ଦେଶ ସୁରକ୍ଷାରେ ଚିନ୍ତା ବଢ଼ାଉଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ

ମହାକାଳପଡ଼ା,୨୦ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶରେ ସୁରକ୍ଷା ଓ ଉପକୂଳ ଅଞ୍ଚଳରେ ବିଶେଷ କରି ବାଂଲାଦେଶୀ ଅନୁପ୍ରବେଶକାରୀ ଆଡ୍ଡା ଜମାଇବା ସହ ଦେଶ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ୩ ଦିନ ପୂର୍ବରୁ ଜଗତ୍‌ସିଂହପୁର ଜିଲାରୁ କେତେଜଣ ବେଆଇନ ଭାବେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ପୋଲିସକୁ ଚକ୍‌ମା ଦେଇ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ପରେ କେତେଜଣ ଧରା ପଡ଼ିଥିଲେ ମଧ୍ୟ ତାଙ୍କ ବେଆଇନ ଘରକୁ ବୁଲ୍‌ଡୋଜର ଲଗାଇ ଜିଲା ପ୍ରଶାସନ ଭାଙ୍ଗି ଦେଇଥିଲା। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ତଟବର୍ତ୍ତୀ ଅଞ୍ଚଳର ସାମୁଦ୍ରିକ ଥାନାଗୁଡ଼ିକୁ ହାଇ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡ଼ା ଜିଲାର ତାଳଚୁଆ, ତନ୍ତିଆପାଳ ଓ ଜମ୍ବୁ ସାମୁଦ୍ରିକ ଥାନା ପକ୍ଷରୁ ବିଭିନ୍ନ ଜଳ ଓ ସ୍ଥଳ ଭାଗରେ ନାକାବନ୍ଦୀ କରାଯାଇ ଗାଡ଼ିଗୁଡ଼ିକ ଯାଞ୍ଚ କରାଯାଉଛି। ଅପରପକ୍ଷରେ ବାଂଲାଦେଶଠାରୁ ଓଡ଼ିଶାର କେନ୍ଦ୍ରାପଡ଼ା ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ୧୨ ଶହ ନଟିକାଲ ମାଇଲ ତଥା ୨ ହଜାର କିମି ଦୂର ସମୁଦ୍ର ପଥ ଦେଇ ଛଦ୍ମ ବେଶରେ ବାଂଲାଦେଶ ନାଗରିକମାନେ ବେଆଇନ ଭାବରେ ଯନ୍ତ୍ର ଚାଳିତ ଡଙ୍ଗା ବା ବୋଟରେ ୭୨ ଘଣ୍ଟା ମଧ୍ୟରେ ପହଞ୍ଚିବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି। ସେହିପରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଘଞ୍ଚ ଅରଣ୍ୟ, ଲୁଣା ହେନ୍ତାଳ ଜଙ୍ଗଲ ମଧ୍ୟରେ ଲୁଚିଛପି ରହି ବେଆଇନ କାର୍ଯ୍ୟରେ ଲିପ୍ତଥାନ୍ତି ବୋଲି କୁହାଯାଉଛି। କିଛି ବର୍ଷ ପୂର୍ବେ କେତେଜଣ ସନ୍ଦିଗ୍ଧ ବାଂଲାଦେଶୀମାନେ ଏହି ଅଞ୍ଚଳର ଜମ୍ବୁଠାରେ ନକଲି ରେଡିଓ ଷ୍ଟେଶନ ନିର୍ମାଣ ଠାବ କରିବା, ପିତାପାଟଠାରେ ଖଟ ତଳେ ନକଲି ଟଙ୍କା ଛପାଇବା ମେଶିନ ଜବତ ହେବା, କୋକେନ୍‌ ଚରସ ଅଫିମ୍‌ ଓ ବ୍ରଉନସୁଗାର କାରବାର, ବିଭିନ୍ନ ମାରଣାସ୍ତ୍ର ବନ୍ଧୁକ କାରବାର ଆଦି ସମ୍ପୃକ୍ତି ଥିବା ବ୍ୟକ୍ତିଙ୍କୁ ସେ ସମୟର ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା।
ଅଦ୍ୟାବଧି କେତେଜଣ ବେଆଇନ ଭାବେ ଛଦ୍ମବେଶୀ ବ୍ୟବସାୟୀମାନେ ମନୋହରୀ, ପୋଷାକ ସାମଗ୍ରୀ, ନକଲି ଡାକ୍ତର ବା ବୈଦ ସାଜି ଚିକିତ୍ସା କରିବା, ଟ୍ରଲରଗୁଡ଼ିକରେ ନିୟୋଜିତ ହେବା, ଚିଙ୍ଗୁଡ଼ି ଘେରିରେ ରହି ଆତ୍ମଗୋପନ କରି ବାଂଲାଦେଶୀ, ରୋହିଙ୍ଗ୍ୟାମାନେ ବିଭିନ୍ନ ଉପାୟରେ ବସବାସ କରୁଥିବା କୁହାଯାଉଛି। ଏମାନେ ନକଲି ଆଧାର କାର୍ଡ, ଭୋଟର ପରିଚୟ, ନକଲି ଜମି ପଟ୍ଟା ହାସଲ କରି ପରିବାର ସହ ରହୁଥିବା କୁହାଯାଉଛି। କିଛି ବର୍ଷ ପୂର୍ବେ କେତେଜଣ ବାଂଲାଦେଶୀ ଏହି ଅଞ୍ଚଳରେ ଝିଅପୁଅ ଗୁପ୍ତରେ ବିବାହ କରାଉଥିବା ନେଇ ନଜରକୁ ଆସିଛି। ଏବେ ବି ବାଂଲାଦେଶୀ ଝିଅ ଆମ ଅଞ୍ଚଳରେ ବୋହୂ ଭାବେ ରହି ଘର ସଂସାର କରିଥିବା କୁହାଯାଉଛି। ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ଖାନ ତଲାସ କରାଯାଉଛି। ଅପରପକ୍ଷରେ ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ପକ୍ଷରୁ ତଟାଞ୍ଚଳ ଜଳ ଓ ସ୍ଥଳ ଭାଗରେ ନାକାବନ୍ଦୀ କରାଯାଇ ରାତି ଅଧିଆ ପାଟ୍ରୋଲିଂ କରାଯାଉଛି। କୌଣସି ସନ୍ଦିଗ୍ଧ ଅଜଣା ବ୍ୟକ୍ତିଙ୍କୁ ଦେଖି ସନ୍ଦେହ ପ୍ରକାଶ ପାଇଲେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ଜିଲା ପ୍ରଶାସନକୁ ସୂଚନା ଦେବାକୁ ଆଇଆଇସି ସୌମ୍ୟ ରଞ୍ଜନ ବିଶ୍ୱାଳ କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?