ପରଲୋକରେ ବଲିଉଡ୍‌ର ଡିସ୍କୋ କିଙ୍ଗ୍‌ ବାପି ଲାହିରୀ

ମୁମ୍ବାଇ,୧୬।୨: ଚଳିତ ମାସରେ ସଙ୍ଗୀତ ଜଗତକୁ ଗୋଟିଏ ପରେ ଗୋଟିଏ ବଡ଼ ଧକ୍କା ମିଳିଛ। ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରେ ବଲିଉଡ୍‌ ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ପରଲୋକ ଘଟିଛି। ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ ମାସେ ଯାଏଁ ବାପି ଲାହିରୀଙ୍କୁ ଜୁହୁର କ୍ରିଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସୋମବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ମଙ୍ଗଳବାର ପୁଣି ଥରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା। ଫଳରେ ପୁଣିଥରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା କୁହାଯାଉଛି। ତାଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ, ୧୯୫୨ ନଭେମ୍ବର ୨୭ରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିର ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ। ବାପି ଦା’ଙ୍କର ପ୍ରକୃତ ନାମ ହେଉଛି ଆଲୋକେଶ ଲାହିରି। ତାଙ୍କ ବାପା ମା’ ମଧ୍ୟ ଗାୟକ ଥିଲେ। ୩ବର୍ଷ ବୟସରୁ ସେ ତାବ୍‌ଲା ବଜାଇବା ଶିଖିଥିଲେ। ପ୍ରାରମ୍ଭରେ ତାଙ୍କ ବାପା ମା’ ଥିଲେ ତାଙ୍କର ସଙ୍ଗୀତ ଗୁରୁ। ସେ ୭୦-୮୦ ଦଶକରେ ବଲିଉଡ୍‌କୁ ଏକରୁ ଅଧିକ ଆଇକନିକ ଗୀତ ଦେଇଛନ୍ତି ଭିନ୍ନ ଶୈଳୀ ହେତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଏକ ଭିନ୍ନ ତଥା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରପାରିିଥିଲେ। ମିଥୁନ ଚକ୍ରବର୍ତ୍ତୀଙ୍କ ଫିଲ୍ମର ପପୁଲାର ଗୀତ ‘ଆଇ ଆମ ଏ ଡିସ୍କୋ ଡାନ୍ସର୍‌’ ଏବେ ବି ମନେ ରଖିଛନ୍ତି। ଏହି ଗୀତରେ ବାପି ଦା’ ନିଜର ସ୍ବର ଦେଇଥିବା ବେଳେ ଏଥିରେ ସେ ଘରେ ଘରେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲେ। ଏହାପରେ ବାପି ଦା’ଙ୍କୁ ଡିସ୍କୋ କିଙ୍ଗ୍‌ ଭାବେ ପରିଚୟ ମିଳିଥିଲା। ବାପି ଲାହିରିଙ୍କୁ ବଲିଉଡ୍‌ର ପ୍ରଥମ ରକ୍‌ ଷ୍ଟାର୍‌ ଗାୟକ ମଧ୍ୟ କୁହାଯାଏ।

ଫିଲ୍ମ ଚଲେତେ ଚଲତେ, ଡିସ୍କୋ ଡ୍ୟାନ୍ସର, ଶରାବି, ‘ଜଖ୍ମୀ’, ‘ଆପ କି ଖାତିର’, ‘ହିମତ୍ୱାଲା’, ‘ଘାୟଲ’, ‘ଆଜ୍‌ କା ଅର୍ଜୁନ’, ’ସୈଲାବ’, ‘ଦ ଡାର୍ଟି ପିକ୍ଚର’, ‘ଗୁଣ୍ଡେ’ ଓ ‘ବାଗୀ ୩’ ଭଳି ଅନେକ ହିନ୍ଦୀ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ। ଅନେକ ଫିଲ୍ମରେ ସେ ନିଜେ ମଧ୍ୟ ଗୀତ ଗାଇଥିଲେ। ହିନ୍ଦୀ, ବଙ୍ଗାଳି, ତେଲୁଗୁ, କନ୍ନ ଓ ଗୁଜରାଟି ଆଦି ଭାଷାରେ ପ୍ରାୟ ୧୫୦ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ୮୦ ଦଶକ ଆରମ୍ଭରେ ଡିସ୍କୋ ଟ୍ରେଣ୍ଡ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ୧୯୮୪ରେ ରିଲିଜ ହୋଇଥିବା ଫିଲ୍ମ ‘ଶରାବି’ ପାଇଁ ବାପି ଦା’ଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା। ସେହିପରି ୨୦୧୮ରେ ତାଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା। ବାପି ଲାହିରି ବେକରେ ମୋଟା ସୁନା ଚେନ୍‌ ଏବଂ ହାତରେ ବଡ଼ ବଡ଼ ମୁଦି ସମେତ ଅନେକ ସୁନା ଅଳଙ୍କାର ଆଭୂଷଣ ତାଙ୍କୁ ସମସ୍ତଙ୍କଠାରୁ ଏକ ଭିନ୍ନ ପରିଚୟ ଦେଇଥିଲା। ଗତ ବର୍ଷ ବାପି ଦା’ କରୋନାରେ ଆକ୍ରାନ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?