Posted inଖେଳ

ବଜରଙ୍ଗ ରୁଷିଆରେ ଟ୍ରେନିଂ ନେବେ

ନୂଆଦିଲ୍ଲୀ, ୩୦ା୫ (ପି.ଟି.)- ଭାରତର ଟପ୍‌ ରେସ୍‌ଲର ବଜରଙ୍ଗ ପୁନିଆ ପୋଲାଣ୍ଡରେ ହେବାକୁଥିବା ର଼୍ୟାଙ୍କିଙ୍ଗ ସିରିଜ ଇଭେଣ୍ଟରେ ଭାଗ ନ ନେବା ଲାଗି ସ୍ଥିର କରିଛନ୍ତି। ସେ କହିଛନ୍ତି ଏହି ଟୁର୍ନାମେଣ୍ଟରେ ଭାଗ ନେଲେ ତାଙ୍କୁ ଅବଶ୍ୟ ର଼୍ୟାଙ୍କିଙ୍ଗ ପଏଣ୍ଟ ମିଳିବ। ହେଲେ ଟୋକିଓ ଅଲିମ୍ପିକ୍ସ ୬୫କେଜି କାଟେଗୋରିରେ ତାଙ୍କୁ ବିଶ୍ୱର ଟପ୍‌ ରେସଲରମାନଙ୍କ ସହ ତାଙ୍କୁ ମୁକାବିଲା କରିବାକୁ ପଡ଼ିବ। ତେଣୁ ଏହା ପୂର୍ବରୁ ସେ ମ୍ୟାଟ ଟ୍ରେନିଂ ନିହାତି ଆବଶ୍ୟକ କରୁଛନ୍ତି। ୨୭ବର୍ଷୀୟ ଏହି ରେସ୍‌ଲର କହିଛନ୍ତି ମହାମାରୀ ତାଙ୍କ ଟ୍ରେନିଂ କାର୍ଯ୍ୟକ୍ରମରେ ପ୍ରତିକୂଳ ପ୍ରଭାବ ପକାଇଛି। ଅଭ୍ୟାସ ପାଇଁ ସେ ବିଦେଶ ଯାଇପାରିଲେନି କିମ୍ବା ଭାରତକୁ କାହାରିକୁ ଆମନ୍ତ୍ରଣ କରିପାରିଲେନି। ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ଭାରତର ଅନ୍ୟ ରେସ୍‌ଲରମାନେ କିନ୍ତୁ ପୋଲାଣ୍ଡ ଗସ୍ତ କରିବେ। ଅନ୍ୟପକ୍ଷରେ ବଜରଙ୍ଗ ତାଙ୍କ ଜର୍ଜିଆନ କୋଚ୍‌ ଶାକୋ ବେନ୍‌ଟିନିଡିସ୍‌ଙ୍କ ସହ ଟ୍ରେନିଂ ପାଇଁ ରୁଷିଆ ଯିବେ। ଅଲିମ୍ପିକ୍ସ ପୂର୍ବରୁ ଜୁନ୍‌ ୮ରୁ ୧୩ ପର୍ଯ୍ୟନ୍ତ ଓାର୍‌ସ ହେଉଛି ଶେଷ ର଼୍ୟାଙ୍କିଙ୍ଗ ସିରିଜ ଇଭେଣ୍ଟ। ଟୁର୍ନାମେଣ୍ଟ ପରେ ଭାରତୀୟ ଦଳ ଅବଶ୍ୟ ଏକ ଟ୍ରେନିଂ କ୍ୟାମ୍ପ ପାଇଁ ଓ୍ବାର୍‌ସରେ ରହିବ। ବଜରଙ୍ଗ କହିଛନ୍ତି, ଅଲିମ୍ପିକ୍ସ ପୂର୍ବରୁ ସେ ଅଧିକ ଟ୍ରେନିଂ ଆବଶ୍ୟକ କରୁଛନ୍ତି। ଗତ ୧୮ ମାସ ତାଙ୍କ ପାଇଁ କଠିନ ଥିଲା। ସେ ସମୟରେ ବିଦେଶରେ କୌଣସି ପ୍ରତିଯୋଗିତା ଅବା ଟ୍ରେନିଂ ସମ୍ଭବ ନ ଥିଲା। ଅଲିମ୍ପିକ୍ସ ପାଇଁ ଫିଟ୍‌ ରହିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri