Posted inଜାତୀୟ

ବର୍ବର ତାଲିବାନ୍‌, ବିବ୍ରତ ଆଫଗାନ୍‌

କାବୁଲ/ଓ୍ବାଶିଂଟନ/ ନୂଆଦିଲ୍ଲୀ,୨୧।୮: ଅଗଷ୍ଟ ୧୫ରେ କାବୁଲ ଦଖଲ ପରଠାରୁ ତାଲିବାନ୍‌ ଆଫଗାନ୍‌ ଜାତୀୟ ପତାକାକୁ ଅଚଳ କରିଦେଇଛି। ହେଲେ ୧ଫ ତାରିଖରେ ୧୦୨ତମ ସ୍ବାଧୀନତା ଦିବସ ପାଳନ ସd ପ୍ରଦେଶରେ ଲୋକେ ରାସ୍ତାକୁ ଓହ୍ଲାଇ ରାଷ୍ଟ୍ରୀୟ ଧ୍ୱଜା ଉଡ଼ାଇବା ସ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ଗୋଟିଏ ପଟେ ଆତଙ୍କବାଦୀମାନେ ନିଜ ଗ୍ରହଣୀୟତା ବଢ଼ାଇବା ଉଦ୍ଦେଶ୍ୟରେ ଏ ତଥା ନରମ ରୂପ ଦେଖାଇବାକୁ ଉଦ୍ୟମ କରୁଛନ୍ତି। ଅନ୍ୟପଟେ ଜାତୀୟତାବାଦୀ ଆନ୍ଦୋଳନରେ ଝାସ ଦେଉଥିବା ଆଫଗାନଙ୍କ ଉପରେ ଏହାର ଗୁଳି ବର୍ଷା ତାଲିବାନର ଅଢ଼େଇ ଦଶନ୍ଧି ତ ବର୍ବର ଚେହେରାକୁ ସାମ୍ନାକୁ ଆଣୁଛି। ତେବେ ହିଂସାମତ୍କ ଉପାୟରେ ଜ।। ଦମନ କରିବା ଅପଚେଷ୍ଟାର ପରିଣତି କ’ଣ ହେବ ତାହା ସମୟ କହିବ। ବିଦ୍ରୋହ ବଢ଼ୁଥିବା ଦେଖି ତାଲିବାନ ଏବେ କହିବା ଆରମ୍ଭ କରିଛି, ଆଫଗାନିସ୍ତାନର ଜାତୀୟ ପତାକା ଆଗକୁ ରହିବ କ ନାହିଁ ତାହା ପରବର୍ତ୍ତୀ ସରକାର ଗଠନ ପରେ ହ ସ୍ଥିର କରାଯିବ।
ଇତିମଧ୍ୟରେ ଏ ୟୁନିଟି ଗଭର୍ନମେଣ୍ଟ ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ରାଷ୍ଟ୍ରପତି କିଏ ହେବେ ତାକୁ ନେଇ ଆତଙ୍କବାଦୀ ସଙ୍ଗଠନରେ ଅନ୍ତର୍ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଛି। ଗୋଟିଏ ଗୋଷ୍ଠୀ ସଦ୍ୟ କାତାର ଫେରନ୍ତା ତାଲିବାନ ସହପ୍ରତିଷ୍ଠାତା ମୁଲ୍ଲା ଅବ୍‌ଦୁଲ ଗନି ବରାଦରଙ୍କୁ ଇସ୍‌ଲାମିକ୍‌ ଏମିରେଟ୍ସ ଅଫ୍‌ ଆଫଗାନିସ୍ତାନର ରାଷ୍ଟ୍ରମୁଖ୍ୟ ଭାବେ ଦେଖିବାକୁ ଚାହୁଁଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ସଙ୍ଗଠନର ତୃତୀୟ ସୁପ୍ରିମ କମାଣ୍ଡର ହିବାତୁଲ୍ଲା ଅଖୁନ୍ଦଜାଦା ରାଷ୍ଟ୍ରପତି ହୁଅନ୍ତୁ ବୋଲି ମତ ଦେଉଛନ୍ତି। ଆଗରୁ କଳେ ବଳେ କୌଶଳେ ରାଷ୍ଟ୍ରପତି ଅଶ୍ରଫ୍‌ ଗନିଙ୍କ ସିଭିଲିଆନ୍‌ ସରକାରଙ୍କୁ ଗାଦିଚ୍ୟୁଚ କରିବା ତାଲିବାନର ଲକ୍ଷ୍ୟ ଥିଲା। ଲକ୍ଷ୍ୟ ପୂରଣ ହେବା ପରେ ଏବେ ସଙ୍ଗଠନ ଭିତରେ ‘ନାନା ଗୋଷ୍ଠୀଙ୍କ ନାନା ମତ’ ସାମ୍ନାକୁ ଆସିବାରେ ଲାଗିଛି। ଆଫଗାନ୍‌ ଜାତୀୟତାବାଦ ଦାନା ବାନ୍ଧୁଥିବାବେଳେ ସବୁ ବର୍ଗର ଲୋକଙ୍କୁ ନେଇ ଏକତା ସରକାର ଗଠନ ତାଲିବାନ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ତେବେ ତାଲିବାନ୍‌ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେବ ନାହିଁ କି କିଛି ଘୋଷଣା କରିବ ନାହିଁ। ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଏପରି କୌଣସି ଯୋଜନା କରାଯାଇ ନ ଥିବା ଜଣେ ଆଫଗାନ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକାର ସୈନ୍ୟ ପ୍ରତ୍ୟାହାର ଅଗଷ୍ଟ ୩୧ରେ ଶେଷ ହେବାକୁ ଥିବାରୁ ଏହି ତାରିଖକୁ ତାଲିବାନ୍‌ ଅପେକ୍ଷା କରିବ। ଆମେରିକା ସହ ହୋଇଥିବା ଚୁକ୍ତି ଅନୁସାରେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ତାଲିବାନ୍‌ ପକ୍ଷରୁ କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି ହକ୍କାନି ନେଟ୍‌ଓ୍ବର୍କ ନେତା ଅନସ୍‌ ହକ୍କାନି ପୂର୍ବତନ ସରକାରର ବାର୍ତ୍ତାକାରମାନଙ୍କୁ କହିଛନ୍ତି।
ଅନ୍ୟପକ୍ଷେ ତାଲିବାନ୍‌ ଆତଙ୍କବାଦୀଙ୍କ ବିରୋଧରେ ଅମରୁଲ୍ଲା ସାଲେହଙ୍କ ନେତୃତ୍ୱରେ ଲଢ଼େଇ ଜାରି ରଖିଛି ପଞ୍ଜଶିର ଉପତ୍ୟକା। ରାଜଧାନୀ କାବୁଲର ଉତ୍ତରରେ ଥିବା ଏହି ଅଭେଦ୍ୟ ଦୁର୍ଗରେ ପୂର୍ବରୁ ମଧ୍ୟ ଅନେକ ଥର ତାଲିବାନ୍‌ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ବର୍ତ୍ତମାନର ଘଟଣାକ୍ରମ ପରେ ଇସ୍‌ଲାମିକ୍‌ କଠୋରପନ୍ଥୀମାନେ ମଜଭୁତ ସହ ଆକ୍ରମଣ କଲେ ପଞ୍ଜଶିର ଯୋଦ୍ଧାଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବର୍ତ୍ତମାନ ଦେଶର ୩୪ ପ୍ରଦେଶ ମଧ୍ୟରୁ କେବଳ ପଞ୍ଜଶିରକୁ ବାଦ୍‌ ଦେଲେ ଅବଶିଷ୍ଟ ଅଞ୍ଚଳ ତାଲିବାନ ଦଖଲରେ ରହିଛି। ତାଲିବାନ୍‌ ପଞ୍ଜଶିରକୁ ପ୍ରବେଶ ଉଦ୍ୟମ କରି ନ ଥିବାରୁ ବିରୋଧୀଙ୍କ ସଂଗ୍ରାମ କେବଳ ମୌଖିକ ସ୍ତରରେ ରହିଛି ବୋଲି ପ୍ୟାରିସ୍‌ସ୍ଥିତ ସୋର୍ବୋନ୍ନେ ୟୁନିଭର୍ସିଟିର ଆଫଗାନ ବିଶେଷଜ୍ଞ ଗିଲେସ୍‌ ଡୋରୋନ୍‌ସୋରୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

କୋର୍ଟରୁ କେଜ୍‌ରିଓ୍ବାଲ୍‌ଙ୍କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୨୨ା୪: କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଡାଇବେଟିସ୍‌ ସମ୍ବନ୍ଧରେ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହ ନିୟମିତ ପରାମର୍ଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri