Posted inଜାତୀୟ

ବର୍ବର ତାଲିବାନ୍‌, ବିବ୍ରତ ଆଫଗାନ୍‌

କାବୁଲ/ଓ୍ବାଶିଂଟନ/ ନୂଆଦିଲ୍ଲୀ,୨୧।୮: ଅଗଷ୍ଟ ୧୫ରେ କାବୁଲ ଦଖଲ ପରଠାରୁ ତାଲିବାନ୍‌ ଆଫଗାନ୍‌ ଜାତୀୟ ପତାକାକୁ ଅଚଳ କରିଦେଇଛି। ହେଲେ ୧ଫ ତାରିଖରେ ୧୦୨ତମ ସ୍ବାଧୀନତା ଦିବସ ପାଳନ ସd ପ୍ରଦେଶରେ ଲୋକେ ରାସ୍ତାକୁ ଓହ୍ଲାଇ ରାଷ୍ଟ୍ରୀୟ ଧ୍ୱଜା ଉଡ଼ାଇବା ସ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ଗୋଟିଏ ପଟେ ଆତଙ୍କବାଦୀମାନେ ନିଜ ଗ୍ରହଣୀୟତା ବଢ଼ାଇବା ଉଦ୍ଦେଶ୍ୟରେ ଏ ତଥା ନରମ ରୂପ ଦେଖାଇବାକୁ ଉଦ୍ୟମ କରୁଛନ୍ତି। ଅନ୍ୟପଟେ ଜାତୀୟତାବାଦୀ ଆନ୍ଦୋଳନରେ ଝାସ ଦେଉଥିବା ଆଫଗାନଙ୍କ ଉପରେ ଏହାର ଗୁଳି ବର୍ଷା ତାଲିବାନର ଅଢ଼େଇ ଦଶନ୍ଧି ତ ବର୍ବର ଚେହେରାକୁ ସାମ୍ନାକୁ ଆଣୁଛି। ତେବେ ହିଂସାମତ୍କ ଉପାୟରେ ଜ।। ଦମନ କରିବା ଅପଚେଷ୍ଟାର ପରିଣତି କ’ଣ ହେବ ତାହା ସମୟ କହିବ। ବିଦ୍ରୋହ ବଢ଼ୁଥିବା ଦେଖି ତାଲିବାନ ଏବେ କହିବା ଆରମ୍ଭ କରିଛି, ଆଫଗାନିସ୍ତାନର ଜାତୀୟ ପତାକା ଆଗକୁ ରହିବ କ ନାହିଁ ତାହା ପରବର୍ତ୍ତୀ ସରକାର ଗଠନ ପରେ ହ ସ୍ଥିର କରାଯିବ।
ଇତିମଧ୍ୟରେ ଏ ୟୁନିଟି ଗଭର୍ନମେଣ୍ଟ ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ରାଷ୍ଟ୍ରପତି କିଏ ହେବେ ତାକୁ ନେଇ ଆତଙ୍କବାଦୀ ସଙ୍ଗଠନରେ ଅନ୍ତର୍ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଛି। ଗୋଟିଏ ଗୋଷ୍ଠୀ ସଦ୍ୟ କାତାର ଫେରନ୍ତା ତାଲିବାନ ସହପ୍ରତିଷ୍ଠାତା ମୁଲ୍ଲା ଅବ୍‌ଦୁଲ ଗନି ବରାଦରଙ୍କୁ ଇସ୍‌ଲାମିକ୍‌ ଏମିରେଟ୍ସ ଅଫ୍‌ ଆଫଗାନିସ୍ତାନର ରାଷ୍ଟ୍ରମୁଖ୍ୟ ଭାବେ ଦେଖିବାକୁ ଚାହୁଁଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ସଙ୍ଗଠନର ତୃତୀୟ ସୁପ୍ରିମ କମାଣ୍ଡର ହିବାତୁଲ୍ଲା ଅଖୁନ୍ଦଜାଦା ରାଷ୍ଟ୍ରପତି ହୁଅନ୍ତୁ ବୋଲି ମତ ଦେଉଛନ୍ତି। ଆଗରୁ କଳେ ବଳେ କୌଶଳେ ରାଷ୍ଟ୍ରପତି ଅଶ୍ରଫ୍‌ ଗନିଙ୍କ ସିଭିଲିଆନ୍‌ ସରକାରଙ୍କୁ ଗାଦିଚ୍ୟୁଚ କରିବା ତାଲିବାନର ଲକ୍ଷ୍ୟ ଥିଲା। ଲକ୍ଷ୍ୟ ପୂରଣ ହେବା ପରେ ଏବେ ସଙ୍ଗଠନ ଭିତରେ ‘ନାନା ଗୋଷ୍ଠୀଙ୍କ ନାନା ମତ’ ସାମ୍ନାକୁ ଆସିବାରେ ଲାଗିଛି। ଆଫଗାନ୍‌ ଜାତୀୟତାବାଦ ଦାନା ବାନ୍ଧୁଥିବାବେଳେ ସବୁ ବର୍ଗର ଲୋକଙ୍କୁ ନେଇ ଏକତା ସରକାର ଗଠନ ତାଲିବାନ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ତେବେ ତାଲିବାନ୍‌ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେବ ନାହିଁ କି କିଛି ଘୋଷଣା କରିବ ନାହିଁ। ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଏପରି କୌଣସି ଯୋଜନା କରାଯାଇ ନ ଥିବା ଜଣେ ଆଫଗାନ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକାର ସୈନ୍ୟ ପ୍ରତ୍ୟାହାର ଅଗଷ୍ଟ ୩୧ରେ ଶେଷ ହେବାକୁ ଥିବାରୁ ଏହି ତାରିଖକୁ ତାଲିବାନ୍‌ ଅପେକ୍ଷା କରିବ। ଆମେରିକା ସହ ହୋଇଥିବା ଚୁକ୍ତି ଅନୁସାରେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ତାଲିବାନ୍‌ ପକ୍ଷରୁ କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି ହକ୍କାନି ନେଟ୍‌ଓ୍ବର୍କ ନେତା ଅନସ୍‌ ହକ୍କାନି ପୂର୍ବତନ ସରକାରର ବାର୍ତ୍ତାକାରମାନଙ୍କୁ କହିଛନ୍ତି।
ଅନ୍ୟପକ୍ଷେ ତାଲିବାନ୍‌ ଆତଙ୍କବାଦୀଙ୍କ ବିରୋଧରେ ଅମରୁଲ୍ଲା ସାଲେହଙ୍କ ନେତୃତ୍ୱରେ ଲଢ଼େଇ ଜାରି ରଖିଛି ପଞ୍ଜଶିର ଉପତ୍ୟକା। ରାଜଧାନୀ କାବୁଲର ଉତ୍ତରରେ ଥିବା ଏହି ଅଭେଦ୍ୟ ଦୁର୍ଗରେ ପୂର୍ବରୁ ମଧ୍ୟ ଅନେକ ଥର ତାଲିବାନ୍‌ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ବର୍ତ୍ତମାନର ଘଟଣାକ୍ରମ ପରେ ଇସ୍‌ଲାମିକ୍‌ କଠୋରପନ୍ଥୀମାନେ ମଜଭୁତ ସହ ଆକ୍ରମଣ କଲେ ପଞ୍ଜଶିର ଯୋଦ୍ଧାଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବର୍ତ୍ତମାନ ଦେଶର ୩୪ ପ୍ରଦେଶ ମଧ୍ୟରୁ କେବଳ ପଞ୍ଜଶିରକୁ ବାଦ୍‌ ଦେଲେ ଅବଶିଷ୍ଟ ଅଞ୍ଚଳ ତାଲିବାନ ଦଖଲରେ ରହିଛି। ତାଲିବାନ୍‌ ପଞ୍ଜଶିରକୁ ପ୍ରବେଶ ଉଦ୍ୟମ କରି ନ ଥିବାରୁ ବିରୋଧୀଙ୍କ ସଂଗ୍ରାମ କେବଳ ମୌଖିକ ସ୍ତରରେ ରହିଛି ବୋଲି ପ୍ୟାରିସ୍‌ସ୍ଥିତ ସୋର୍ବୋନ୍ନେ ୟୁନିଭର୍ସିଟିର ଆଫଗାନ ବିଶେଷଜ୍ଞ ଗିଲେସ୍‌ ଡୋରୋନ୍‌ସୋରୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?