ସୁନା କପ୍‌ରେ ଚା’ ପିଉଥିଲେ ବାପି

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ୬୯ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଜୁହୁର କ୍ରିଟି କେୟାର ହସ୍ପିଟାଲରେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ବାପି ଲାହିରୀ ବଲିଉଡ୍‌ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଏକ ବଡ଼ ଇନିଂସ ଖେଳିଥିଲେ। ସେ ତାଙ୍କ କ୍ୟାରିଅରରେ ୫୦୦ରୁ ଅଧିକ ଗୀତ ରଚନା କରିଥିଲେ। ସେ ଇଣ୍ଡଷ୍ଟ୍ରିରେ ବାପି ଦା’ ନାମରେ ବେଶ୍‌ ଜଣାଶୁଣା। ଗୀତ ବ୍ୟତୀତ ବାପି ଦା’ ସୁନା ଅଳଙ୍କାର ପିନ୍ଧିବାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସୁନା ଅଳଙ୍କାର ପ୍ରତି ତାଙ୍କର ବେଶ୍‌ ରୁଚି ରହିଥିବା ବେଳେ ପ୍ରାୟ ସମୟରେ ତାଙ୍କୁ ବେକରେ ମୋଟା ସୁନା ଚେନ୍‌ ଏବଂ ହାତରେ ବଡ଼ ବଡ଼ ମୁଦି ସମେତ ଅନେକ ସୁନା ଅଳଙ୍କାର ପିନ୍ଧୁଥିବାର ଦେଖିବାକୁ ମିଳେ। ବାପି ଦା’ ଏକମାତ୍ର ଗାୟକ ଯିଏ ବହୁତ ସୁନା ପିନ୍ଧୁଥିବାର ଦେଖାଯାଏ।

କିନ୍ତୁ ବାପି ଲାହିରୀ କେବେ ଏବଂ କାହିଁକି ସୁନା ପିନ୍ଧିବା ଆରମ୍ଭ କଲେ ଜାଣିଛନ୍ତି କି। ଏକ ସାକ୍ଷାତକାରରେ ବାପି ଲାହିରୀ ଏହି ରହସ୍ୟ ଉପରୁ ପରଦା ଉଠାଇଥିଲେ। ସେ କହିଥିଲେ, ହଲିଉଡ୍‌ର ଜଣେ କଳାକାର ଯୋଗୁ ସେ ସୁନା ପିନ୍ଧିବା ଆରମ୍ଭ କରିଥିଲେ। ହଲିଉଡ୍‌ର ଗାୟକ ଏଲ୍‌ଭିସ ପ୍ରେସ୍‌ଲେର ଜଣେ ବଡ଼ ପ୍ରଶଂସକ ଥିଲେ ବାପି ଦା’। ଏଲ୍‌ଭିସ ସବୁବେଳେ ବେକରେ ସୁନା ଚେନ୍‌ ପିନ୍ଧୁଥିଲେ। ତାଙ୍କର ଏହି ଶୈଳୀ ବାପି ଦା’ଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ଏହାପରଠାରୁ ବାପି ଲାହିରୀ ଅଧିକ ସଫଳ ହେବା ପାଇଁ ନିଷ୍ପତ୍ତି ନେବା ସହ ସୁନା ପିନ୍ଧିବା ଆରମ୍ଭ କରିଥିଲେ। ଏହି ସୁନା ମଧ୍ୟ ତାଙ୍କ ପାଇଁ ସଫଳତା ଆଣିଦେଇଥିଲା। ସେ ସୁନା ଏତିକି ପିନ୍ଧିବାକୁ ଚାହୁଁଥିଲେ ଯେତିକି ସେ ଇଣ୍ଡଷ୍ଟ୍ରିରେ ସଫଳ ହୋଇଛନ୍ତି। ସୁନା ପ୍ରତି ବାପି ଲାହିରୀଙ୍କ ପ୍ରେମ ଏତେ ଥିଲା ଯେ, ୨୦୨୧ରେ ଧନତେରାସରେ ତାଙ୍କ ପତ୍ନୀ ତାଙ୍କୁ ଏକ ସୁନା ଚା’ ସେଟ୍‌ ଉପହାର ଦେଇଥିଲେ।

କାରଣ ପୂର୍ବରୁ ବାପି ଦା’ଙ୍କ ନିକଟରେ ଅନେକ ଭିନ୍ନ ସୁନା ଅଳଙ୍କାର ଥିଲା। ତେଣୁ ତାଙ୍କ ପତ୍ନୀଙ୍କୁ ଧନତେରାସରେ ଏକ ସୁନାର ଚା ’ସେଟ ଆଣିବାକୁ ସେ କହିଥିଲେ। କୌଣସି ଏକ ସ୍ଥାନରେ ସୁନ୍ଦର ଚା’ ସେଟ ଦେଖି ବାପି ଦା’ଙ୍କ ମନ ଲାଖିଯାଇଥିଲା। ତେଣୁ ସେ ଏହି ଚା’ସେଟ ଉପହାର ନେଇଥିଲେ। ଅନ୍ୟପଟେ ଏକ ସାକ୍ଷାତକାରରେ ସେ କହିଥିଲେ, ମୁଁ ଗୋଲ୍ଡ ମେନ ବୋଲି ଗର୍ବିତ। ସୁନା ମୋ ପାଇଁ ଭାଗ୍ୟବାନ। ଯେତେବେଳେ ମୁଁ ସୁନା ପିନ୍ଧିବା ଆରମ୍ଭ କରିଲିି ମୋର ଗୀତଗୁଡ଼ିକ ହିଟ୍‌ ହୋଇଥିଲା। ଜାଣିଛନ୍ତି, ବାପି ଲାହିରୀ କେତେ ସୁନା ପିନ୍ଧୁଥିଲେ। ୨୦୧୪ରେ ବାପି ଲାହିରୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେହି ସମୟରେ ସେ ସୂଚନା ଦେଇଥିଲେ ଯେ, ତାଙ୍କ ନିକଟରେ ୭୫୪ ଗ୍ରାମ ସୁନା ଏବଂ ୪.୬୨ ଗ୍ରାମ ରୂପା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri