ନିର୍ମାଣ ହୋଇପାରୁନି ମଡେଲ ଭେଣ୍ଡିଂ ଜୋନ୍‌

କଟକ ଅଫିସ,୨୭ା୩: ସହରରେ ବିସ୍ଥାପିତ ୧୨୦୦ ଉଠାଦୋକାନୀଙ୍କୁ ଥଇଥାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ଯୋଜନାରେ ମଡେଲ୍‌ ଭେଣ୍ଡିଂଜୋନ୍‌ ନିର୍ମାଣ କରିବାକୁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ନିଷ୍ପତ୍ତି ନିଆଯାଯାଇଥିଲା। ସହରରେ ରାସ୍ତା ପାର୍ଶ୍ୱରେ ବସି ବିକ୍ରି କରୁଥିବା ସମସ୍ତ ଉଠାଦୋକାନୀମାନ ଏଥିପାଇଁ ସିଡିଏ ସେକ୍ଟର-୭ସ୍ଥିତ ଆଶ୍ରୟ ଦି ସେଲ୍‌ଟର ନିକଟ, ବୀରେନ ମିତ୍ର ପାର୍କ ସମ୍ମୁଖ, ସେକ୍ଟର-୧୦ସ୍ଥିତ ମଶ୍ୱେରୀ ସ୍କୁଲ ନିକଟ, ୯ ନଂ. ୱାର୍ଡ ଦୟା ଆଶ୍ରମ ସମ୍ମୁଖ, ୪୮ ନଂ. ୱାର୍ଡ ଅଫିସ ସମ୍ମୁଖ, ୪୮ ନଂ. ୱାର୍ଡ ବିରୂପା ନଦୀ ନିକଟ ରାସ୍ତାପାର୍ଶ୍ୱ, ୯ ନଂ. ୱାର୍ଡରେ ଥିବା ବୋର୍ଡ ଅଫ ରେଭିନ୍ୟୁ କ୍ୱାର୍ଟର୍ସ ସମ୍ମୁଖ, ଚାଉଳିଆଗଞ୍ଜ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ଜାତୀୟ ରାଜପଥର ସର୍ଭିସ ରୋଡ ଅଞ୍ଚଳ, ଫକୀରପୁର ଆଇବି ରୋଡରୁ ନିମପୁର ବସ୍ତି ଅଞ୍ଚଳରେ ଥିବା ଖାଲି ସ୍ଥାନ, ୫୪ ନଂ. ୱାର୍ଡର ଲେପ୍ରୋସି ହୋମ୍‌ ଆଣ୍ଡ ହସ୍ପିଟାଲ ସମ୍ମୁଖ, ନୂଆବଜାର ମାଛ ମାର୍କେଟ ନିକଟ ଏବଂ ୫୮ ନମ୍ବର ୱାର୍ଡ ଗୋପାଳପୁର ଅଣ୍ଡରପାସ ଅଞ୍ଚଳରେ ଜମି ଚିହ୍ନଟ କରାଯାଇଥିଲା। ଏପରି କି ଉକ୍ତ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ପାଇଁ ସ୍ଥିର କରାଯାଇଥିଲା। ଟିମ୍‌ ପକ୍ଷରୁ ଏ ନେଇ ଅନୁଧ୍ୟାନ କରାଯାଇଥିଲେ ମଧ୍ୟ ଏ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରାଯାଇନାହିଁ। ଇତିମଧ୍ୟରେ ୨୦ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଣେ ଉଠାଦୋକାନୀଙ୍କୁ କ୍ୟାବିନ୍‌ ଖଣ୍ଡେ ମିଳିପାରିନାହିଁ।
ଏ ସମ୍ପର୍କରେ ସିଏମ୍‌ସି ଡେପୁଟି କମିଶନର ଅଜୟ ମହାନ୍ତି କହିଛନ୍ତି, ମଡେଲ ଭେଣ୍ଡିଂ ଜୋନ୍‌ ନିର୍ମାଣ ପାଇଁ ଯନ୍ତ୍ରୀ ବିଭାଗ ବୁଝାବୁଝି କରୁଛି। ସେହିପରି ସିଏମ୍‌ସି ନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ କହିଛନ୍ତି, ପୂର୍ବରୁ ସହରର ଅନେକ ସ୍ଥାନରେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇ ବ୍ୟବସାୟୀଙ୍କୁ ପ୍ରଦାନ କରାଯାଇଛି। ହେଲେ ସେମାନେ ତାହାକୁ ଖୋଲୁ ନାହାନ୍ତି। ନୂତନ ମଡେଲ ଭେଣ୍ଡିଂ ଜୋନ୍‌ ନିର୍ମାଣ କାର୍ଯ୍ୟ ଭେଣ୍ଡିଂ ଜୋନ୍‌ କମିଟି ବୁଝୁଛି। ସେମାନେ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ କଟକରେ ଏହି ଯୋଜନା କାର୍ଯ୍ୟକାରୀ ହେବା କଷ୍ଟକର ମନେହେଉଛି। କାରଣ ବ୍ୟବସାୟୀଙ୍କୁ କ୍ୟାବିନ୍‌ ଯୋଗାଇ ଦିଆଯାଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ସେଥିରେ ତାଲା ଝୁଲୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri