ଶେଷ ପର୍ଯ୍ୟାୟରେ ବରମୁଣ୍ଡା ଆଇଏସ୍‌ବିଟି

ଭୁବନେଶ୍ୱର,୭।୪(ବ୍ୟୁରୋ): ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ (ଆଇଏସ୍‌ବିଟି)ର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଇତିମଧ୍ୟରେ ମୁଖ୍ୟ ବିଲ୍ଡିଂ ନିର୍ମାଣ କାମ ଶେଷ ହୋଇଥିବାବେଳେ ଏହାର ଇଣ୍ଟେରିଅର କାମ ଚାଲୁ ରହିଛି। ବସ୍‌ଷ୍ଟାଣ୍ଡର ପାରିପାଶର୍‌ବିକ ବିକାଶ କାର୍ଯ୍ୟ କିପରି ତ୍ୱରାନ୍ବିତ ହୋଇପାରିବ ସେ ନେଇ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହଙ୍କ ନିର୍ଦ୍ଦେଶକ୍ରମେ ମିଶନ୍‌ ମୋଡରେ କିପରି ଆଇଏସ୍‌ବିଟି ବରମୁଣ୍ଡାର ବିକାଶ କାର୍ଯ୍ୟ ଶେଷ କରାଯାଇ ଏହାକୁ ସର୍ବସାଧାରଣଙ୍କ ଲାଗି କାର୍ଯ୍ୟକ୍ଷମ କରାଯାଇପାରିବ ସେନେଇ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ବସ୍‌ଷ୍ଟାଣ୍ଡର ପ୍ରସ୍ଥାନ ପଟରେ ଟିମ୍‌ ପ୍ରାଇଡ ଉଚ୍ଛେଦ କରିଛି। ଉଠାଦୋକାନୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ରାସ୍ତା ସମ୍ପ୍ରସାରଣରେ ବାଧକ ସାଜିଥିବା ଅବୈଧ ନିର୍ମାଣକୁ ଭଙ୍ଗାଯାଇଛି। ନୂଆ ଉଚ୍ଛେଦ ଅଧିକାରୀ ଡ. ଶ୍ୱେତ କୁମାର ଦାଶଙ୍କ ନେତୃତ୍ୱରେ ଟିମ୍‌ ପ୍ରାଇଡ ଓ ପୋଲିସ ବରମୁଣ୍ଡାରେ ପହଞ୍ଚତ୍ଥିଲେ। ସେମାନଙ୍କୁ ପ୍ରାୟ ୧୦ ଜଣ ଉଠାଦୋକାନୀ ବିରୋଧ କରିଥିଲେ। ଜେସିବି ଆଗରେ ଉଠାଦୋକାନୀମାନେ ବସି ରହିବାରୁ ଉଚ୍ଛେଦ ବାଧାପ୍ରାପ୍ତ ହୋଇଥିଲା। ପରେ ପୋଲିସ ସମସ୍ତ ଉଠାଦୋକାନୀଙ୍କୁ ହଟାଇବା ସହ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୋଟିଏ ପ୍ଲଟ ଉପରେ ଜିଏ ବିଭାଗ ପକ୍ଷରୁ ଓପିପି ମାମଲା ରହିଥିବାବେଳେ ସନ୍ଧ୍ୟାରେ ବର୍ଷା ହେବାରୁ ଉଚ୍ଛେଦ ବନ୍ଦ ରଖାଯାଇଥିଲା। ସୋମବାର ଟିମ ପ୍ରାଇଡ ବିଭାଗକୁ ଓପିସି ମାମଲା ହଟାଇବାକୁ ଚିଠି ଲେଖାଯିବ। ମାମଲା ହଟିବା ପରେ ପରବର୍ତ୍ତୀ ଉଚ୍ଛେଦ କରାଯିବ ବୋଲି ସୂଚନା ଦିଆଯାଇଛି।
ଅପରପକ୍ଷେ ଉଚ୍ଛେଦ ପ୍ରକ୍ରିୟାରେ ୨୯ଟି ଆଜବେଷ୍ଟସ୍‌ ଘର, ୩ଟି ଚାଳ ଘର, ୪ଟି ଲୁହାଗେଟ, ୫ଟି ପଲିଥିନ ତିଆରି ଘର, ୪ଟି କ୍ୟାବିନ ଓ ୨୫୦ ଫୁଟର ପାଚେରୀକୁ ଭଙ୍ଗାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ରିଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା। ଉଚ୍ଛେଦବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର ଡ. ଦାଶଙ୍କ ସମେତ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଡିଭିଜନ-୧ର ସହକାରୀ ଯନ୍ତ୍ରୀ ଜ୍ୟୋତିରଞ୍ଜନ ସାହୁ, ଭରତପୁର ଆଇଆଇସି ବିଭୁଦତ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଗୁରୁବାର ୬୦ ପ୍ରତିଶତ ଜବରଦଖଲ ହଟିଥିବାବେଳେ ଆସନ୍ତା ସପ୍ତାହରେ ବଳକା ଜବରଦଖଲ ହଟାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri