ଶେଷ ପର୍ଯ୍ୟାୟରେ ବରମୁଣ୍ଡା ଆଇଏସ୍‌ବିଟି

ଭୁବନେଶ୍ୱର,୭।୪(ବ୍ୟୁରୋ): ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ (ଆଇଏସ୍‌ବିଟି)ର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଇତିମଧ୍ୟରେ ମୁଖ୍ୟ ବିଲ୍ଡିଂ ନିର୍ମାଣ କାମ ଶେଷ ହୋଇଥିବାବେଳେ ଏହାର ଇଣ୍ଟେରିଅର କାମ ଚାଲୁ ରହିଛି। ବସ୍‌ଷ୍ଟାଣ୍ଡର ପାରିପାଶର୍‌ବିକ ବିକାଶ କାର୍ଯ୍ୟ କିପରି ତ୍ୱରାନ୍ବିତ ହୋଇପାରିବ ସେ ନେଇ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହଙ୍କ ନିର୍ଦ୍ଦେଶକ୍ରମେ ମିଶନ୍‌ ମୋଡରେ କିପରି ଆଇଏସ୍‌ବିଟି ବରମୁଣ୍ଡାର ବିକାଶ କାର୍ଯ୍ୟ ଶେଷ କରାଯାଇ ଏହାକୁ ସର୍ବସାଧାରଣଙ୍କ ଲାଗି କାର୍ଯ୍ୟକ୍ଷମ କରାଯାଇପାରିବ ସେନେଇ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ବସ୍‌ଷ୍ଟାଣ୍ଡର ପ୍ରସ୍ଥାନ ପଟରେ ଟିମ୍‌ ପ୍ରାଇଡ ଉଚ୍ଛେଦ କରିଛି। ଉଠାଦୋକାନୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ରାସ୍ତା ସମ୍ପ୍ରସାରଣରେ ବାଧକ ସାଜିଥିବା ଅବୈଧ ନିର୍ମାଣକୁ ଭଙ୍ଗାଯାଇଛି। ନୂଆ ଉଚ୍ଛେଦ ଅଧିକାରୀ ଡ. ଶ୍ୱେତ କୁମାର ଦାଶଙ୍କ ନେତୃତ୍ୱରେ ଟିମ୍‌ ପ୍ରାଇଡ ଓ ପୋଲିସ ବରମୁଣ୍ଡାରେ ପହଞ୍ଚତ୍ଥିଲେ। ସେମାନଙ୍କୁ ପ୍ରାୟ ୧୦ ଜଣ ଉଠାଦୋକାନୀ ବିରୋଧ କରିଥିଲେ। ଜେସିବି ଆଗରେ ଉଠାଦୋକାନୀମାନେ ବସି ରହିବାରୁ ଉଚ୍ଛେଦ ବାଧାପ୍ରାପ୍ତ ହୋଇଥିଲା। ପରେ ପୋଲିସ ସମସ୍ତ ଉଠାଦୋକାନୀଙ୍କୁ ହଟାଇବା ସହ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୋଟିଏ ପ୍ଲଟ ଉପରେ ଜିଏ ବିଭାଗ ପକ୍ଷରୁ ଓପିପି ମାମଲା ରହିଥିବାବେଳେ ସନ୍ଧ୍ୟାରେ ବର୍ଷା ହେବାରୁ ଉଚ୍ଛେଦ ବନ୍ଦ ରଖାଯାଇଥିଲା। ସୋମବାର ଟିମ ପ୍ରାଇଡ ବିଭାଗକୁ ଓପିସି ମାମଲା ହଟାଇବାକୁ ଚିଠି ଲେଖାଯିବ। ମାମଲା ହଟିବା ପରେ ପରବର୍ତ୍ତୀ ଉଚ୍ଛେଦ କରାଯିବ ବୋଲି ସୂଚନା ଦିଆଯାଇଛି।
ଅପରପକ୍ଷେ ଉଚ୍ଛେଦ ପ୍ରକ୍ରିୟାରେ ୨୯ଟି ଆଜବେଷ୍ଟସ୍‌ ଘର, ୩ଟି ଚାଳ ଘର, ୪ଟି ଲୁହାଗେଟ, ୫ଟି ପଲିଥିନ ତିଆରି ଘର, ୪ଟି କ୍ୟାବିନ ଓ ୨୫୦ ଫୁଟର ପାଚେରୀକୁ ଭଙ୍ଗାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ରିଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା। ଉଚ୍ଛେଦବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର ଡ. ଦାଶଙ୍କ ସମେତ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଡିଭିଜନ-୧ର ସହକାରୀ ଯନ୍ତ୍ରୀ ଜ୍ୟୋତିରଞ୍ଜନ ସାହୁ, ଭରତପୁର ଆଇଆଇସି ବିଭୁଦତ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଗୁରୁବାର ୬୦ ପ୍ରତିଶତ ଜବରଦଖଲ ହଟିଥିବାବେଳେ ଆସନ୍ତା ସପ୍ତାହରେ ବଳକା ଜବରଦଖଲ ହଟାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?