ଅନ୍‌ଲାଇନ୍‌ରେ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରଣାଳୀ

ନୂଆଦିଲ୍ଲୀ,୪।୧୨: ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଆଉ ବାରମ୍ବାର ଅଫିସ ବୁଲିବାର ଆବଶ୍ୟକ ନାହିଁ। କାରଣ ଏଥିପାଇଁ ଅନଲାଇନ୍‌ ସୁବିଧା ମଧ୍ୟ ଉପଲବ୍ଧ। ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଜଣେ ଅନଲାଇନ୍‌ରେ ଆବେଦନ କରିପାରିବେ। ଡ୍ରାଇଭିଂ ଲାଇସେନ୍ସ ସହ ଜଡିତ ସେବାକୁ ସରକାର ଅନ୍‌ଲାଇନ୍‌ କରି ଲୋକଙ୍କ କାମକୁ ସହଜ କରିଛନ୍ତି।
ଅନଲାଇନ ଡ୍ରାଇଭିଂ ଲାଇସେନ୍ସ ପାଇଁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ୱେବସାଇଟକୁ ଯିବାକୁ ପଡିବ।
ୱେବସାଇଟ ମାଧ୍ୟମରେ ଆପଣ ୧୬-୧୮ ବର୍ଷ ବୟସ ପର୍ଯ୍ୟନ୍ତ ଏକ ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ। ୱେବସାଇଟରେ ଅନଲାଇନ୍‌ ସେବାଗୁଡିକର ବିକଳ୍ପ ଚୟନ କରିବାକୁ ପଡିବ। ଏହା ପରେ ଆପଣଙ୍କୁ ଡ୍ରପ୍‌ଡାଉନ ମେନୁରୁ ଆବେଦନ ପାଇଁ ଲର୍ନର ଲାଇସେନ୍ସ ଉପରେ କ୍ଲିକ୍‌ କରିବାକୁ ପଡିବ।

ଲର୍ନର ଲାଇସେନ୍ସ ଟେଷ୍ଟ:
ଯଦି ଆପଣ eKYC ଆଧାରରେ ଏହାକୁ କରନ୍ତି, ତେବେ ଆପଣଙ୍କୁ ଆରଟିଓ କାର୍ଯ୍ୟାଳୟକୁ ଯାଇ ପରୀକ୍ଷା ଦେବାକୁ ପଡିବ ନାହିଁ। ଆପଣ ଘରୁ ଲର୍ନର ଲାଇସେନ୍ସ ପରୀକ୍ଷା ଦେଇପାରିବେ। ମାତ୍ର ଯଦି ଆପଣ ଏଠାରେ ଆଧାର ନଥିବା eKYC ଚୟନ କରନ୍ତି, ତେବେ ଆପଣଙ୍କୁ ଆର୍‌ଟିଓ କାର୍ଯ୍ୟାଳୟକୁ ଯାଇ ପରୀକ୍ଷା ଦେବାକୁ ପଡିବ। ତେବେ ଆପଣଙ୍କୁ ଆଧାର ପ୍ରାମାଣିକିକରଣ(ଆଧାର ଅଥେଣ୍ଟିକେଶନ) ଚୟନ କରି ଆଧାର ନମ୍ବର ଦେବାକୁ ପଡିବ। ଏହାପରେ ଏକ ଓଟିପି ପଞ୍ଜୀକୃତ ମୋବାଇଲ ନମ୍ବରରେ ଆସିବ। ଏହାକୁ ଯାଞ୍ଚ କରନ୍ତୁ। ପରେ ମୋବାଇଲ ନମ୍ବରରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଅନଲାଇନ ପରୀକ୍ଷା ପାଇଁ ଲଗ୍‌ଇନ୍‌ ବିବରଣୀ ପାଇବେ। ଅଫଲାଇନ୍‌ ପରୀକ୍ଷା ପାଇଁ ଆପଣଙ୍କୁ ଆରଟିଓ କାର୍ଯ୍ୟାଳୟକୁ ଯାଇ ପରୀକ୍ଷା ଦେବାକୁ ପଡିବ।

ଏଭଳି କରନ୍ତୁ ଆବେଦନ:
-ପ୍ରଥମେ ନିଜ ବିବରଣୀ ପୂରଣ କର।
-ପଚରାଯାଇଥିବା ସମସ୍ତ ଡକ୍ୟୁମେଣ୍ଟ ଅପ୍‌ଲୋଡ କରନ୍ତୁ।
-ଆବଶ୍ୟକ ହେଲେ ଫଟୋ ଏବଂ ଦସ୍ତଖତ ଅପ୍‌ଲୋଡ କରନ୍ତୁ।(କିଛି ରାଜ୍ୟ ଲାଗି ପ୍ରଯୁଜ୍ୟ)।
-ଡିଏଲ୍‌ ପରୀକ୍ଷା ସ୍ଲଟ୍‌ ବୁକିଂ(କେବଳ କିଛି ରାଜ୍ୟ ଲାଗି ପ୍ରଯୁଜ୍ୟ)
-ଦେୟ ଦିଅ
-ଦେୟ ସ୍ଥିତି ଯାଞ୍ଚ କରନ୍ତୁ
-ରସିଦ ପ୍ରିଣ୍ଟ କରନ୍ତୁ।

ଡ୍ରାଇଭିଂ ଟେଷ୍ଟ ଜରୁରୀ:
ଡିଏଲ୍‌ ଲାଗି ଆପଣଙ୍କୁ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିପାରେ। ୧୮ ବର୍ଷରୁ ଅଧିକ ବୟସର ହେବା ପରେ ଏଥିଲାଗି ଆବେଦନ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?