Posted inଜାତୀୟ

ଖୋଲିଲା ସେଲୁନ: ପିପିଇ କିଟ୍‌ ପିନ୍ଧି କାଟିଲେ କେଶ

ମୁମ୍ବାଇ,୨୮।୬: କରୋନା ସଂକ୍ରମଣକୁ ଦେଖି ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ପରେ ପ୍ରଥମଥର ଲାଗି ମହାରାଷ୍ଟ୍ରରେ ରବିବାର ସେଲୁନ ଖୋଲିଛି। ଏହାକୁ ନେଇ ସେଲୁନ ମାଲିକ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ସମ୍ପୂର୍ଣ୍ଣ ସୁରକ୍ଷାର ସହ କେଶ କାଟୁଥିବା କହିଛନ୍ତି। କେଶ କାଟିବା ପୂର୍ବରୁ ଏମାନେ ସମସ୍ତ ଉପକରଣକୁ ସାନିଟାଇଜ କରିବା ସହ ପ୍ରତି ୨ଘଣ୍ଟାରେ ଥରେ ସେଲୁନକୁ ସାନିଟାଇଜ କରାଯାଉଥିବା ସେଲୁନ ମାଲିକମାନେ କହିଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ, ସେଲୁନକୁ ସାନିଟାଇଜ କରିବା ସହ ଗ୍ରାହକଙ୍କ ଶରୀରର ତାପାମାତ୍ରା ଦେଖି ସେମାନଙ୍କୁ ଦୋକାନ ଭିତରକୁ ପ୍ରବେଶ ଅନୁମତି ଦିଆଯାଉଛି। ଯେଉଁମାନେ ପୂର୍ବରୁ ଫୋନ୍‌ ମାଧ୍ୟମରେ ବୁକ୍‌ କରିଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା କହିଛନ୍ତି ସେଲୁନ ମାଲିକ। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୯,୧୩୩ରେ ପହଞ୍ଚିଥିବା ବେଳେ ୨୭,୧୩୪ ଜଣଙ୍କ ଚିକିତ୍ସା ଚାଲିଛି। ଦେଶ ମଧ୍ୟରେ ମହାରାଷ୍ଟ୍ରର ସ୍ଥିତି ସବୁଠାରୁ ଖରାପ ଥିବା ବେଳେ ଏଠାରେ କରୋନା ସଂକ୍ରମଣକୁ ନେଇ ଅଧିକ ସମୟ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୬ଘଣ୍ଟା ପରେ ଶେଷ ହେଲା ରେସକ୍ୟୁ ଅପରେଶନ୍‌

ଦେଓଘର,୧୨।୪: ଝାଡଖଣ୍ଡ ଦେଓଘରର ତ୍ରିକୁଟ ପାହାଡ଼ର ରୋପଓ୍ବେ ଦୁର୍ଘଟଣାର ପ୍ରାୟ ୪୬ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରେସକ୍ୟୁ ଅପରେଶନ୍‌ ଶେଷ ହୋଇଛି। ମଙ୍ଗଳବାର ରୋପଓ୍ବେରେ ଫସିରହିଥିବା...

ନୂଆ ରାଜନୈତିକ ଦଳ ଗଠନ ସମ୍ପର୍କରେ ଘୋଷଣା କଲେ କ୍ୟାପଟେନ୍‌…

ଚଣ୍ଡିଗଡ଼,୨୭।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ନୂଆ ରାଜନୈତିକ ଦଳ ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି। ତେବେ ଏହାର ନାମ କରଣ ଶୀଘ୍ର...

ଭୂକମ୍ପରେ ଥରିଲା ମଣିପୁର

ଇମ୍ଫାଲ,୨୩।୯: ମଣିପୁରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ମଣିପୁରର ମୋଇରାଙ୍ଗରରୁ ୧୦୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ ଜୋରରେ ଭୂକମ୍ପ ଝଟ୍‌କା ଅନୁଭୂତ...

ଭାରତ-ପାକିସ୍ତାନ ଭାଗବଣ୍ଟାଠାରୁ ଅଧିକ ଭୟଙ୍କର ଶିବସେନା-ଭାଜପା ଆସନ ବଣ୍ଟା

ମୁମ୍ବାଇ, ୨୪।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା-ଭାଜପା ମଧ୍ୟରେ ଆସନ ବଣ୍ଟା ଅଙ୍କ ଛିଡୁନି। ରାଜ୍ୟର ୨୮୮ ବିଧାନସଭା ଆସନ ମଧ୍ୟରୁ ଶିବସେନା ଭାଗରେ...

‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ ପ୍ରିୟଙ୍କାଙ୍କ ଝିଅ

ଜୟପୁର,୧୨।୧୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ରାଜସ୍ଥାନର ବୁନ୍ଦି ଜିଲାରେ ଦଳର ‘ଭାରତ ଯୋଡୋ ଯାତ୍ରା’ ସୋମବାର ପୁଣି ଥରେ ଆରମ୍ଭ ହୋଇଛି। ରାହୁଲ...

ପ୍ରତି ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧର ଦାମ୍‌

ନୂଆଦିଲ୍ଲୀ,୩୦।୬: କରୋନା କାଳରେ ମହଙ୍ଗା ମାଡ଼ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।...

କର୍ନାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ ନିଖୋଜ: ଥିଲା ୭ ହଜାର କୋଟି ଋଣ ବୋଝ

ବେଙ୍ଗାଲୁରୁ,୩୦।୭: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ କେଫ୍‌ କଫି ଡେର ମାଲିକ ଭିି.ଜି. ସିଦ୍ଧାର୍ଥ ନିଖୋଜ ହୋଇଯାଇଛନ୍ତି। ତାଙ୍କର ସନ୍ଧାନରେ ପୋଲିସ ପକ୍ଷରୁ...

୨୦୨୪ ନିର୍ବାଚନ ପାଇଁ କମିଟି ଗଠନ କଲେ ସୋନିଆ

ନୂଆଦିଲ୍ଲୀ,୨୫।୪ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଗ୍ରହଣ କରାଯିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଦଳ ଏପର୍ଯ୍ୟନ୍ତ ଏହା...

Advertisement
Archives

Model This Week