ବାଲୁଗାଁରୁ କୃଷ୍ଣପ୍ରସାଦ ଲଞ୍ଚ ଚଳାଚଳ ବନ୍ଦ

କୃଷ୍ଣପ୍ରସାଦ,୧ା୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁରୁଠାରୁ ଚିଲିକାରେ ଲଞ୍ଚ୍‌ ଯୋଗେ ଦୈନିକ ଶତାଧିକ ଯାତ୍ରୀ କୃଷ୍ଣପ୍ରସାଦ ଓ ଏହାର ଆଖପାଖ ଅଞ୍ଚଳକୁ ଯାତାୟାତ କରିଥାନ୍ତି। ତେବେ ହଠାତ୍‌ ବିଭାଗୀୟ କର୍ତ୍ତୃପକ୍ଷ ଉକ୍ତ ଲଞ୍ଚ୍‌ ଚଳାଚଳ ବନ୍ଦ କରିଦେବାରୁ ଯାତ୍ରୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ରାଜ୍ୟ ସରକାରଙ୍କ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ସେବା ପକ୍ଷରୁ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଲଞ୍ଚ୍‌ ଚଳାଚଳର ବ୍ୟବସ୍ଥା କରାଯାଇଛି। ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ସକାଳ ୭ଟା ୧୫ ଏବଂ ଅପରାହ୍ନ ୧ଟା ୩୦ରେ ବାଲୁଗାଁଠାରୁ ଦୁଇଟି ଲଞ୍ଚ୍‌ କୃଷ୍ଣପ୍ରସାଦ ଅଭିମୁଖେ ଚଳାଚଳ କରୁଛି। ମାତ୍ର ଅପରାହ୍ନ ୩ଟା ୧୫ରେ ବାଲୁଗାଁଠାରୁ ଏକ ଲଞ୍ଚ୍‌ ବାହାରି କୃଷ୍ଣପ୍ରସାଦ ଘିମୁଦା ଜେଟିରେ ୪ଟା ୪୫ରେ ପହଞ୍ଚିଥାଏ। ପରଦିନ ସକାଳ ୭ଟା ୧୫ରେ ଏହା ବାଲୁଗାଁ ଅଭିମୁଖେ ଯାତ୍ରା କରିଥାଏ। ବାରମ୍ବାର ଅଞ୍ଚଳବାସୀଙ୍କ ଦାବି ପରେ ଉକ୍ତ ଲଞ୍ଚ୍‌ଟି ଦୀର୍ଘ ୩ ବର୍ଷ ଧରି ଯାତାୟାତ କରୁଥିବା ବେଳେ କୌଣସି କାରଣ ନ ଥାଇ ହଠାତ୍‌ କର୍ତ୍ତୃପକ୍ଷ ଉକ୍ତ ଲଞ୍ଚ ଚଳାଚଳ ବନ୍ଦ କରିଥିବା ଜଣାପଡ଼ଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଜରୁରିକାଳୀନ ପରିସ୍ଥିତିରେ ଉକ୍ତ ଲଞ୍ଚ୍‌ ଉପରେ ରୋଗୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର, ଜନସାଧାରଣ ନିର୍ଭର କରୁଥିବା ବେଳେ କାହା ନିର୍ଦ୍ଦେଶରେ ରାତ୍ରିଯାପନ ଲଞ୍ଚ୍‌ ଚଳାଚଳ ବନ୍ଦ କରାଗଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷେ ବାଲୁଗାଁ ଜେଟି କୂଳରେ ଲଞ୍ଚ୍‌ଗୁଡ଼ିକ ଚିଲିକାରେ ପଡ଼ିରହି ଖତ ଖାଉଥିଲେ ମଧ୍ୟ ଏଗୁଡ଼ିକର ଆନୁଷଙ୍ଗିକ ମରାମତି ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଯାତ୍ରୀ ପରିବହନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ପୂର୍ବପରି ଅପରାହ୍ନ ୩ଟା ୪୫ରେ ବାଲୁଗାଁ କୃଷ୍ଣପ୍ରସାଦ ମଧ୍ୟରେ ପୁନଃ ଲଞ୍ଚ୍‌ ଚଳାଚଳ କରିବାକୁ କୃଷ୍ଣପ୍ରସାଦ ସରପଞ୍ଚ ଇତିଶ୍ରୀ ସିଂହ, ପୂର୍ବତନ ସରପଞ୍ଚ କୁମାର ସିଂହ, ପୂର୍ବତନ ସମିତିସଭ୍ୟ ଜିତେନ୍ଦ୍ର କୁମାର ବିଶାଳ, ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସିଂହସାମନ୍ତ, ବଡ଼ଅଁଳ ସରପଞ୍ଚ ବୀଣାପାଣି ପ୍ରଧାନ, ବୋଇତ ବନ୍ଦାଣ କମିଟି ସଭାପତି ବାଉରିବନ୍ଧୁ ଦଳେଇ, ଲକ୍ଷ୍ମୀକାନ୍ତ ସିଂହ, ଯୁବନେତା ସୁବାସ ଚନ୍ଦ୍ର ଗୌଡ଼, ସାମାଜିକ କର୍ମୀ ବିଷ୍ଣୁପ୍ରସାଦ ବେହେରା, ରମେଶ ଚନ୍ଦ୍ର ବିଶାଳ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପାନୀରେ ନିଯୁକ୍ତି ଦେବା ନାଁରେ ଠକେଇ: ପ୍ରତିବାଦରେ ଧାରଣା ଦେଲେ ଚାଷୀ

ସୋର, ୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ନଟାପଡ଼ାଠାରେ ଜଣେ ବ୍ୟକ୍ତି କମ୍ପାନୀ କରି ସେଥିରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ଚାଷୀମାନଙ୍କଠାରୁ ଜମି କିଣିଥିଲେ। ହେଲେ...

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଗଣେଶ୍ୱର ମହାନ୍ତିଙ୍କ ପରଲୋକ

ବଲାଙ୍ଗୀର ଅଫିସ,୨୬ା୧୧: ବଲାଙ୍ଗୀରର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଗଣେଶ୍ୱର ମହାନ୍ତି (୯୪)ଙ୍କ ଶନିବାର ପରଲୋକ ହୋଇଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ...

ପାରାଦୀପ ବନ୍ଦର: ୧୧୬.୧୩ ମିଲିଅନ ଟନ୍‌ ପଣ୍ୟ କାରବାର

ପାରାଦୀପ,୨ା୪(ସ୍ବ.ପ୍ର.): ବିଶ୍ୱ ବଜାରରେ ଲୁହାପଥର କାରବାର କ୍ଷେତ୍ରରେ ମାନ୍ଦାବସ୍ଥା, କରୋନା ମହାମାରୀ ଭଳି ନକାରାତ୍ମକ କାରବାର ସତ୍ତ୍ୱେ ୨୦୨୧-୨୨ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ରେକର୍ଡ...

ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା, ଅପରାହ୍ନ ୨ରୁ ସନ୍ଧ୍ୟା ୬ଟା ଦର୍ଶନ ବନ୍ଦ

ପୁରୀ ଅଫିସ, ୨୮ା୭: ଚିତାଲାଗି ଅମାବାସ୍ୟାରେ ଗୁରୁବାର ଶ୍ରୀମନ୍ଦିରରେ ବିଶେଷ ନୀତି ସହ ତିନିଠାକୁରଙ୍କ ଚିତାଲାଗି କରାଯିବ। ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ପରେ ଦାରୁଦିଅଁଙ୍କୁ...

ଡ୍ୟୁଟିରେ ଥିବାବେଳେ ଛତ୍ରପୁର ବ୍ଲକ ଜେଇଙ୍କୁ କରୋନା: ଜାଣନ୍ତୁ କିପରି ହେଲେ ଆକ୍ରାନ୍ତ

ଛତ୍ରପୁର,୩୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ଜେଇ ଜୟସେନ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ କରୋନା ମୁକାବିଲା ଡ୍ୟୁଟିରେ ଥିବାବେଳେ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି...

ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା

ବନ୍ତ,୧୮।୧(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଶେଉଳଗଡ଼ିଆ କୃଷି ଫାର୍ମଠାରେ କୃଷି ବିଭାଗ ପକ୍ଷରୁ ଶନିବାର ଏକ ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି...

ବାଲେଶ୍ୱରରେ ଶିଳ୍ପ ସମୀକ୍ଷା କରୁଛନ୍ତି ଅସିତ ତ୍ରିପାଠୀ

ବାଲେଶ୍ୱର ଅଫିସ ୨୩।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଅଛନ୍ତି। ବାଲେଶର, ଭଦ୍ରକ ଏବଂ ମୟୂରଭଞ୍ଜ ତିନୋଟି...

ଆଉ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୫।୯(ବ୍ୟୁରୋ): ରାଜ୍ୟରେ ୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୭କୁ ବୃଦ୍ଧି ପାଇଛି। ତେବେ ୭ ମୃତକଙ୍କ...

Advertisement
Archives

Model This Week