ବିଜେଡିକୁ ପ୍ରାର୍ଥୀ ଚୟନ ଚିନ୍ତା

ଲୋଇସିଂହା, ୧୬ା୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ କସରତ ଚଳାଇଛନ୍ତି। ୨୦୧୯ ନିର୍ବାଚନରେ ଏଠାରୁ ଭାଜପା ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବିଜୟୀ ହୋଇଥିଲେ। ବିଗତ ୫ବର୍ଷ ମଧ୍ୟରେ ବିଧାନସଭାରେ ତାଙ୍କର ପ୍ରଦର୍ଶନ ଭଲ ରହିଥିବା ସମର୍ଥକମାନେ କହି ବୁଲୁଛନ୍ତି। ତେବେ ପୁଇଁତଳା ବ୍ଲକର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ କର୍ମୀମାନେ ମେଳି କରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ା
ଏପରିକି ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କ ସହ ତାଙ୍କର ସମ୍ପର୍କରେ ଦୂରତା ବଢ଼ିଥିବା ଚର୍ଚ୍ଚା ହେଉଛି। ମାର୍ଚ୍ଚ ୨ରେ ଲୋଇସିଂହା ଷ୍ଟେଶନରେ ଦୁର୍ଗ-ପୁରୀ ଏକ୍ସପ୍ରେସ ରହଣିକୁ ନେଇ ଭାଜପା ପକ୍ଷରୁ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଥିଲା ା ସେଠାରେ ଏମ୍‌ପି ସିଂଦେଓ ଉପସ୍ଥିତ ଥିବାବେଳେ ବିଧାୟକ ମହାଲିଙ୍ଗ ଅନୁପସ୍ଥିତ ଥିଲେ। ଏସବୁ ସତ୍ତ୍ୱେ ତାଙ୍କର ସେଭଳି କୌଣସି ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ମହାଲିଙ୍ଗଙ୍କୁ ଦଳ ଏଠାରେ ରିପିଟ କରିବ ବୋଲି ସମର୍ଥକମାନେ ପ୍ରଚାର ଚଳାଇଛନ୍ତି।
ନିର୍ଦ୍ଧାରଣ ପରେ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ଏହି ଆସନରେ ୨୦୦୯ ମସିହାରୁ ବିଜେଡି ପ୍ରତ୍ୟେକ ଥର ପ୍ରାର୍ଥୀ ବଦଳ କରି ଆସିଛି। ୨୦୦୯ରେ ରମାକାନ୍ତ ସେଠ, ୨୦୧୪ରେ ଯୋଗେନ୍ଦ୍ର ବେହେରା ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୧୯ରେ ଚର୍ଚ୍ଚାରେ ନ ଥିବା ପ୍ରଦୀପ କୁମାର ବେହେରାଙ୍କୁ ଦଳ ପ୍ରାର୍ଥୀ କରି ସମସ୍ତଙ୍କୁ ଚକିତ କରିଥିଲା। ହେଲେ କର୍ମୀ ମହଲ ସହିତ ସାଧାରଣରେ ଗ୍ରହଣୀୟତା ନ ହେବାରୁ ସେ ପରାଜିତ ହେଲେ। ଇତ୍ୟବସରରେ ତାଙ୍କର ମୃତ୍ୟୁ ହୋଇଯାଇଛି। କହିବାକୁ ଗଲେ ୨୦୧୯ ନିର୍ବାଚନ ପରଠାରୁ ଏଠାରେ ବିଜେଡି ଏକପ୍ରକାର ନେତୃତ୍ୱବିହୀନ ହେଲା ଭଳି ସ୍ଥିତିରେ ରହିଛି। ଦଳର ସାଙ୍ଗଠନିକ କ୍ଷେତ୍ରରେ ନେତୃବର୍ଗଙ୍କୁ ଗୋଟିଏ ମଞ୍ଚରେ ଏକାଠି ହେବା ଦେଖାଯାଉନାହିଁ। ଏହାସତ୍ତ୍ୱେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୭ଜିଲା ପରିଷଦ ଜୋନରୁ ବିଜେଡି ୬ଟିରେ ବିଜୟୀ ହେବା ଆଶ୍ୱାସନା ଦେଇଥିଲା।
୨୦୧୪ ବିଧାନସଭା ନିର୍ବାଚନରେ ଏଠାରୁ ବିଜୟୀ ହୋଇଥିବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ବୟସାଧିକ୍ୟ କାରଣରୁ କ୍ଷମତା ରାଜନୀତିରୁ ଦୂରେଇ ଯାଇଛନ୍ତି। ତାଙ୍କ ପୁତ୍ର ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀହାର ରଞ୍ଜନ ବେହେରା ଦଳର ଜନସମ୍ପର୍କ ପଦଯାତ୍ରା ଓ ଅନ୍ୟାନ୍ୟ ସାଙ୍ଗଠନିକ କାର୍ଯ୍ୟରେ ଆଗକୁ ବାହାରୁଛନ୍ତି। ୨୦୧୯ ନିର୍ବାଚନରେ ସେ ଟିକେଟ ଦୌଡ଼ରେ ଥାଇ ଶେଷ ମୁହୂର୍ତ୍ତରେ ବାଦ୍‌ ପଡ଼ିଥିଲେ। ହେଲେ ଏହା ପରଠାରୁ ସେ ନିରବଚ୍ଛିିନ୍ନଭାବେ ଦଳୀୟ ସଙ୍ଗଠନ ଓ ଜନସମ୍ପର୍କରେ ରହି ଆସିଛନ୍ତି। ଏଥର ନିର୍ବାଚନରେ ଏଠାରୁ ଅନ୍ୟତମ ଆଶାୟୀ ଭାବେ ସେ ଉଭା ହୋଇଛନ୍ତି। ଏଥର ବିଜେଡି ସୁପ୍ରିମୋ ତାଙ୍କୁ ଆଶୀର୍ବାଦ କରିବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ତେବେ ସେ ନିର୍ବାଚନମଣ୍ଡଳୀ ବାହାର ଲୋକ କହି କେତେକ ଛାମୁଆ ବିଜେଡି ନେତା ସ୍ବାଭିମାନ ମଞ୍ଚ ଗଢ଼ି ନିର୍ବାଚନମଣ୍ଡଳୀ ଅଧୀନ ବିଭିନ୍ନ ସ୍ଥାନରେ ସଭା ସମିତିମାନ କରୁଛନ୍ତି। ପୁରୁଣା ବିଜେଡି କର୍ମୀଙ୍କୁ ସେ ଅଣଦେଖା କରୁଥିବା ଅଭିଯୋଗ କରୁଛନ୍ତି। ଲୋଇସିଂହା ନିର୍ବାଚନମଣ୍ଡଳୀର ବିକାଶ କେବଳ ସ୍ଥାନୀୟ ନେତୃତ୍ୱ କରିପାରିବ ବୋଲି ସେମାନେ ଯୁକ୍ତି କରୁଛନ୍ତି।
ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ନବ କିଶୋର ନାୟକ ତୃତୀୟ ସ୍ଥାନରେ ରହିଥିଲେ। ଇତିମଧ୍ୟରେ ସେ ବିଜେଡିରେ ଯୋଗଦେଇଛନ୍ତି। କିଶୋର ମଧ୍ୟ ବିଜେଡିରୁ ଅନ୍ୟତମ ଆଶାୟୀଭାବେ ଉଭା ହୋଇଛନ୍ତି। ତାଙ୍କୁ ପ୍ରାର୍ଥୀ କରାଗଲେ ଦଳର ବିଜୟ ସୁନିଶ୍ଚିତ ହେବ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ତେବେ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପରୁ ଲୋଇସିଂହା ନିର୍ବାଚନମଣ୍ଡଳୀର କେତେକ ପଞ୍ଚାୟତ ବାଦ୍‌ ପଡ଼ିବାକୁ ନେଇ ଚାଷୀମାନେ ସରକାରଙ୍କ ଉପରେ ବିଷୋଦ୍‌ଗାର କରୁଛନ୍ତି। ଦଳୀୟ କନ୍ଦଳ ସାଙ୍ଗକୁ ଏହିପରି କେତେକ ସମସ୍ୟା ଏଠାରେ ବିଜେଡି ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି।
ନିର୍ବାଚନମଣ୍ଡଳୀରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର। ବିଗତ ୩ଟି ନିର୍ବାଚନରେ ଏଠାରେ ଦଳୀୟ ପ୍ରାର୍ଥୀ ପରାଜିତ ହୋଇଥିଲେ ହେଁ କଂଗ୍ରେସର ଏକ ଭୋଟ ବ୍ୟାଙ୍କ ରହିଛି। ଗତଥର ପ୍ରାର୍ଥୀ ହୋଇଥିବା ନବ କିଶୋର ନାୟକ ବିଜେଡିରେ ମିଶିବା ପରେ ଏଠାରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି ଦୋହଲି ଯାଇଛି। ଏହାସତ୍ତ୍ୱେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଅନୁଗତ କୁହାଯାଉଥିବା ଓମ୍‌ପ୍ରକାଶ କୁମ୍ଭାର, ଏଆଇସିସି ସଭ୍ୟ ଅଭିଷେକ ମହାନନ୍ଦ, ହେମସାଗର ନନ୍ଦ, ଅର୍ଜୁନ ମୁଦୁଲି ଟିକେଟ ହାତେଇବା ଲକ୍ଷ୍ୟରେ ଅଛନ୍ତି। ବିଭିନ୍ନ ସ୍ଥାନରେ ‘କଂଗ୍ରେସ ଆସୁଛି’ ନାମରେ ବଡ଼ ପୋଷ୍ଟର, ବ୍ୟାନର ଲଗାଯାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଦଳ କାହାକୁ ଭରସା କରୁଛି ଦେଖିବାକୁ ଅଛି। ଏଥିସହିତ ଭାଜପା ଓ ବିଜେଡିର ଗୋଷ୍ଠୀ କନ୍ଦଳ ଏବଂ ଦୁଇ ଦଳ ମଧ୍ୟରେ ଝୁଲି ରହିଥିବା ମେଣ୍ଟ ସଂକ୍ରାନ୍ତ ନିଷ୍ପତ୍ତି ମଧ୍ୟ ନିର୍ବାଚନ ଫଳକୁ ପ୍ରଭାବିତ କରିବ ବୋଲି କୁହାଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

୬୪ ଗାଁ ଚିହ୍ନଟରେ ସୀମିତ ସୁନାମି ମୁକାବିଲା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ। ଏହି ଜିଲାକୁ ପ୍ରତିବର୍ଷ ବନ୍ୟା, ବାତ୍ୟା ସହିତ ସୁନାମି ଭୟ ରହିଛି। ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ...

ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

ଜଗତ୍‌ସିଂହପୁର, ୨୮ା୪ (ପ୍ରମୋଦ କୁମାର ନାୟକ)୨୦୧୦ରେ ତିର୍ତ୍ତୋଲ ବ୍ଲକ ପୁଟିଙ୍ଗ ଗ୍ରାମ ଅଧୀନ ୪ନଂ. ୱାର୍ଡରେ ଅଙ୍ଗନୱାଡି କେନ୍ଦ୍ର-୨ ଖୋଲା ଯାଇଥିଲା। କିନ୍ତୁ ଏହି କେନ୍ଦ୍ରରେ...

କମିଲାନି ଅପାଠୁଆ ଡାକ୍ତରଙ୍କ ରୋଗୀସେବା

ନୟାଗଡ଼,୨୮।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଅପାଠୁଆ ନକଲି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ଯୋଗୁ ଦୌରାମତ୍‌ୟ କମିବା ପରିବର୍ତ୍ତେ ବଢ଼ି ଚାଲିଛି । ରଣପୁର ବ୍ଲକ...

ଜଙ୍ଗଲ ନିଆଁରେ ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ)ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଜଙ୍ଗଲ ନିଆଁ ବନ ବିଭାଗକୁ ଚିନ୍ତାରେ ପକାଇଦେଇଛି। ତେବେ ବନ ବିଭାଗର ତ୍ୱରିତ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri