Posted inଖେଳ

ବାଂଲାଦେଶ ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଚଟୋଗ୍ରାମ,୬।୨(ଏପି): ମେହିଦୀ ହାସନ ମିରାଜଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ବାଂଲାଦେଶ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ନିୟନ୍ତ୍ରଣରେ ରଖିଛି। ପ୍ରଥମ ଇନିଂସରେ ୧୦୩ ରନର ଶତକୀୟ ଇନିଂସ ଖେଳିବା ପରେ ମିରାଜ ମୂଲ୍ୟବାନ ୪ ଉଇକେଟ ଅକ୍ତିଆର କରି ଦଳ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିଛନ୍ତି। ଟସ୍‌ ଜିତି ବାଂଲାଦେଶ ପ୍ରଥମ ଇନିଂସରେ ୧୫୦.୨ ଓଭରରେ ୪୩୦ ରନ କରି ଅଲ୍‌ଆଉଟ ହୋଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୯୬.୧ ଓଭରରେ ୨୫୯ ରନ କରି ଅଲ୍‌ଆଉଟ ହୋଇ ବୃହତ୍‌ ୧୭୧ ରନ ପଛରେ ପଡିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବାଂଲାଦେଶ ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨୦ ଓଭରରେ ୩ ଉଇକେଟ ହରାଇ ୪୭ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ୨ ଦିନ ବାକିଥିବା ବେଳେ ବାଂଲାଦେଶ ୭ ଉଇକେଟ ହାତରେ ରଖି ୨୧୮ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ୍‌ ଅପସାରଣ ବେଳକୁ ଅଧିନାୟକ ମୋମିନୁଲ ହକ୍‌ ୩୧ ଓ ମୁସ୍‌ଫିକର ରହିମ ୧୦ ରନ କରି ଅପରାଜିତ ରହିଛନ୍ତି। ମାତ୍ର ୩୩ ରନ୍‌ରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ଝଟକା ଖାଇଥିଲେ ମଧ୍ୟ ବାଂଲାଦେଶ ସୁବିଧାଜନକ ସ୍ଥିତିରେ ରହିଛି। ଓପନର ତାମିମ ଇକ୍‌ବାଲ ଓ ନାଜମୁଲ ହୋସେନ ସାଣ୍ଟୋ ଖାତା ଖୋଲିବା ପୂର୍ବରୁ ଅଫ୍‌ ସ୍ପିନର ରାହକିମ୍‌ କର୍ନଓ୍ବାଲଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ତାମିମ ଏଲ୍‌ବିଡବ୍ଲ୍ୟୁ ହୋଇଥିବା ବେଳେ ସାଣ୍ଟୋ ସ୍ଲିପ୍‌ରେ ଜେର୍ମାଇନ୍‌ ବ୍ଲାକଉଡ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଅନ୍ୟତମ ଓପନର ଶଦମନ ଇସ୍‌ଲାମ ୫ ରନ କରିଥିବା ବେଳେ ଉଇକେଟକିପର ଜସୁଆ ଡା’ ସିଲଭାଙ୍କୁ କ୍ୟାଚ୍‌ ଦେଇ ଶାନନ ଗାବ୍ରିଏଲ୍‌ଙ୍କ ଦ୍ୱାରା ଆଉଟ ହୋଇଥିଲେ। କର୍ନଓ୍ବାଲ ୨ ଓ ଗାବ୍ରିଏଲ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଓଭରନାଇଟ୍‌ ପ୍ରଥମ ଇନିଂସ ସ୍କୋର ୭୫/୨ରୁ ଖେଳ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ ଶୁକ୍ରବାର ଅଲ୍‌ଆଉଟ ହୋଇଥିଲା। ଅପରାଜିତ ସ୍କୋର ୪୯ରୁ ଖେଳ ଆରମ୍ଭ କରି ଓପନର କ୍ରେଗ୍‌ ବ୍ରାଥଓ୍ବେଟ୍‌ ୭୬ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ୧୭ ରନରୁ ଖେଳ ଆରମ୍ଭ କରି ଏନ୍‌କ୍ରୁମା ବୋନର ଅଧିନ ରନ୍‌ ସଂଗ୍ରହ କରି ନ ପାରି ସମାନ ସ୍କୋରରେ ଆଉଟ ହୋଇଥିଲେ। ଏହାପରେ କାଏଲ ମେୟେର୍ସ ୪୦, ବ୍ଲାକ୍‌ଉଡ୍‌ ୬୮, ଜୋଶୁଆ ଡା’ ସିଲ୍‌ଭା ୪୨ ରନ ସଂଗ୍ରହ କରିଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଏହି କ୍ରମରେ କର୍ନଓ୍ବାଲ ୨, ଜୋମେଲ ଓ୍ବାରିକାନ ୪ ରନ ସଂଗ୍ରହ କରିଥିବା ବେଳେ କେବର ରୋଚ ଖାତା ଖୋଲିପାରି ନ ଥିଲେ। ଗାବ୍ରିଏଲ ବିନା ସ୍କୋରରେ ଅପରାଜିତ ରହିଥିଲେ। ମାତ୍ର ୬ ରନ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜ ତା’ର ଅନ୍ତିମ ୫ ଉଇକେଟ ହରାଇଥିଲା। ବୋଲିଂରେ ବାଂଲାଦେଶ ତରଫରୁ ମିରାଜ ସର୍ବାଧିକ ୪, ମୁସ୍ତାଫିଜୁର ରହମାନ, ତାଇଜୁଲ ଇସ୍‌ଲାମ ଓ ନୟିମ ହାସନ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ପ୍ରଥମ ଇନିଂସ- ୧୫୦.୨ ଓଭରରେ ୪୩୦ ଅଲଆଉଟ୍‌
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ- ୯୬.୧ ଓଭରରେ ୨୫୯ ଆଲଆଉଟ୍‌
(ବ୍ରାଥଓ୍ବେଟ- ୭୬, ବ୍ଲାକ୍‌ଉଡ- ୬୮, ଡା ସିଲଭା- ୪୨, ମେୟେର୍ସ- ୪୦, ମିରାଜ- ୪/୫୮, ମୁସ୍ତାଫିଜୁର- ୨/୪୬, ତାଇଜୁଲ-୨/ ୮୪, ନୟିମ- ୨/୫୪)।
ବାଂଲାଦେଶ ଦ୍ୱିତୀୟ ଇନିଂସ- ୨୦ ଓଭରରେ ୪୭/୩
(ମୋମିନୁଲ- ୩୧*, ମୁସ୍‌ଫିକର- ୧୦*, କର୍ନଓ୍ବାଲ- ୨/୨୮, ଗାବ୍ରିଏଲ- ୧/୧୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଜନର ଶେଷ ଗେମ୍‌ ଖେଳିବ ଓଏଫ୍‌ସି: ବିଜୟ ସହ ପ୍ଲେ ଅଫ୍‌ ଲକ୍ଷ୍ୟ

ଭୁବନେଶ୍ୱର,୨୨।୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସିଜନର ନିଜର ଅନ୍ତିମ ମ୍ୟାଚ ଜାମସେଦପୁର ଏଫ୍‌ସି ବିପକ୍ଷରେ ଖେଳିବ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। କଳିଙ୍ଗ ଷ୍ଟାଡିୟମରେ ବୁଧବାର...

ହାଇଦ୍ରାବାଦକୁ ୨୦୪ ରନ୍‌ ଟାର୍ଗେଟ୍‌ ଦେଲା ରାଜସ୍ଥାନ

ହାଇଦ୍ରାବାଦ୍‌,୨।୪: ଆଇପିଏଲ ୨୦୨୩ର ଚତୁର୍ଥ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୨୦୪ ରନ...

କର୍ନାଟକ ସହ ପଏଣ୍ଟ ବାଣ୍ଟିଲା ଓଡ଼ିଶା

ଭୁବନେଶ୍ୱର,୨୦ା୨ (ସ୍ପୋଟର୍‌ସ ବ୍ୟୁରୋ): ୭୬ତମ ସନ୍ତୋଷ ଟ୍ରଫି ଫୁଟ୍‌ବଲର ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍‌ରେ ରବିବାର ଆୟୋଜକ ଓଡ଼ିଶା କର୍ନାଟକ ସହ ପଏଣ୍ଟ ବାଣ୍ଟିଛି। ଅନ୍ୟ ମ୍ୟାଚ୍‌ଗୁଡ଼ିକ...

ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡ଼ିଲେ ରୋନାଲ୍ଡୋ

ଲିସବନ୍‌,୧୭।୧୧: ଫିଫା ବିଶ୍ୱକପ୍‌ ୨୦୨୨ ପୂର୍ବରୁ ପର୍ତ୍ତୁଗାଲର ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡିଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ। ପେଟ ସମସ୍ୟା କାରଣରୁ ସେ ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ...

ପ୍ରଥମଥର ପାଇଁ ଭାଇଙ୍କ ସହ ନଜର ଆସିଲେ ଧୋନୀ

ରାଞ୍ଚି,୬।୧୧: ଭାରତୀୟ କ୍ରିକେଟ ଟିମ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରଥମଥର ପାଇଁ ତାଙ୍କ ଭାଇଙ୍କ ସହ ସାମ୍ନାକୁ ଆସିଛି। ଏହି ଫଟୋ...

୩ବର୍ଷ ପରେ କୋହଲିଙ୍କ ଶତକ

ଦୁବାଇ,୮।୯: ଦୀର୍ଘ ଦିନର ବିଫଳତା ପରେ ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍‌ଦାର ଶତକୀୟ ଇନିଂସ ଦେଖିବାକୁ ମିଳିଛି। ଏହି...

କୋପା ଆମେରିକା ଫୁଟ୍‌ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍‌ ଡ୍ର

ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ...

ଜାତୀୟ ଶକ୍ତି ଉତ୍ତୋଳନ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୯ା୩ (ସ୍ପୋଟର୍‌ସ ବ୍ୟୁରୋ): କେରଳ ରାଜ୍ୟ ଅନ୍ତର୍ଗତ କୋଝିକୋଡ୍‌ଠାରେ ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି...

Advertisement
Archives

Model This Week