ଆଦିବାସୀ ମହିଳାଙ୍କ ନାଁରେ ବ୍ୟାଙ୍କ ଋଣ ଟଙ୍କା ଆତ୍ମସାତ୍‌

ଯୋଡ଼ା,୨୭ା୩(ଡି.ଏନ.ଏ):କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ କୋଲହୋ ହୁଣ୍ଡୁଳା ଗ୍ରାମର କେତେଜଣ ଆଦିବାସୀ ମହିଳାଙ୍କ ନାମରେ ଜନୈକ ମହିଳା ବ୍ୟାଙ୍କରୁ ଋଣ କରି ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ବ୍ୟାଙ୍କ ନୋଟିସ୍‌ ପରେ ଆଦିବାସୀ ମହିଳାମାନେ ଯୋଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଆଧାରରେ ତଦନ୍ତ କରାଯିବ ବୋଲି ଯୋଡ଼ା ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ମୁତାବକ, ଉକ୍ତ ଗ୍ରାମରେ ରହୁଥିବା ଜନୈକା ମହିଳା ଗ୍ରାମର ୮ ଆଦିବାସୀ ମହିଳାଙ୍କୁ ଏକତ୍ର କରି ବ୍ଲକ୍‌ରେ ଗ୍ରୁପ କରାଯିବ, ଭତ୍ତା ମିଳିବ କହି ଯୋଡ଼ାକୁ ଆଣିଥିଲେ। ସେଠାରେ ଏକ ଘରୋଇ ବ୍ୟାଙ୍କରେ ସେମାନଙ୍କଠାରୁ ଟିପଚିହ୍ନ ନେଇ ସେମାନଙ୍କୁ ଘରକୁ ପଠାଇ ଦେଇଥିଲେ। ତେବେ କିଛି ଦିନ ପରେ ଘରୋଇ ବ୍ୟାଙ୍କ ପକ୍ଷରୁ ଉକ୍ତ ମହିଳାମାନଙ୍କ ନିକଟକୁ ବ୍ୟାଙ୍କ ଋଣ ଶୁଝିବା ପାଇଁ ଫୋନ ଆସିଥିଲା। ଜଣକ ପିଛା ୨୪ ହଜାର ଟଙ୍କା ଋଣ କରାଯାଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା। ମହିଳାମାନେ ପ୍ରକୃତରେ କୌଣସି ଋଣ କରି ନ ଥିବାରୁ ସେମାନଙ୍କୁ ବ୍ୟାଙ୍କକୁ ନେଇଥିବା ମହିଳାଙ୍କ ବିରୋଧରେ ଯୋଡ଼ା ଥାନାରେ ଅଭିଯୋଗ କରିଥିଲେ। ଏ ବାବଦରେ ଘରୋଇ ବ୍ୟାଙ୍କର ମ୍ୟାନେଜର ଜ୍ୟୋତିରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଦୁଇ ମାସ ହେବ ବ୍ୟାଙ୍କରେ ଯୋଗ ଦେଇଛନ୍ତି। ଏହା ତିନି ମାସ ପୂର୍ବରୁ ଘଟିଛି। ଚଞ୍ଚକତା କରି ଋଣ କରାଯାଇଥିବା ନେଇ ସେ ଯାଞ୍ଚ କରି ଜାଣିବାକୁ ପାଇଛନ୍ତି। ଘଟଣାରେ ପୂର୍ବ ବ୍ୟାଙ୍କ ମ୍ୟାନେଜର ଓ ଜଣେ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସୂଚନା ଦେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ପୋଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଲେ ଗଞ୍ଜେଇ ବେପାରୀ; ୨୩ କେଜିରୁ ଅଧିକ ଗଞ୍ଜେଇ ଜବତ

ଦାରିଙ୍ଗବାଡି, ୧୩।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଏକ ବଡ଼ଧରଣର ଗଞ୍ଜେଇ ଜବତ କରାଯାଇଛି। ପାଟ୍ରୋଲିଂ ବେଳେ ପୋଲିସ ୨୩…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ‘ସୁରଭି’

ଦାରିଙ୍ଗବାଡ଼ି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?