ରାଜଧାନୀରେ ବଜ୍ରକାପ୍ତା ର଼୍ୟାକେଟ, ପାର୍କରେ ଡିଲ୍‌

ଭୁବନେଶ୍ୱର,୬।୧୦(ବ୍ୟୁରୋ): ରାଜଧାନୀରେ ବଜ୍ରକାପ୍ତା କାତି ର଼୍ୟାକେଟ। ପାର୍କରେ ହେଲା ଡିଲ୍‌। ଶେଷରେ ର଼୍ୟାକେଟରେ ସମ୍ପୃକ୍ତ ଦୁଇଜଣଙ୍କୁ କ୍ରାଇବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ଓ୍ବାଇଲ୍ଡଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ(ଡବ୍ଲ୍ୟୁସିସିବି) ଗିରଫ କରିବା ସହ ସେମାନଙ୍କଠାରୁ ୨କେଜିରୁ ଉର୍ଦ୍ଧ୍ୱ କାତି ଜବତ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ବାଲିପାଟଣା ଅଞ୍ଚଳର ସୁକାନ୍ତ କୁମାର ମୁଦୁଲି ଓ ପିପିଲି ଅଞ୍ଚଳର ପ୍ରସନ୍ନ ରାୟ। ଏନେଇ ଅଧିକ ତଦନ୍ତ ଚାଲିଥିବା ଜଣେ ଅଧିକାରୀ କହିଛନ୍ତି।
ତାଙ୍କ ସୂଚନାନୁସାରେ, ଭୁବନେଶ୍ୱରରେ ବଜ୍ରକାପ୍ତା ର଼୍ୟାକେଟ ନେଇ ଖବର ମିଳିବା ପରେ ଡବ୍ଲ୍ୟୁସିସିବିର ଜଣେ ଅଧିକାରୀ ଗ୍ରାହକ ହୋଇ ପ୍ରଥମେ ସୁକାନ୍ତଙ୍କ ସହ ଯୋଗାଯୋଗ କରିଥିଲେ। ସୁକାନ୍ତ କାରବାରର ତରିକା ଜଣାଇ କେତେକ ସର୍ତ୍ତ ରଖିଥିଲେ। ପ୍ରଥମେ ୧୫ କାତିକୁ ୮୦ହଜାର ଟଙ୍କା ଦେଇ କିଣିବା ପରେ ଅଧିକ କାତି କିଣିବାକୁ କହିଥିଲେ। ଏପରିକି କଥାବାର୍ତ୍ତାବେଳେ ଅନ୍ୟଜଣଙ୍କ ପାଖରେ ୨ କେଜି କାତି ଥିବା ମଧ୍ୟ ସେ ଜଣାଇଥିଲେ। ଏଥିରେ ଅଧିକାରୀ ଜଣକ ରାଜି ହେବା ପରେ ସୁକାନ୍ତ ଇନ୍ଦିରା ଗାନ୍ଧୀ ପାର୍କକୁ ଡାକିଥିଲେ। ଏହାପରେ ଏସ୍‌ଟିଏଫ୍‌ ସହ ଯୋଗାଯୋଗ କରାଯାଇ ସେଠାରେ ଚଢ଼ାଉ ଯୋଜନା ହୋଇଥିଲା। ମଙ୍ଗଳବାର ସୁକାନ୍ତ ଇନ୍ଦିରା ଗାନ୍ଧୀ ପାର୍କରେ ୧୫ କାତି ଧରି ଅପେକ୍ଷା କରିଥିଲେ। ଏହି ସମୟରେ ମିଳିତ ଟିମ୍‌ ସେଠାରେ ଚଢ଼ାଉ କରି ତାଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧୫ ବଜ୍ରକାପ୍ତା କାତି ଜବତ କରିଥିଲା। ପରେ ସୁକାନ୍ତଙ୍କୁ ଧରି ଟିମ୍‌ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ପ୍ରସନ୍ନଙ୍କୁ ପିପିଲି ଟୋଲ ଗେଟ୍‌ ନିକଟ ଜଇସିପାଟଣା ଛକରୁ ଧରିଥିଲା। ତାଙ୍କଠାରୁ ୨ କେଜିରୁ ଊର୍ଦ୍ଧ୍ୱ କାତି ଜବତ କରାଯାଇଥିଲା। ୨ ଅଭିଯୁକ୍ତଙ୍କ ପାଖରୁ ୨ଟି ବାଇକ୍‌ ଓ ୨ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଉଭୟଙ୍କୁ ଭୁବନେଶ୍ୱର ଅଣାଯାଇ ପଚରାଉଚରା କରାଯାଉଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡିଛି। ଏହି ଅପରେଶନରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ସହିତ ଡବ୍ଲ୍ୟୁସିସିବିର ଏକ ଦୁଇ ଜଣିଆ ଟିମ୍‌, ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ମଧ୍ୟ ସାମିଲ ଥିଲେ। ତେବେ ଏସ୍‌ଟିଏଫ୍‌ ଏହି ମାମଲାକୁ ନଗର ବନଖଣ୍ଡକୁ ହସ୍ତାନ୍ତର କରିଥିବାବେଳେ ବୁଧବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

ଗୁଡ଼ାରୀକୁ ରେଳପଥ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି, ଗୋପାଳପୁର-ରାୟଗଡ଼ା…

ଗୁଡ଼ାରୀ,୧୧ା୭(ପ୍ରମୋଦ କୁମାର ପତି): କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଗୋପାଳପୁର-ରାୟଗଡ଼ା ପ୍ରସ୍ତାବିତ ନୂତନ ରେଳପଥର ଫାଇନାଲ ଲୋକେଶନ ସର୍ଭେ(FLS)ରେ ସାମାନ୍ୟ ପରିବର୍ତ୍ତନ କରି ଗୁଡ଼ାରୀକୁ ରେଳ ସଂଯୋଗ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

ହଜାରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଧମକ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ; ବର୍ତ୍ତମାନ ଇରାନରେ ବଡ଼ ବିସ୍ଫୋରଣ, ପ୍ରତିକ୍ରିୟା ରଖିଲା ତେହରାନ

ତେରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘୧,୦୦୦ କ୍ଷେପଣାସ୍ତ୍ର’ ସମ୍ପର୍କରେ ଇରାନକୁ ଚେତାବନୀ ଦେବା ପରେ ଇରାନର ରାଜଧାନୀ ତେହରାନର ପୂର୍ବ ଭାଗରେ ବିସ୍ଫୋରଣର ଶବ୍ଦ ଶୁଣିବା…

ଗାଧୋଇବାକୁ ଯାଇ ଫେରିଲେନି ଯୁବକ, ପାଣିରୁ ମୃତଦେହ କାଢ଼ି…

ଖଲ୍ଲିକୋଟ,୧୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଦୋଳା ପୋଖରୀରେ ବୁଡ଼ି ଜଣେ…

ବିଦେଶୀ ମଦ ଦୋକାନ ଉପରେ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ, ପୁରୁଣା କର୍ମଚାରୀଙ୍କ…

କୋଣାର୍କ,୧୧ା୭(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନକୁ ଜଣେ ଦୁର୍ବୃତ୍ତ ଶନିବାର ପୂର୍ବାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ…

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri