ପୃଥିବୀର ସମସ୍ତ ସ୍କୁଲରେ ଫୋନ ଉପରେ ଲାଗିବ ପ୍ରତିବନ୍ଧକ, ଛାତ୍ରୀଛାତ୍ରଙ୍କର ହେଉଛି ସମସ୍ୟା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୫।୧୧ : ଅଗଷ୍ଟ ମାସରେ, ଦିଲ୍ଲୀ ବିଦ୍ୟାଳୟର ଛାତ୍ର ଓ ଶିକ୍ଷକମାନଙ୍କୁ ଶ୍ରେଣୀରେ ଫୋନ ଆଣିବାକୁ ବାରଣ କରାଯାଇଥିଲା। ଆମେରିକାର ଫ୍ଲୋରିଡା ରାଜ୍ୟ ମଧ୍ୟ ବର୍ଷ ଆରମ୍ଭରେ ସମାନ ପ୍ରତିବନ୍ଧକ ଲଗାଇଥିଲା। ଅକ୍ଟୋବରରେ ସମଗ୍ର ଦେଶରେ ବିଦ୍ୟାଳୟରେ ଫୋନ ଉପରେ ପ୍ରତିବନ୍ଧକ ଲଗାଇବାକୁ ବ୍ରିଟିଶ ସରକାର ସୁପାରିଶ କରିଥିଲେ।

ଗତ ବର୍ଷ ଇଟାଲୀ ଏହି ନିଷେଧାଦେଶ ଲାଗୁ କରିଥିବାବେଳେ ଚାଇନା ଦୁଇ ବର୍ଷ ପୂର୍ବେ ଏହା କରିସାରିଛି। ଛାତ୍ରୀଛାତ୍ରମାନଙ୍କୁ ସ୍ମାର୍ଟଫୋନ ସ୍କୁଲକୁ ଆଣିବାକୁ ବାରଣ କରିବାର ଧାରା ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ସ୍କୁଲ କିଶୋରମାନଙ୍କ ହାତରୁ ଫୋନ ଛଡ଼ାଇବାର କୌଣସି ଲାଭ ଅଛି କି? କିମ୍ବା କ୍ଷତି ମଧ୍ୟ ହୋଇପାରେ କି? ଏ ବାବଦରେ ଏକ ବଡ ବିତର୍କ ଚାଲିଛି, ଯେଉଁଥିରେ ୟୁନେସ୍କୋ ଏବଂ ଅନେକ ଦେଶର ଅନୁସନ୍ଧାନ ସଂଗଠନ ନିଜସ୍ବ ଦାବି କରୁଛନ୍ତି।

ୟୁନେସ୍କୋ ନିକଟରେ ରିପୋର୍ଟ କରିଛି ବିଶ୍ୱର ପ୍ରତ୍ୟେକ ୪ ଟି ଦେଶ ମଧ୍ୟରୁ ଗୋଟିଏରେ ଆଇନଗତ କିମ୍ବା ନୀତିଗତ ନିଷେଧାଦେଶ କିମ୍ବା ଛାତ୍ରୀଛାତ୍ରଙ୍କ ଦ୍ୱାରା ଫୋନ ବ୍ୟବହାର ସୀମିତ ରହିଛି। ଏହି ନିଷେଧାଦେଶ ସମର୍ଥକଙ୍କ କହିବାନୁସାରେ, ଏହି ଛାତ୍ରୀଛାତ୍ରମାନେ ସୋସିଆଲ ମିଡିଆରେ ସମୟ ନଷ୍ଟ କରୁନାହାଁନ୍ତି ଏବଂ ସାଇବର ଧମକକୁ ଏଡ଼ାଉଛନ୍ତି। ନିଷେଧାଦେଶର ବିରୋଧୀମାନେ ଯୁକ୍ତି କରନ୍ତି ଯେଉଁ ଛାତ୍ରୀଛାତ୍ରମାନେ ପାରିବାରିକ ଦାୟିତ୍ୱ ତୁଲାଉଛନ୍ତି ଏବଂ କାମ କରୁଛନ୍ତି, ସେମାନଙ୍କର ଏହା ଦ୍ୱାରା ବହୁତ କ୍ଷତି ହେବ।

ଏବେ ସୋସିଆଲ ମିଡିଆରେ ପ୍ରତିଦିନ ସ୍କୁଲରେ ହେଉଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଝଗଡାର ଶହ ଶହ ଭିଡିଓ ପ୍ରସ୍ତୁତ କରାଯାଉଛି। ସେଗୁଡିକୁ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ କରାଯାଉଛି। ଏହି କାରଣରୁ, ପିଲାମାନଙ୍କର ଆଗ୍ରହ ଏବଂ ବିଦ୍ୟାଳୟର ପ୍ରତିଷ୍ଠା ଖରାପ ହେବାରେ ଲାଗିଛି। ଝଗଡା ମଧ୍ୟରେ ହିଂସା ମଧ୍ୟ ବୃଦ୍ଧି ପାଉଛି ।

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ ୨୦୨୧ ମସିହାରେ ୧୬ ପ୍ରତିଶତ ସ୍କୁଲ ପିଲା ନିଜକୁ ସାଇବର ଗଣ୍ଡଗୋଳର ଶିକାର ବୋଲି ବର୍ଣ୍ଣନା କରିଥିଲେ। ସୋସିଆଲ ମିଡିଆ ଏବଂ ମେସେଜିଂ ଆପ ମାଧ୍ୟମରେ ସେମାନଙ୍କୁ ସ୍କୁଲରେ ଧମକ ଦିଆଯାଉଛି। ମାନସିକ ସ୍ବାସ୍ଥ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ଯୋଗୁ ଅଧ୍ୟୟନରେ ସେମାନେ ପଛୁଆ ହେବାର ମୁଖ୍ୟ କାରଣ ପାଲଟିଛି ।

ହାରାହାରି, ଛାତ୍ରୀଛାତ୍ରମାନେ ନିଜ ସ୍ମାର୍ଟଫୋନରେ ପ୍ରତିଦିନ ସୋସିଆଲ ମିଡିଆ ଏବଂ ବିଭିନ୍ନ ଆପରୁ ୨୩୭ ଟି ନୋଟିଫିକେଶନ ଗ୍ରହଣ କରୁଛନ୍ତି। ସେଥି ମଧ୍ୟରୁ ଏକ ତୃତୀୟାଂଶ ବିଦ୍ୟାଳୟ ପାଠପଢ଼ା ସମୟରେ ଘଟୁଛି। ଅଧ୍ୟୟନରେ ବ୍ୟାଘାତ ପାଇଁ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ।

ୟୁନେସ୍କୋ ଏହାର ରିପୋର୍ଟରେ ଦାବି କରିଛି ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବୌଦ୍ଧିକ ଜ୍ଞାନକୌଶଳ ବିସ୍ତାର କରିବା ଆବଶ୍ୟକ। ଶିକ୍ଷାଦାନ ପ୍ରଣାଳୀରେ ନୂତନ ଜ୍ଞାନକୌଶଳର ଭୂମିକା ବୃଦ୍ଧି ପାଉଛି। ତେବେ ଫୋନ ନିଷେଧ କିମ୍ବା ଅନୁମତି ଦେବା ପୂର୍ବରୁ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ମାଡ଼ି ଆସୁଛି ବଡ଼ ପ୍ରଳୟ! ୪୦ ହଜାର ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ, ସ୍କୁଲ-କଲେଜ ବନ୍ଦ

ୱାଶିଂଟନ/କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ବଡ଼ ଧରଣର ବିପଦ ଦେଖାଦେଇଛି। ଏକ ଶିଳ୍ପାଞ୍ଚଳ (Industrial Site) ରେ ରଖାଯାଇଥିବା ବିଷାକ୍ତ କେମିକାଲ ଟାଙ୍କି ହଠାତ ଅତ୍ୟଧିକ ଗରମ…

ମୋଦିଙ୍କୁ ଭେଟିଲେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ହ୍ବାଇଟ ହାଉସ ଗସ୍ତ ପାଇଁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୩।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତ ପାଇଁ ଭାରତ ଆସିଥିବା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri