Posted inଫୁରସତ

ମଦ ବୋତଲରେ ଭବ୍ୟ ମନ୍ଦିର

ପୃଥିବୀରେ ଥିବା ବିଭିନ୍ନ ଧର୍ମ ମଧ୍ୟରେ ବୌଦ୍ଧଧର୍ମ ଅନ୍ୟତମ। ଏହି ଧର୍ମ ପ୍ରତି ସାରା ପୃଥିବୀରେ ଗୁରୁତ୍ୱ ଓ ସମ୍ମାନ ରହିଛି। ବୌଦ୍ଧ ମନ୍ଦିରରେ ପୂଜା କରୁଥିବା ବ୍ୟକ୍ତିଙ୍କୁ ସାଧାରଣତଃ ଭିକ୍ଷୁକ କୁହାଯାଏ। ସେମାନେ ବହୁତ ନିଷ୍ଠାର ସହ ଜୀବନଯାପନ କରନ୍ତି। ମଦ, ମାଂସଠାରୁ ସେମାନେ ବହୁତ ଦୂରରେ। ହେଲେ ଏମିତି ଏକ ବୌଦ୍ଧ ମନ୍ଦିର ଅଛି, ଯେଉଁଠି ଦେଖିବାକୁ ମିଳିବ ଲକ୍ଷ ଲକ୍ଷ ମଦ ବୋତଲ। ଏକଥା ଶୁଣି ନିଶ୍ଚୟ ସେହି ମନ୍ଦିର ଓ ସେଠାକାର ପୂଜକଙ୍କ ଉପରେ ଖରାପ ଭାବନା ଆସିବ। ତେବେ ପ୍ରକୃତ କଥା ହେଉଛି ଏହି ବୌଦ୍ଧ ମନ୍ଦିର ଲକ୍ଷ ଲକ୍ଷ ମଦ ବୋତଲରେ ତିଆରି। ସାଧାରଣତଃ ଲୋକେ ମଦ ପିଇବା ପରେ ବୋତଲ ଫିଙ୍ଗି ଦିଅନ୍ତି। କିନ୍ତୁ ଥାଇଲାଣ୍ଡରେ ଏହି ବୋତଲ ସଂଗ୍ରହ କରି ତାକୁ ରିସାଇକଲ କରି ସେଥିରେ ଏହି ମନ୍ଦିର ତିଆରି କରିଛନ୍ତି। ଏହା ପ୍ରମାଣିତ କରେ ଯେ, ଯଦି ଚିନ୍ତାଧାରା ସକାରାତ୍ମକ ତେବେ ନକାରାତ୍ମକତାକୁ ବି ବଦଳାଇ ଦିଆଯାଇପାରେ। ବୌଦ୍ଧ ଭିକ୍ଷୁକମାନେ ମଦ ବୋତଲରେ ମନ୍ଦିର ଗଢି ତାକୁ ସକାରାତ୍ମକ ରୂପ ଦେଇଛନ୍ତି। ବିଶେଷକରି ସମୁଦ୍ରରେ ବଢୁଥିବା ମଦ ବୋତଲର ଆବର୍ଜନାକୁ ନେଇ ବୌଦ୍ଧ ଭିକ୍ଷୁକମାନେ ଚିନ୍ତିତ ହୋଇ ସେହି ମଦ ବୋତଲ ସଂଗ୍ରହ କରି ତାକୁ ମନ୍ଦିର ଗଢ଼ିବାରେ ବିନିଯୋଗ କଲେ। ଥାଇଲାଣ୍ଡର ସିସ୍କେଟ ପ୍ରାନ୍ତରେ ତିଆରି ଉକ୍ତ ମନ୍ଦିରର ନାମ ହେଉଛି ‘ଓ୍ବାଟ ପ ମହା ଚେଦି କଓ୍ବେ’। ଏହି ମନ୍ଦିରର ନିର୍ମାଣ ପ୍ରାୟ ୧୦ ଲକ୍ଷ ମଦ ବୋତଲରେ ତିଆରି। ଏଥିରେ ସବୁଜ ଓ ମାଟିଆ ରଙ୍ଗର ମଦ ବୋତଲକୁ ଅଧିକ ବ୍ୟବହାର କରାଯାଇଛି। କାଚ ବୋତଲରେ ତିଆରି କାରୁକାର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରିଥାଏ। ମନ୍ଦିରର ବାଥରୁମ୍‌ଠାରୁ ଆରମ୍ଭ କରି ପ୍ରାର୍ଥନା ଗୃହ ସବୁକିଛି ମଦ ବୋତଲରେ ତିଆରି। ଏହା ଏକ ପ୍ରସିଦ୍ଧ ଦାର୍ଶନିକ ସ୍ଥଳରେ ପରିଣତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri