ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ ବଇଣ୍ଡା

ବଇଣ୍ଡା,୧୫।୫(ଡି.ଏନ.ଏ): ଅନୁଗୋଳ ଜିଲାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଏବେ ନିଶା ବ୍ୟବସାୟର କେନ୍ଦ୍ର ପାଲଟିଛି। ଅଞ୍ଚଳ ଦେଇ ଦୈନିକ ବିପୁଳ ପରିମାଣର ଗଞ୍ଜେଇ, ଅଫିମ, ଚୋରା ମଦ ଚାଲାଣ କରାଯାଉଛି। ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ନିଶା ବ୍ୟବସାୟୀଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏଭଳି ବେଆଇନ କାରବାର ବଢ଼ିବାରେ ଲାଗିଛି। ଏହାକୁ ରୋକିବା ଲାଗି ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅଭିଯୋଗପତ୍ର ମାଧ୍ୟମରେ ଶନିବାର ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ନକଲ ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ, ପୋଲିସ ଡିଜିଙ୍କୁ ପ୍ରଦାନ କରାଯାଇଛି।
ଗ୍ରାମବାସୀ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ହଣ୍ଡପା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନକୁ ବାହାରୁ ଗଞ୍ଜେଇ ଆସୁଛି। ଏହାକୁ ଗଚ୍ଛିତ କରି ରଖାଯାଉଛି। ବଇଣ୍ଡା ରେଳ ଷ୍ଟେଶନ ଦେଇ ଏକ୍ସପ୍ରେସ ଟ୍ରେନ୍‌ରେ ରାଜ୍ୟ ଓ ଜିଲା ବାହାରକୁ ଚାଲାଣ କରାଯାଉଛି। ବିଶେଷ କରି ସ୍କୁଲ ବ୍ୟାଗ୍‌ରେ ମାଦକ ଦ୍ରବ୍ୟ କାରବାର ହେଉଥିବାରୁ କେହି ସନ୍ଦେହ କରୁନାହାନ୍ତି। ପ୍ରାୟ ୬ ମାସ ହେଲା ଅବାଧ ନିଶାଦ୍ରବ୍ୟ ବ୍ୟବସାୟ ବଢ଼ିବାରେ ଲାଗିଛି। ଅପରପକ୍ଷେ ବଇଣ୍ଡା ଫାଣ୍ଡିରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଫାଣ୍ଡି ଅଧିକାରୀ ଅଧିକାଂଶ ସମୟରେ ହଣ୍ଡପା ଥାନାରେ ରହୁଛନ୍ତି। ପାଟ୍ରୋଲିଂ ଠିକ୍‌ ଭାବେ ହେଉ ନ ଥିବାରୁ ନିଶା ବ୍ୟବସାୟୀମାନେ ଏହାର ସୁଯୋଗ ନେଉଛନ୍ତି। ଏ ସଂକ୍ରାନ୍ତରେ ଗତ ଫେବୃୟାରୀ ୧୨ରେ ବଇଣ୍ଡା ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତଥାପି କୌଣସି ସୁଫଳ ମିଳୁନାହିଁ। ଏଥିରେ ଏସ୍‌ପି ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି।
ଏ ନେଇ ଆଠମଲ୍ଲିକ ଅବକାରୀ ବିଭାଗ ଉପନିରୀକ୍ଷକ ଧରଣୀଧର ପ୍ରହରାଜ କହିଛନ୍ତି, ନିଶା କାରବାର ରୋକିବା ଦିଗରେ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଅଫିସରେ ଅସୁସ୍ଥତା, ଘରେ ଆଖି ବୁଜିଲେ ଜନସ୍ୱାସ୍ଥ୍ୟ ଵିଭାଗ କିରାଣୀ ଗୋପାଳ ରଥ

ବଲାଙ୍ଗୀର, ୪।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗର ନିବାସୀ ଗୋପାଳ ଚରଣ ରଥଙ୍କ ଗୁରୁବାର ପରଲୋକ ହୋଇଛି। ସେ ବଲାଙ୍ଗୀର ପିଏଚଡି ସବଡିଭିଜନ ଅଫିସରେ ବିଲିଂ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri