‘ବଧାଇ ହୋ’ ପରେ ଆସୁଛି ‘ବଧାଇ ଦୋ’, ପ୍ରଥମଥର ନଜର ଆସିବେ ଏହି ଯୋଡ଼ି

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍କାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’ର ସିକ୍ବେଲ ‘ବଧାଇ ଦୋ’ ଆସନ୍ତା ଜାନୁୟାରୀରେ ଶୁଟିଂ ହେବ। ‘ବଧାଇ ହୋ’ର ସଫଳତାକୁ ଦେଖି ଏହାର ସିକ୍ବେଲ ପ୍ରସ୍ତୁତ କରାଯାଇଛି।

‘ବଧାଇ ହୋ’ର ଦୁଇବର୍ଷ ପରେ ନିର୍ମାତା ଏହାର ସିକ୍ୱେଲ ଘୋଷଣା କରିଛନ୍ତି। ପୂର୍ବରୁ କଳ୍ପନାଜଳ୍ପନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ନିର୍ମାତା ଫିଲ୍ମକୁ ନେଇ ସ୍ପଷ୍ଟ କରିଛନ୍ତି। ଏଥର ମଧ୍ୟ କାହାଣୀ ଉପରେ ଧ୍ୟାନ ଦିଆଯିବ। କିଛି ଅଲଗା ଦେଖାଇବା ଉପରେ ଗୁରୁତ୍ୱ ଦିଆଯିବ। ପ୍ରଥମଥର ପାଇଁ ରାଜକୁମାର ରାଓ ଏବଂ ଭୂମି ପେଡନେକରଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ରାଜକୁମାର ଏଥିରେ ଜଣେ ପୋଲିସ ଇନ୍ସପେକ୍ଟର ଭୂମିକାରେ ନଜର ଆସିବେ। ସେହିପରି ଭୂମିଙ୍କୁ ଜଣେ ପିଇଟି ଶିକ୍ଷକ ଭୂମିକାରେ ଦେଖିବାକୁ ମିଳିବ।

ରାଜକୁମାର ‘ବଧାଇ ଦୋ’ ବିଷୟରେ କୁହନ୍ତି, ମୁଁ ଖୁସି ଯେ, ଜୀବନ ପୁଣି ଆରମ୍ଭ ହୋଇଛି। ଏହା ମୋ ପାଇଁ ଏକ ସ୍ବତନ୍ତ୍ର ଫିଲ୍ମ। ମୁଁ ଏହି ଚରିତ୍ରରେ ଅଭିନୟ କରି ବହୁତ ଖୁସି। ଯେଉଁଥିରେ ନିଜର ସଂଘର୍ଷ ଜୀବନ କାହାଣୀ ରହିଛି। ତେଣୁ ଚରିତ୍ରକୁ ପ୍ରକାଶ କରିବା ମୋ’ ପାଇଁ ସହଜ ହେବ।

ସେହିପରି ଏହି ଫିଲ୍ମ ବିଷୟରେ ଭୂମି କୁହନ୍ତି, ମୁଁ ପ୍ରଥମ ଥର ପାଇଁ ରାଜକୁମାରଙ୍କ ସହ କାମ କରୁଛି। ବେଶ୍‌ ଉତ୍ସାହିତ ଅଛି। କାରଣ ଖୁବ୍‌ଶୀଘ୍ର ଆମେ ଶୀଘ୍ର ଶୁଟିଂ ଆରମ୍ଭ କରିବୁ। ‘ବଧାଇ ହୋ’ ମୋର ପ୍ରିୟ ଫିଲ୍ମ ମଧ୍ୟରୁ ଗୋଟିଏ। ଏହାର ସିକ୍ୱେଲକୁ ନେଇ ମୁଁ ବହୁତ ଖୁସି।

‘ବଧାଇ ଦୋ’ର ନିର୍ଦ୍ଦେଶକ ହର୍ଷବର୍ଦ୍ଧନ କୁଲକର୍ଣ୍ଣି କୁହନ୍ତି, କରୋନା ଅବଧି ସମୟରେ ତାଙ୍କ ଫିଲ୍ମ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଉଛି। ସେ କହୁନ୍ତି, ଫିଲ୍ମର କାହାଣୀ ଖୁବ୍‌ ମଜାଦାର। ଫିଲ୍ମଟିକୁ ସପରିବାର ବସି ଦେଖିପାରିବେ। ରାଜକୁମାର ରାଓ ଏବଂ ଭୂମିଙ୍କ ପ୍ରତି ତାଙ୍କର ଆତ୍ମବିଶ୍ୱାସ ରହିଛି। ତାଙ୍କ କହିବାନୁସାରେ, ଏତେ ବଡ଼ କାଷ୍ଟ ସହିତ କାମ କରିବା ବଡ଼ କଥା।


Enter your email to get our daily news in your inbox.

All Right Reserved By Dharitri.Com

କେବେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ? ବଡ଼ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର,୧୮।୫: ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ  । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।…

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ବାଂଲାଦେଶରେ ମିଳିମିଳାରେ ୪୫୦ ଶିଶୁଙ୍କ ମୃତ୍ୟୁ; ୟୁନୁସ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଢାକା,୧୮।୫: ମାର୍ଚ୍ଚ ମାସରୁ, ବାଂଲାଦେଶରେ ମିଳିମିଳା ରୋଗରେ ୪୫୦ ରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି, ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା…

ଯାନ୍ତ୍ରିକ ମାୟାଜାଲ

ଆଧୁନିକ ସଭ୍ୟତାର ଏକ କ୍ଷୁଦ୍ର ଯନ୍ତ୍ର ଆଜି ମାନବ ସମାଜର ଜୀବନଶୈଳୀକୁ ଏମିତି ବଦଳାଇ ଦେଇଛି ଯେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆମର ପ୍ରତିଟି ପଦକ୍ଷେପ ମୋବାଇଲ…

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ…

ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୧୮।୫: ସୋମବାର (୧୮ ମଇ, ୨୦୨୬) ତିରୁଭାନନ୍ତପୁରମର କେନ୍ଦ୍ରୀୟ ଷ୍ଟାଡିୟମରେ କଂଗ୍ରେସ ନେତା ଭି.ଡି. ସାଥୀସାନ୍‌ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ସେ…

୩୦ ମିନିଟ ପର୍ଯ୍ୟନ୍ତ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ଯୁଦ୍ଧକୁ ନେଇ ହେଲା ନୂଆ ପ୍ଲାନ? ଜାଣନ୍ତୁ…

ଓ୍ବାଶିଂଟନ,୧୮।୫: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ତୀବ୍ର ସଂଘର୍ଷ ପରେ ବର୍ତ୍ତମାନ ଏକ ଅସ୍ତ୍ରବିରତି କାର୍ଯ୍ୟକାରୀ ହେଉଛି। ତଥାପି, ଏହା ସତ୍ତ୍ୱେ,…

ସିଆଇଆଇର ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ ହେଲେ ଦାରିଙ୍ଗବାଡ଼ିର ସୁନାଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri