ଜବରଦଖଲରେ ବଳଦେବଜୀଉଙ୍କ ସମ୍ପତ୍ତି

କେନ୍ଦୁଝର, ୮।୧୧(ଡି.ଏନ.ଏ.) କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ କୋଟି କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ଜମି ଜବରଦଖଲ ଥିଲେ ବି ଦେବୋତ୍ତର ବିଭାଗ ନିଜ ଖାତାକୁ ଆଣିବା ଦିଗରେ ଯେମିତ ଉଦ୍ୟମ କରିବା କଥା ତାହା କରୁନାହିଁ ବୋଲି ଅଭିଯୋଗ ହୋଇଛି। ୧୬୭୩ ମସିହାରେ ନିର୍ମିତ ବଳଦେବଜୀଉଙ୍କ ମନ୍ଦିର ତିଆରି ହେବା ଦିନଠାରୁ ତତ୍କାଳୀନ ରାଜାଙ୍କ ଦ୍ୱାରା ତାଙ୍କ ନାମରେ ହଜାର ହଜାର ଏକର ସମ୍ପତ୍ତି କରାଯାଇଥିଲା। ସମୟ କ୍ରମେ ରାଜାଙ୍କର ଶାସନ ସରିବା ପରେ ବଳଦେବଜୀଉଙ୍କ ସମ୍ପତ୍ତି ମଧ୍ୟ ଧୀରେ ଧୀରେ ବିଭିନ୍ନ ଅଞ୍ଚଳରେ ଜବରଦଖଲ ହେବାକୁ ଲାଗିଲା। ପରିସ୍ଥିତି ଏପରି ହୋଇଛି ଯେ ବଳଦେବଜୀଉ ଠାକୁରଙ୍କର ସମ୍ପତ୍ତି ଖୋଜିଲେ ମିଳୁନି। କିଏ କେଉଁଠି ଭାଗ ଦଖଲ କରିଛି ତ କିଏ ଜବର ଦଖଲ କରି ଘର, ବାଡି, ବଗିଚା କଲେଣି। ଏପରିକି କିଛି ଜମିକୁ ନକଲି ପଟ୍ଟା ବାହାର କରି ବିକ୍ରି ମଧ୍ୟ କରି ସାରିଲେଣି।
ଦେବୋତ୍ତର ବିଭାଗର ଅପାରଗଦା ଉଦ୍ଦାସୀନତା ମନୋଭାବ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି। ତେବେ ପ୍ରଥମ ପର୍ଯ୍ୟାୟରେ ଦେବୋତ୍ତର ବିଭାଗ ପକ୍ଷରୁ ସଦର ତହସିଲର କବିତ୍ରାରେ ୨୮୧.୬୦୦ଏକର ମଧ୍ୟରୁ ୨୫୦ଏକର ଜମି ଚିହ୍ନଟ ହୋଇଥିବା ବେଳେ ସିଦ୍ଧମଠ ପାଖରେ ୩୯ଏକର ଜମି ଚିହ୍ନଟ ହୋଇ ତାର ବାଡ ଦିଆଯାଇଛି ବୋଲି ଦେବୋତ୍ତର ଅଫିସର ତଥା ସଦର ଉପ-ଜିଲାପାଳ ରାମଚନ୍ଦ୍ର କିସ୍କୁ ପ୍ରକାଶ କରିଛନ୍ତି। ସାତସିଙ୍ଗା ମୌଜାରେ ପାଖାପାଖି ୭ଏକର ଜମି ଚିହ୍ନଟ ହୋଇଥିଲେ ମଧ୍ୟ ତାହା ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଦେବୋତ୍ତର ବିଭାଗ ପକ୍ଷରୁ ୧୧୪ଜଣ ଜବରଦଖଲକାରୀଙ୍କୁ ନୋଟିସ୍‌ ଦିଆଯିବା ସତ୍ତ୍ୱେ ସେମାନେ ତାହା ଶୁଣୁ ନଥିବା ଅଭିଯୋଗ ହୋଇଛି।
ଏଥିନେଇ ଦେବୋତ୍ତର ବିଭାଗ ପକ୍ଷରୁ ଦେବୋତ୍ତର କମିଶନଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଛିv


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri