ବର୍ଣ୍ଣଲତା ମେହେର, ହରିଲାଲ ମେହେର, ନରହରି ମେହେର, ନିତାଇ ମେହେର, ଅଞ୍ଜଳି ମେହେର, ପ୍ରମିଳା ମେହେର, ଗୌତମ ମେହେର, ହରିଶଙ୍କର ମେହେର, ଦୟାଲୁ ମେହେର ସମେତ ଅନେକ ଜାତୀୟ ପୁରସ୍କାର ପ୍ରାପ୍ତ ବୁଣାକାରଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରତିଷ୍ଠାନର ବରିଷ୍ଠ ଅଧ୍ୟାପକ ଦେବେନ୍ଦ୍ର କୁମାର ଯାଦବ ଏବଂ ଅଧ୍ୟାପକ ଧର୍ମେନ୍ଦ୍ର କୁମାରଙ୍କ ତତ୍ତ୍ୱାବଧାନରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ପ୍ରଦର୍ଶିତ ପାରମ୍ପରିକ ବସ୍ତ୍ରର ଫ୍ୟାଶନ ଶୋ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଥିଲା। ଶିକ୍ଷାବିତ୍‌ ପତିତପାବନ ସାହୁ, ରାଜେଶ୍ୱରୀ ସାହୁ, ଚିତ୍ରଶିଳ୍ପୀ ରାଜେନ୍ଦ୍ର ସିକନ୍ଦର ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?