Posted inଫୁରସତ

କେଶ କାଟୁଥିବାବେଳେ କାନ୍ଦିଲେ କ୍ୟାନସର ରୋଗୀ, ହେୟାର ଷ୍ଟାଇଲିଷ୍ଟ ନେଲେ ଏମିତି ପଦକ୍ଷେପ: ଦେଖନ୍ତୁ ଭାବପ୍ରବଣ ଭିଡିଓ

କିଛି ଲୋକଙ୍କ ହୃଦୟ ଅତ୍ୟନ୍ତ ସରଳ। ଏପରି ବ୍ୟକ୍ତି ଛୋଟ ଜିନିଷ ଉପରେ ଭାବପ୍ରବଣ ହୋଇପଡନ୍ତି। ଅନେକ ଅସୁବିଧା ସତ୍ତ୍ୱେ ସେମାନେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରନ୍ତି। ନିକଟରେ ସୋସିଆଲ ମିଡିଆରେ ଏମିତି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ କ୍ୟାନ୍‌ସର ରୋଗୀ କେଶ କାଟିବାକୁ ସେଲୁନ ଆସନ୍ତି। କେଶ କଟା ସମୟରେ ସେ ବହୁତ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗନ୍ତି। ରୋଗୀଙ୍କୁ କାନ୍ଦିବା ଦେଖି ହେୟାର ଷ୍ଟାଇଲିଷ୍ଟ ଏପରି କାର୍ଯ୍ୟ କରିଛନ୍ତି, ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେଇଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି କି, ଜଣେ ମହିଳା କେଶ କାଟିବା ପାଇଁ ସେଲୁନୁ ଆସିଥିଲେ। ହେୟାର ଷ୍ଟାଇଲିଷ୍ଟ ଟ୍ରିମର ସାହାଯ୍ୟରେ ତାଙ୍କ ମୁଣ୍ଡରେ ଥିବା କେଶ କାଟିବା ଆରମ୍ଭ କରିବା ମାତ୍ରେ ସେ କାନ୍ଦିବାକୁ ଲାଗିଥିଲେ। ମହିଳା ଜଣଙ୍କୁ କାନ୍ଦିବା ଦେଖି ହେୟାର ଷ୍ଟାଇଲିଷ୍ଟ ବାରମ୍ବାର ତାଙ୍କ ମୁଣ୍ଡକୁ ଚୁମ୍ବନ ଦେଇ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥିଲେ। ଏହା ସତ୍ତ୍ୱେ ତାଙ୍କ ଲୁହ ବନ୍ଦ ହୋଇ ନ ଥିଲା। ହେୟାର ଷ୍ଟାଇଲିଷ୍ଟ ସମ୍ଭାଳି ନ ପାରି ନିଜ କେଶକୁ ମଧ୍ୟ ଟ୍ରିମର ସାହାଯ୍ୟରେ କାଟିଥିଲେ।
ସେ ଗୋଟିଏ ହାତ ମହିଳାଙ୍କ କାନ୍ଧରେ ରଖିଥିଲେ ଏବଂ ଅନ୍ୟ ହାତରେ ଟ୍ରିମର୍‌ ସାହାଯ୍ୟରେ ନିଜ କେଶକୁ ଉଡାଇ ଦେଇଥିଲେ। ମହିଳା ଏହା ଦେଖି ଅତ୍ୟନ୍ତ ଭାବପ୍ରବଣ ହୋଇ ହେୟାର ଷ୍ଟାଇଲିଷ୍ଟଙ୍କ ହାତ ଧରି କାନ୍ଦିବାକୁ ଲାଗିଥିଲେ।
ଏହି ଭିଡିଓ ଟୁଇଟରରେ ଗୁଡ ନ୍ୟୁଜ ମୁଭମେଣ୍ଟ ଦ୍ୱାରା ଶେୟାର କରାଯାଇଛି। ଏକ ମିନିଟ ୨୧ ସେକେଣ୍ଡର ଭିଡିଓ ୯୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏହି ଭିଡିଓ ଦେଖିବା ପରେ ୟୁଜର୍ସ ହେୟାର ଷ୍ଟାଇଲିଷ୍ଟଙ୍କୁ ବହୁତ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri