ଅନ୍‌ଲାଇନ୍‌ରେ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରଣାଳୀ

ନୂଆଦିଲ୍ଲୀ,୪।୧୨: ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଆଉ ବାରମ୍ବାର ଅଫିସ ବୁଲିବାର ଆବଶ୍ୟକ ନାହିଁ। କାରଣ ଏଥିପାଇଁ ଅନଲାଇନ୍‌ ସୁବିଧା ମଧ୍ୟ ଉପଲବ୍ଧ। ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଜଣେ ଅନଲାଇନ୍‌ରେ ଆବେଦନ କରିପାରିବେ। ଡ୍ରାଇଭିଂ ଲାଇସେନ୍ସ ସହ ଜଡିତ ସେବାକୁ ସରକାର ଅନ୍‌ଲାଇନ୍‌ କରି ଲୋକଙ୍କ କାମକୁ ସହଜ କରିଛନ୍ତି।
ଅନଲାଇନ ଡ୍ରାଇଭିଂ ଲାଇସେନ୍ସ ପାଇଁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ୱେବସାଇଟକୁ ଯିବାକୁ ପଡିବ।
ୱେବସାଇଟ ମାଧ୍ୟମରେ ଆପଣ ୧୬-୧୮ ବର୍ଷ ବୟସ ପର୍ଯ୍ୟନ୍ତ ଏକ ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ। ୱେବସାଇଟରେ ଅନଲାଇନ୍‌ ସେବାଗୁଡିକର ବିକଳ୍ପ ଚୟନ କରିବାକୁ ପଡିବ। ଏହା ପରେ ଆପଣଙ୍କୁ ଡ୍ରପ୍‌ଡାଉନ ମେନୁରୁ ଆବେଦନ ପାଇଁ ଲର୍ନର ଲାଇସେନ୍ସ ଉପରେ କ୍ଲିକ୍‌ କରିବାକୁ ପଡିବ।

ଲର୍ନର ଲାଇସେନ୍ସ ଟେଷ୍ଟ:
ଯଦି ଆପଣ eKYC ଆଧାରରେ ଏହାକୁ କରନ୍ତି, ତେବେ ଆପଣଙ୍କୁ ଆରଟିଓ କାର୍ଯ୍ୟାଳୟକୁ ଯାଇ ପରୀକ୍ଷା ଦେବାକୁ ପଡିବ ନାହିଁ। ଆପଣ ଘରୁ ଲର୍ନର ଲାଇସେନ୍ସ ପରୀକ୍ଷା ଦେଇପାରିବେ। ମାତ୍ର ଯଦି ଆପଣ ଏଠାରେ ଆଧାର ନଥିବା eKYC ଚୟନ କରନ୍ତି, ତେବେ ଆପଣଙ୍କୁ ଆର୍‌ଟିଓ କାର୍ଯ୍ୟାଳୟକୁ ଯାଇ ପରୀକ୍ଷା ଦେବାକୁ ପଡିବ। ତେବେ ଆପଣଙ୍କୁ ଆଧାର ପ୍ରାମାଣିକିକରଣ(ଆଧାର ଅଥେଣ୍ଟିକେଶନ) ଚୟନ କରି ଆଧାର ନମ୍ବର ଦେବାକୁ ପଡିବ। ଏହାପରେ ଏକ ଓଟିପି ପଞ୍ଜୀକୃତ ମୋବାଇଲ ନମ୍ବରରେ ଆସିବ। ଏହାକୁ ଯାଞ୍ଚ କରନ୍ତୁ। ପରେ ମୋବାଇଲ ନମ୍ବରରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଅନଲାଇନ ପରୀକ୍ଷା ପାଇଁ ଲଗ୍‌ଇନ୍‌ ବିବରଣୀ ପାଇବେ। ଅଫଲାଇନ୍‌ ପରୀକ୍ଷା ପାଇଁ ଆପଣଙ୍କୁ ଆରଟିଓ କାର୍ଯ୍ୟାଳୟକୁ ଯାଇ ପରୀକ୍ଷା ଦେବାକୁ ପଡିବ।

ଏଭଳି କରନ୍ତୁ ଆବେଦନ:
-ପ୍ରଥମେ ନିଜ ବିବରଣୀ ପୂରଣ କର।
-ପଚରାଯାଇଥିବା ସମସ୍ତ ଡକ୍ୟୁମେଣ୍ଟ ଅପ୍‌ଲୋଡ କରନ୍ତୁ।
-ଆବଶ୍ୟକ ହେଲେ ଫଟୋ ଏବଂ ଦସ୍ତଖତ ଅପ୍‌ଲୋଡ କରନ୍ତୁ।(କିଛି ରାଜ୍ୟ ଲାଗି ପ୍ରଯୁଜ୍ୟ)।
-ଡିଏଲ୍‌ ପରୀକ୍ଷା ସ୍ଲଟ୍‌ ବୁକିଂ(କେବଳ କିଛି ରାଜ୍ୟ ଲାଗି ପ୍ରଯୁଜ୍ୟ)
-ଦେୟ ଦିଅ
-ଦେୟ ସ୍ଥିତି ଯାଞ୍ଚ କରନ୍ତୁ
-ରସିଦ ପ୍ରିଣ୍ଟ କରନ୍ତୁ।

ଡ୍ରାଇଭିଂ ଟେଷ୍ଟ ଜରୁରୀ:
ଡିଏଲ୍‌ ଲାଗି ଆପଣଙ୍କୁ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିପାରେ। ୧୮ ବର୍ଷରୁ ଅଧିକ ବୟସର ହେବା ପରେ ଏଥିଲାଗି ଆବେଦନ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri