ତଟ ମୁକୁଳା, ଅସୁରକ୍ଷିତ ଉପକୂଳ ଓଡ଼ିଶା

ପାରାଦୀପ, ୮ା୮(ଶରତ ରାଉତ): ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯୋଗୁ ସେଠାକାର ନାଗରିକ ଉପକୂଳ ସୀମା ଦେଇ ଭାରତର ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରେ ପ୍ରବେଶ କରିପାରନ୍ତି। ପୂର୍ବରୁ ଉପକୂଳ ଓଡ଼ିଶାରେ ବାଂଲାଦେଶ ନାଗରିକମାନେ ଅବାଧରେ ସେମାନଙ୍କ କାୟା ବିସ୍ତାର କରି ସାରିଛନ୍ତି। ପରବର୍ତ୍ତୀ ସମୟରେ ସରକାରୀ କଳର ଗଳିବାଟ ଦେଇ ନିଜକୁ ଭାରତୀୟ ବୋଲି ଯାବତୀୟ ପ୍ରମାଣପତ୍ର ହାସଲ କରିଛନ୍ତି। ଓଡ଼ିଶା ଉପକୂଳର ୪୮୨ କିମି ତଟ ମୁକୁଳା ପଡିଛି। ଜଗତ୍‌ସିଂହପୁର ଜିଲାରେ ୫୮ କିମି ସମୁଦ୍ର ସୀମା ଏବେ ଅସୁରକ୍ଷିତ ହୋଇପଡ଼ିଛି। କାରଣ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିନକୁଦିନ ଜିଲାରେ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷେ ସରକାର ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ରୋକିବା ଏବଂ ଉପକୂଳରେ ଆପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ମେରାଇନ୍‌ ପୋଲିସ ବ୍ୟବସ୍ଥା କରାଯାଇଛି। ୨୦୦୯ ମାର୍ଚ୍ଚରୁ ପାରାଦୀପରେ ପ୍ରଥମେ ମେରାଇନ୍‌ ଥାନା ହୋଇଥିଲେ ହେଁ ଏପର୍ଯ୍ୟନ୍ତ ତାହା କେବଳ ଓଡ଼ିଶା ପୋଲିସ ସେବାଭଳି କାର୍ଯ୍ୟ କରୁଛି। ଜଗତ୍‌ସିଂହପୁର ଜିଲାରେ ପାରାଦୀପ, ଜଟାଧାର ମୁହାଣ ଓ ବାଲିକୁଦା ବ୍ଲକର ବନ୍ଦରଠାରେ ୩ ସାମୁଦ୍ରିକ ଥାନା ରହିଛି। ସାମୁଦ୍ରିକ ଥାନା ପୋଲିସ ପାଇଁ ଆବଶ୍ୟକ ଭିତ୍ତିଭୂମି, ସାମୁଦ୍ରିକ ପାଟ୍ରୋଲିଂ କଲାଭଳି କର୍ମଚାରୀ, ପାଟ୍ରୋଲିଂ ବୋଟ୍‌, ବୋଟ୍‌ ରହିବାକୁ ବର୍ଥ ଆଦି ସଂଶାଧନ ହୋଇନାହିଁ। ପାରାଦୀପରେ ସାମୁଦ୍ରିକ ଥାନାର ଥିବା ୪ଟି ପାଟ୍ରୋଲିଂ ବୋଟ୍‌ ମଧ୍ୟରେ ୨ଟି ଖରାପ ହୋଇ ପଡ଼ିଛି।
୨୬ା୧୧ା୨୦୦୮ରେ ଉପକୂଳ ସୀମା ଦେଇ ପାକିସ୍ତାନ ଆତଙ୍କବାଦୀମାନେ ବମ୍ବେ ଆକ୍ରମଣ କରିଥିଲେ। ତା’ପରଠାରୁ ସୁରକ୍ଷା ସଂସ୍ଥା ମଧ୍ୟରେ ସମନ୍ବୟ ରଖିବାକୁ ବର୍ଷକୁ ୨ଥର ଉପକୂଳ ସମରାଭ୍ୟାସ କରାଯାଉଛି। ଓଡ଼ିଶାର ୪୮୨ କି.ମି. ଉପକୂଳ ଜଗିବାକୁ ସମୁଦ୍ର ସୀମାରେ ୧୮ ସାମୁଦ୍ରିକ ଥାନା କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ୨୦୦୯ ମାର୍ଚ୍ଚରେ ସାମୁଦ୍ରିକ ଥାନା ପାରାଦୀପ ନେହେରୁ ବଙ୍ଗଳାଠାରେ ହୋଇଥିଲା। ପରେ ଅନ୍ୟ ଜିଲାରେ ହୋଇଥିଲା। ଶେଷ ୧୮ତମ ଜଟାଧାର ମୁହାଣ ସାମୁଦ୍ରିକ ଥାନା ମଧ୍ୟ ପାରାଦୀପରେ ୨୦୧୮ରେ ହୋଇଛି। ଜଟାଧାର ମୁହାଣ ସାମୁଦ୍ରିକ ଥାନା ପାଇଁ ମୂଳ ଜାଗା ଏରସମା ବ୍ଲକ ନୂଆଗଁା ପଞ୍ଚାୟତ ନୋଳିଆସାହିଠାରେ ଚିହ୍ନଟ ସହ ଥାନା ନିର୍ମାଣ ସରିଛି। କିନ୍ତୁ ଏପର୍ଯ୍ୟନ୍ତ ସେଠାରେ ଥାନା କାର୍ଯ୍ୟ ହୋଇନାହିଁ। ବର୍ତ୍ତମାନ ଉକ୍ତ ଥାନା ପାରାଦୀପ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମ ରାସ୍ତାର ବନ୍ଦର କ୍ୱାର୍ଟରରେ ଚାଲିଛି। ଉକ୍ତ ଥାନାର ପାଟ୍ରୋଲିଂ ବୋଟ୍‌ କିମ୍ବା ସମୁଦ୍ରରେ ପହଁରିବା ଭଳି ସାମର୍ଥ୍ୟ ଥିବା କର୍ମଚାରୀ ନାହାନ୍ତି। ସେହିପରି ୨୦୦୯ରୁ ନେହେରୁ ବଙ୍ଗଳା ସାମୁଦ୍ରିକ ଥାନା ହୋଇଥିଲେ ହେଁ ସେଠାରେ ମଧ୍ୟ ପୂର୍ଣ୍ଣାଙ୍ଗ ଭିତ୍ତିଭୂମି ନାହିଁ। ଗୋଟିଏ ସାମୁଦ୍ରିକ ଥାନା ପାଇଁ ଜଣେ ଇନ୍ସପେକ୍ଟର, ୧୨ ଏସ୍‌ଆଇ, ୧୬ ଏଏସ୍‌ଆଇଙ୍କ ସମେତ ୮୨ଜଣ କର୍ମଚାରୀ ଆବଶ୍ୟକ। ସେଥିରେ ପ୍ରମୁଖ କର୍ମଚାରୀ ହେଲେ ପାଟ୍ରୋଲିଂ ପାଇଁ ଅଭିଜ୍ଞ ଅବସରପ୍ରାପ୍ତ ନୌସେନା ଓ କୋଷ୍ଟଗାର୍ଡ କର୍ମଚାରୀ। ସେପରି କର୍ମଚାରୀ ଓ ଭିତ୍ତିଭୂମି ଥିଲା ଭଳି ସାମୁଦ୍ରିକ ଥାନା ଓଡ଼ିଶାରେ ନାହିଁ ବୋଲି ଜନୈକ ପୋଲିସ ଅଫିସର ନାମ ଗୋପନ ସର୍ତ୍ତରେ କହିଛନ୍ତି। ଏବେ ପାରାଦୀପରେ ଯେଉଁ ୨ଟି ପାଟ୍ରୋଲିଂ ବୋଟ୍‌ ପାଣିରେ ଭାସମାନ ଅବସ୍ଥାରେ ଅଛି, ତାହା କାମରେ ଲାଗୁନାହିଁ। ମହାନଦୀ ମୁହାଣ ପାଖକୁ ଯିବାର କ୍ଷମତା ନାହିଁ। କେବଳ ଅଫିସର କିମ୍ବା ଅନ୍ୟ ଅତିଥିମାନଙ୍କୁ ମାଛଧରା ବନ୍ଦର ପୋତାଶ୍ରୟ ମଧ୍ୟରେ ଭ୍ରମଣ ବେଳେ କାମରେ ଲାଗୁଛି।
୧୯୭୧ରେ ପାକିସ୍ତାନଠାରୁ ବାଂଲାଦେଶ ଅଲଗା ହୋଇଥିଲା। ସେହି ଆଧାରରେ ଭାରତ ସରକାର ଘୋଷଣା କରିଥିଲେ ୧୯୭୧ ମାର୍ଚ୍ଚ ୨୫ ପରେ ଯେଉଁ ବାଂଲାଦେଶ ଲୋକ ଭାରତରେ ଆଶ୍ରୟ ନେଇଛନ୍ତି, ସେମାନଙ୍କୁ ଅନୁପ୍ରବେଶକାରୀ କୁହାଯିବ। ୨୦୧୫ ମାର୍ଚ୍ଚ ୩୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଓଡ଼ିଶାରେ ୩,୯୯୭ ବାଂଲାଦେଶ ନାଗରିକ ରହିଛନ୍ତି ବୋଲି କହିଥିଲେ। ସେମାନଙ୍କ ମଧ୍ୟରୁ ଜଗତ୍‌ସିଂହପୁର ଜିଲାରେ ୧,୧୧୨ ଅଛନ୍ତି। ଜଗତ୍‌ସିଂହପୁର ୬୪, କୁଜଙ୍ଗ ୨୧୩, ବାଲିକୁଦା ୧୧୫, ଏରସମା ୪୨୩ ଓ ପାରାଦୀପରେ ୨୯୭। ସରକାର ଘୋଷଣା କଲେ ଅଥଚ ବିତାଡ଼ନ ବ୍ୟବସ୍ଥା କରିନାହାନ୍ତି, ଯଦ୍ଦ୍ବାରା ସେମାନେ ନିଜର ବନ୍ଧୁ ପରିଜନ ଆଳରେ ତାଙ୍କ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛନ୍ତି। ଜଙ୍ଗଲ ଜମି, ନଦୀ ପାଖ ଜାଗା, ଯୋର, ଅନାବାଦୀ, ଚିଙ୍ଗୁଡ଼ି ଘେରି, ସରକାରୀ ଜାଗା ଦଖଲ କରିଗଲେଣି। ଏ ପରିସ୍ଥିତିରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ରୋକିବା ବଡ଼ ଆହ୍ବାନ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?