Posted inଫୁରସତ

ବେଲୁନ୍‌

ରଙ୍ଗ ବିରଙ୍ଗି ବେଲୁନ୍‌ ଛୋଟ ପିଲାଙ୍କର ବହୁତ ପ୍ରିୟ। ତେବେ ଜାଣନ୍ତିକି ରବରର ଏଇ ବେଲୁନ୍‌କୁ କେବେ ଓ କିଏ ଉଦ୍ଭାବନ କରିଥିଲେ? ୧୮୨୪ରେ ମହାନ ବୈଜ୍ଞାନିକ ପ୍ରଫେସର୍‌ ମାଇକେଲ ଫାରାଡେ ଏହାକୁ ଉଦ୍ଭାବନ କରିଥିଲେ। ଏକ ଏକ୍ସପେରିମେଣ୍ଟ ପାଇଁ ସେ ଦୁଇଟି ରାଉଣ୍ଡ ରବର୍‌ ସିଟ୍‌ର ଧାରକୁ ଚାପି ଲଗାଇ ରଖି ବ୍ୟାଗ ତିଆରି କରିଥିଲେ। ଆଉ ତା’ ଭିତରେ ଗ୍ୟାସ ଭର୍ତ୍ତି କରିଥିଲେ। ଗ୍ୟାସ୍‌ ଭର୍ତ୍ତି କରିବାବେଳେ ସେ ଦେଖିଲେ ରବର୍‌ ନମନୀୟ ହୋଇ ଫୁଲିବାକୁ ଲାଗିଲା। ତା’ସହ ତାହା ପତଳା ହେବାକୁ ଲାଗିଲା। ଆଉ ବାୟୁରେ ଭାସିଲା। ଏହାର ୧ ବର୍ଷ ପରେ ଖେଳଣା ବେଲୁନ ତିଆରି ଆରମ୍ଭ ହେଲା। ଯାହାକୁକି ଏବେ ସାଧାରଣତଃ ପାର୍ଟିରେ ବ୍ୟବହାର କରାଯାଉଛି। ରବର୍‌ ଗଛରୁ ମିଳୁଥିବା ଲାଟେକ୍ସରୁ ବେଲୁନ୍‌ ତିଆରି ହୋଇଥାଏ। ଏଥିରେ ସାଧାରଣ ବାୟୁ ଅବା ହିଲିୟମ ଗ୍ୟାସ ଭର୍ତ୍ତି କରାଯାଇଥାଏ। ଲାଟେକ୍ସରେ ତିଆରି ବେଲୁନ ସମ୍ପୂର୍ଣ୍ଣଭାବେ ଇକୋ ଫ୍ରେଣ୍ଡଲି ହୋଇଥାଏ। ଏହାକୁ ତିଆରି କରିବା ଲାଗି ଗଛ କଟାଯାଇ ନ ଥାଏ। ଲାଟେକ୍ସକୁ ଗଛର ଛୋଟ ଛୋଟ ଶାଖାରୁ ସଂଗ୍ରହ କରାଯାଏ। ଫଳରେ ଗଛର କୌଣସି କ୍ଷତି ହୋଇ ନ ଥାଏ। ରବର ଗଛ ସାଧାରଣତଃ ବର୍ଷାବଣରେ ହୋଇଥାଏ। ଗୋଟିଏ ରବର ଗଛ ପ୍ରାୟ ୪୦ ବର୍ଷ ପର୍ଯ୍ୟନ୍ତ ଲାଟେକ୍ସ ଉତ୍ପାଦନ କରିପାରେ। ଥରେ ବେଲୁନରେ ପବନ ଭର୍ତ୍ତି କଲେ ତାହା ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ। ହିଲିୟମ ଗ୍ୟାସ ବାଲା ବେଲୁନ୍‌ ବାୟୁରେ ଉଡିପାରେ। କାରଣ ହିଲିୟମ ବାୟୁଠାରୁ ହାଲ୍କା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?