Posted inଫୁରସତ

ମଦ ବୋତଲରେ ଭବ୍ୟ ମନ୍ଦିର

ପୃଥିବୀରେ ଥିବା ବିଭିନ୍ନ ଧର୍ମ ମଧ୍ୟରେ ବୌଦ୍ଧଧର୍ମ ଅନ୍ୟତମ। ଏହି ଧର୍ମ ପ୍ରତି ସାରା ପୃଥିବୀରେ ଗୁରୁତ୍ୱ ଓ ସମ୍ମାନ ରହିଛି। ବୌଦ୍ଧ ମନ୍ଦିରରେ ପୂଜା କରୁଥିବା ବ୍ୟକ୍ତିଙ୍କୁ ସାଧାରଣତଃ ଭିକ୍ଷୁକ କୁହାଯାଏ। ସେମାନେ ବହୁତ ନିଷ୍ଠାର ସହ ଜୀବନଯାପନ କରନ୍ତି। ମଦ, ମାଂସଠାରୁ ସେମାନେ ବହୁତ ଦୂରରେ। ହେଲେ ଏମିତି ଏକ ବୌଦ୍ଧ ମନ୍ଦିର ଅଛି, ଯେଉଁଠି ଦେଖିବାକୁ ମିଳିବ ଲକ୍ଷ ଲକ୍ଷ ମଦ ବୋତଲ। ଏକଥା ଶୁଣି ନିଶ୍ଚୟ ସେହି ମନ୍ଦିର ଓ ସେଠାକାର ପୂଜକଙ୍କ ଉପରେ ଖରାପ ଭାବନା ଆସିବ। ତେବେ ପ୍ରକୃତ କଥା ହେଉଛି ଏହି ବୌଦ୍ଧ ମନ୍ଦିର ଲକ୍ଷ ଲକ୍ଷ ମଦ ବୋତଲରେ ତିଆରି। ସାଧାରଣତଃ ଲୋକେ ମଦ ପିଇବା ପରେ ବୋତଲ ଫିଙ୍ଗି ଦିଅନ୍ତି। କିନ୍ତୁ ଥାଇଲାଣ୍ଡରେ ଏହି ବୋତଲ ସଂଗ୍ରହ କରି ତାକୁ ରିସାଇକଲ କରି ସେଥିରେ ଏହି ମନ୍ଦିର ତିଆରି କରିଛନ୍ତି। ଏହା ପ୍ରମାଣିତ କରେ ଯେ, ଯଦି ଚିନ୍ତାଧାରା ସକାରାତ୍ମକ ତେବେ ନକାରାତ୍ମକତାକୁ ବି ବଦଳାଇ ଦିଆଯାଇପାରେ। ବୌଦ୍ଧ ଭିକ୍ଷୁକମାନେ ମଦ ବୋତଲରେ ମନ୍ଦିର ଗଢି ତାକୁ ସକାରାତ୍ମକ ରୂପ ଦେଇଛନ୍ତି। ବିଶେଷକରି ସମୁଦ୍ରରେ ବଢୁଥିବା ମଦ ବୋତଲର ଆବର୍ଜନାକୁ ନେଇ ବୌଦ୍ଧ ଭିକ୍ଷୁକମାନେ ଚିନ୍ତିତ ହୋଇ ସେହି ମଦ ବୋତଲ ସଂଗ୍ରହ କରି ତାକୁ ମନ୍ଦିର ଗଢ଼ିବାରେ ବିନିଯୋଗ କଲେ। ଥାଇଲାଣ୍ଡର ସିସ୍କେଟ ପ୍ରାନ୍ତରେ ତିଆରି ଉକ୍ତ ମନ୍ଦିରର ନାମ ହେଉଛି ‘ଓ୍ବାଟ ପ ମହା ଚେଦି କଓ୍ବେ’। ଏହି ମନ୍ଦିରର ନିର୍ମାଣ ପ୍ରାୟ ୧୦ ଲକ୍ଷ ମଦ ବୋତଲରେ ତିଆରି। ଏଥିରେ ସବୁଜ ଓ ମାଟିଆ ରଙ୍ଗର ମଦ ବୋତଲକୁ ଅଧିକ ବ୍ୟବହାର କରାଯାଇଛି। କାଚ ବୋତଲରେ ତିଆରି କାରୁକାର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରିଥାଏ। ମନ୍ଦିରର ବାଥରୁମ୍‌ଠାରୁ ଆରମ୍ଭ କରି ପ୍ରାର୍ଥନା ଗୃହ ସବୁକିଛି ମଦ ବୋତଲରେ ତିଆରି। ଏହା ଏକ ପ୍ରସିଦ୍ଧ ଦାର୍ଶନିକ ସ୍ଥଳରେ ପରିଣତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri