ଆମେରିକା ସ୍କୁଲରେ ମୋବାଇଲ ମନା…

ମାସାଚୁସେଟ୍ସ,୪।୧୨ : ଆମେରିକାର ମାସାଚୁସେଟ୍ସର ବକ୍ସଟନ ହାଇସ୍କୁଲରେ ମୋବାଇଲ ଫୋନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବିଦ୍ୟାଳୟ ପରିଚାଳନା ଦ୍ୱାରା ଜାରି କରାଯାଇଥିବା ଆଦେଶରେ ଛାତ୍ର, ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ୧୪ ଏକର କ୍ୟାମ୍ପସରେ ମୋବାଇଲ ଫୋନ ବ୍ୟବହାର କରିବାକୁ ବାରଣ କରିଛନ୍ତି।

ଯେତେବେଳେ କରୋନା ପରେ ଅଫଲାଇନ କ୍ଲାସ ଆରମ୍ଭ ହେଲା, ଆମେ ଅନୁଭବ କଲୁ ଯେ ଛାତ୍ରମାନେ ଦିନସାରା ମୋବାଇଲରେ ବ୍ୟସ୍ତ ରହୁଥିଲେ ଏବଂ ସହପାଠୀ ଛାତ୍ରମାନଙ୍କ ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଇଥିଲେ ବୋଲି ବିଦ୍ୟାଳୟର ମୁଖ୍ୟ ପିଟର ବେକ କହିଛନ୍ତି। ଏହା ଅନୁଭବ ହେଲା ଯେ ଛାତ୍ରମାନେ ଅନ୍ୟ ବିଦ୍ୟାଳୟର ସାଥୀ ଏବଂ ଶିକ୍ଷକମାନଙ୍କ ସହ ସମନ୍ବୟ ରକ୍ଷା କରିବାରେ ଅସଫଳ ହୋଇପଡୁଥିଲେ। ଏହା ସହିତ ସେ ଶ୍ରେଣୀରେ ବସିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ପିଟର ବେକ କହିଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ମୋବାଇଲ ଫୋନ ଉପରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି, ଯାହାର ସକାରାତ୍ମକ ପ୍ରଭାବ ଦେଖାଇବା ଆରମ୍ଭ କରିଛି। ସେ କହିଛନ୍ତି ଯେ ଛାତ୍ରମାନେ ବଦଳୁଛନ୍ତି ଏବଂ ସେମାନେ ସହପାଠୀ ଛାତ୍ରମାନଙ୍କ ସହ ସମନ୍ବୟ ରକ୍ଷା କରୁଛନ୍ତି ଏବଂ ପୂର୍ବ ଭଳି ଫୋନରେ ସୋସିଆଲ ମିଡ଼ିଆରେ ବ୍ୟସ୍ତ ରହୁ ନାହାନ୍ତି। ଫଳରେ ସେମାନେ କ୍ଲାସ ସମୟରେ ଅନ୍ୟ ସହପାଠୀମାନଙ୍କ ସହିତ ମଧ୍ୟ ମିଳାମିଶା କରୁଛନ୍ତି।

ସ୍କୁଲ ମ୍ୟାନେଜମେଣ୍ଟ କହିଛି ଯେ ଯେତେବେଳେ ସ୍କୁଲରେ ମୋବାଇଲ ଫୋନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ସେତେବେଳେ ଏହା ଛାତ୍ରମାନଙ୍କୁ ଏହା ଭୟଭୀତ କରିଥିଲା। ସେମାନେ ଅନୁଭବ କରୁଥିଲେ ଫୋନ ବିନା ସେମାନେ କିପରି ବଞ୍ଚିବେ ଯାହା ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି।

ବାସ୍ତବରେ, ନିର୍ଦ୍ଦେଶ ଅନୁଯାୟୀ, ବିଦ୍ୟାଳୟ ନିକଟରେ ରହୁଥିବା ଛାତ୍ରମାନଙ୍କୁ ମୋବାଇଲ ଫୋନ ଘରେ ଛାଡିଦେବାକୁ କୁହାଯାଇଥିବାବେଳେ ବୋର୍ଡିଂ ଛାତ୍ରମାନଙ୍କ ମୋବାଇଲ ଫୋନ ବିଦ୍ୟାଳୟରେ ଜମା କରାଯାଇଥିଲା। ଯାହା ସେମାନଙ୍କୁ କ୍ଲାସ ପରେ ଦିଆଯାଉଥିଲା। ତଥାପି, ସେମାନଙ୍କୁ ବିକଳ୍ପ ଭାବରେ ଏକ ଛୋଟ ଫୋନ ଦିଆଯାଇଥିଲା। ଯାହା କେବଳ ମେସେଜିଂ ଏବଂ କଲିଂ ପାଇଁ ବ୍ୟବହୃତ ହୋଇ ପାରିବ। ଏହା ବ୍ୟତୀତ ଛାତ୍ରମାନେ ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ବ୍ୟବହାର କରିବାକୁ ଡେସ୍କଟପ ବ୍ୟବହାର କରଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri