ବନ୍ଥପଲ୍ଲୀ ଗାଁ ପୁଣି ଅଶାନ୍ତ: ଘର ଉପରକୁ ବୋମା ମାଡ଼ କଲେ…

ଦିଗପହଣ୍ଡି,୨୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ବନ୍ଥପଲ୍ଲୀ ଗ୍ରାମର ପ୍ରଶାନ୍ତ ଭୂୟାଁଙ୍କ ଘର ଉପରକୁ ବୋମା ମାଡ଼ କରାଯାଇଛି। କିଛିଦିନର ନୀରବତା ପରେ ପୂର୍ବ ଶତ୍ରୁତାକୁ ନେଇ ଏହି ବୋମା ମାଡ଼ କରାଯାଇଥିବା ସୂଚନା ମିଳିଛି। ରବିବାର ବିଳମ୍ବିତ ରାତି ପ୍ରାୟ ୧ ଟାରେ କୌଣସି ଦୁର୍ବୃତ୍ତ ପ୍ରଶାନ୍ତଙ୍କ ଘର ଉପରକୁ ବୋମା ନିକ୍ଷେପ କରିଥିବା ଜଣାପଡିଛି। ବୋମା ବିସ୍ଫୋରଣରେ ପ୍ରଶାନ୍ତଙ୍କ ସ୍କୁଟି ଓ ସାଇକେଲ ସାମାନ୍ୟ କ୍ଷତି ହୋଇଥିବା ଜଣାପଡିଛି। ପ୍ରଶାନ୍ତ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଠିକାଦାରଙ୍କ ପାଖରେ ରହି କାମ ଦାମ ତଦାରଖ କରୁଥିବାବେଳେ କାହିଁକି କୌଣସି ଦୁର୍ବୃତ୍ତ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏହି ବୋମା ମାଡ଼ କରିଛନ୍ତି। ସେ ନେଇ କୌଣସି ଠୋସ ସୂଚନା ମିଳିପାରିନାହିଁ। ଏନେଇ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ରଙ୍କୁ ପଚାରିବାରୁ ସୋମବାର ସନ୍ଧ୍ୟା ସୁଦ୍ଧା ଥାନାରେ ଏନେଇ କେହି ଏତଲା ଦେଇନଥିବା କହିଛନ୍ତି। ପୂର୍ବରୁ ପ୍ରଶାନ୍ତଙ୍କ ଜଣେ ସମ୍ପର୍କୀୟଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ଘଟଣାରେ ପ୍ରଶାନ୍ତ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।ଏହି ମାମଲାରେ ଜଣେ ଅଭିଯୁକ୍ତ ବିଚାରାଧୀନ ଅନ୍ତେବାସୀ ଭାବେ ବ୍ରହ୍ମପୁର ଜେଲ ରେ ଥିବା ଜଣାପଡ଼ିଛି।ଏହି କାରଣକୁ ନେଇ ବୋମା ମାଡ଼ କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଥିବା ଆଇଆଇସି କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପୂର୍ବରୁ ଭାବୁକ ହେଲେ ଶିବକୁମାର, ମା’ଙ୍କ ପାଦ ଛୁଇଁ…

ବେଙ୍ଗାଲୁରୁ,୩ା୬: କର୍ନାଟକରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଡି.କେ. ଶିବକୁମାରଙ୍କ ସହିତ ଆଜି ୧୩…

ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜିଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭…

ଜଣେ ଛାତ୍ରଙ୍କୁ ପଢ଼ାଇବା ପାଇଁ ଏତେଟଙ୍କା ଚାର୍ଜ କରନ୍ତି ଖାନ୍‌ ସାର? କୋଚିଂ ଫିସ୍‌ ଜାଣିଲେ…

ନୂଆଦିଲ୍ଲୀ,୩।୬: ଖାନ ସାରଙ୍କୁ କିଏ ବା ନଜାଣେ.. ନିଜର ନିଆରା ପଢ଼ାଇବା ଶୈଳୀ ପାଇଁ ସାରା ଦେଶରେ ପ୍ରସିଦ୍ଧ ଖାନ ସାର୍‌ ଲକ୍ଷ ଲକ୍ଷ ପିଲାଙ୍କ ପ୍ରିୟ…

ବିମାନବନ୍ଦରରେ ରିଲ୍ସ କରୁଥିଲେ ସାବଧାନ! ଆସିଲା ନୂଆ ନିୟମ, ନଚେତ୍ ହୋଇପାରେ

ନୂଆଦିଲ୍ଲୀ,୩।୬: ଏଣିକି ବିମାନବନ୍ଦରରେ ସେଲଫି ନେବା, ଇନଷ୍ଟାଗ୍ରାମ ରିଲ୍ ତିଆରି କରିବା କିମ୍ବା ଯାତ୍ରା ଭ୍ଲଗ୍ ସୁଟିଂ କରୁଥିବା ପ୍ରେମୀମାନଙ୍କୁ ସତର୍କ ରହିବାକୁ ପଡିବ ।ଡିଜିସିଏ ବିମାନବନ୍ଦର ପରିସରରେ…

ଯୁବତୀଙ୍କୁ ଲଜ୍‌ରେ ସିନ୍ଦୂର ପିନ୍ଧାଇ ବିବାହ କରିଥିଲେ ଯୁବକ, ଶାରୀରିକ ସମ୍ପର୍କ ରଖିବା ପରେ…

ରିଷିଡ଼ା,୩ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡ଼ା ଫାଣ୍ଡି ଅଞ୍ଚଳର ଜଣେ କଲେଜ ପଢୁଆ ଯୁବକ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ…

ଦିନେ ଛାଡ଼ି ଦେଇଥିଲେ ୧୦୭ କୋଟି ଟଙ୍କାର ଅଫର୍, ଆଜି ଖାନ ସାରଙ୍କ କୋଚିଂ ଫିସ୍‌, ମାସକୁ କେତେ ଲକ୍ଷ ଟଙ୍କା ରୋଜଗାର ଜାଣନ୍ତୁ…

ନୂଆଦିଲ୍ଲୀ,୩।୬: ପ୍ରସିଦ୍ଧ ଶିକ୍ଷକ ତଥା ୟୁଟ୍ୟୁବର୍‌ ଖାନ ସାର୍‌ (Khan Sir) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିହାରର ରାଜଧାନୀ ପାଟନାରେ ଥିବା ତାଙ୍କ କୋଚିଂ ପ୍ରତିଷ୍ଠାନ…

କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା: ଭବିଷ୍ୟତରେ ନିଷ୍ଠାର ସହ ଆଗକୁ ବଢ଼ିବାକୁ ପରାମର୍ଶ

କୋରାପୁଟ,୩ା୬(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ପକ୍ଷରୁ ବୁଧବାର କୃତୀ ଛାତ୍ରୀଛାତ୍ରଙ୍କୁ ଉପଢୌକନ, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ନାରାୟଣପାଟଣା ବ୍ଲକ…

IND vs AFG: ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି ମହମ୍ମଦ ସିରାଜ! ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୩।୬: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ଖେଳିବା ସମ୍ଭାବନା ବହୁତ କମ୍ ରହିଛି । ଏହି ଟେଷ୍ଟ ମ୍ୟାଚ୍ ଜୁନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri