Posted inଜାତୀୟ

ବାୟୁ ସେନା ଚପର ଦୁର୍ଘଟଣାର ତଦନ୍ତ ଶେଷ

ନୂଆଦିଲ୍ଲୀ,୨।୧: ଗତ ଡିସେମ୍ବର ୮ ତାରିଖରେ ଘଟିଥିବା ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାରେ ଚିଫ୍‌ ଡିଫେନ୍ସ ଷ୍ଟାଫ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ ଓ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବାୟୁ ସେନାର ତଦନ୍ତ ପ୍ରାୟତଃ ଶେଷ ହୋଇଯାଇଛି। ଏହାର ରିପୋର୍ଟ ଖୁବ୍‌ ଶୀଘ୍ର ଦାଖଲ କରାଯିବ।

ଏହି ଦୁର୍ଘଟଣା ପଛର କାରଣ ଉପରେ ଏପର୍ଯ୍ୟନ୍ତ ବାୟୁ ସେନା କିମ୍ବା ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ। କିନ୍ତୁ ସୂତ୍ରରୁ କୁହାଯାଇଛି, ଖରାପ ପାଣିପାଗ ଯୋଗୁ ଭିଜିବିଲିଟି (ଦୃଶ୍ୟମାନ) ହାର ହ୍ରାସ ପାଇଥିଲା। ଆଉ ଏହା ହିଁ ଦୁର୍ଘଟଣା ପଛର କାରଣ ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି।

ଦେଶର ଅନ୍ୟତମ ଶ୍ରେଷ୍ଠ ହେଲିକପ୍ଟର ପାଇଲଟ୍‌ ଏୟାର ମାର୍ଶାଲ ମାନବେନ୍ଦ୍ର ସିଂଙ୍କ ନେତୃତ୍ୱାଧୀନ କମିଟି ତାମିଲନାଡୁର ନୀଳଗିରି ପାହଡରେ ଘଟିଥିବା ଦୁର୍ଘଟଣାର ତଦନ୍ତ କରିଥିଲା। ତାଙ୍କ ତଦନ୍ତ ଅନୁଯାୟୀ, ଏମ୍‌ଆଇ-୧୭ଭି୫ ହେଲିକପ୍ଟର ଚାଳକ ଖରାପ ପାଣିପାଗ ଯୋଗୁ କିଛି ଦେଖିପାରି ନ ଥିଲେ। ଦୁର୍ଘଟଣା ବଶତଃ ସେ ହେଲିକପ୍ଟର ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହାକୁ ସିଏଫ୍‌ଆଇଟି କୁହାଯାଏ। ତେବେ ଦୁର୍ଘଟଣା ପଛରେ ଟେକନିକାଲ ଏରର କିମ୍ବା ଯାନ୍ତ୍ରିକ ତ୍ରୁଟି ନ ଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ସୂତ୍ରରୁ କୁହାଯାଇଛି।

ରିପୋର୍ଟ ଚୂଡ଼ାନ୍ତ ପ୍ରସ୍ତୁତିରେ ତଦନ୍ତକାରୀ ଦଳକୁ ବର୍ତ୍ତମାନ ବାୟୁ ସେନାର ଆଇନ ବିଭାଗ ପରାମର୍ଶ ଦେଉଛି। ଏହି ରିପୋର୍ଟ ଆଗାମୀ ୫ ଦିନ ମଧ୍ୟରେ ଏୟାର ଚିଫ୍‌ ମାର୍ଶଲ ଭି ଆର ଚୌଧାରୀଙ୍କ ନିକଟରେ ଦାଖଲ କରାଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି ପଶ୍ଚିମବଙ୍ଗ: ଭାଜପା…

କୋଲକାତା,୨୭।୮ : ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ସୁକାନ୍ତ ମଜୁମଦାର...

ଆଶିଷଙ୍କ ବନ୍ଧୁକରୁ ହୋଇଥିଲା ଫାୟାରିଂ…

ଲକ୍ଷ୍ନୌ,୯।୧୧: ଅକ୍ଟୋବର ୩ରେ, ଲଖିମପୁର ଖେରିରେ କୃଷକମାନେ ଏକ କାର୍‌ ଦ୍ୱାରା ଚାପି ହୋଇଯିବା ଘଟଣାରେ ଏକ ନୂଆ ପର୍ଦ୍ଦାଫାଶ୍‌ ହୋଇଛି। ଏହି ମାମଲାରେ ଫୋରେନ୍ସିକ...

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ରାଜନେତା

ମୁମ୍ବାଇ,୩୦।୭: ସୁଶାନ୍ତ ସିଂ ରାଜପୁତ। ଏବେ ଏହି ନାଁଟି ଘରେ ଘରେ ପରିଚିତ। ବଲିଉଡ୍‌ ନାୟକ ଭାବେ ସେ ଯେତିକି ପରିଚୟ ପାଇଥିଲେ ଏବେ ତାଙ୍କ...

‘ଲୋକେ ଦ୍ୱିତୀୟ କିମ୍‌ ଜଙ୍ଗ ଚାହୁଁଛନ୍ତି କି ?’

ଲଖିମପୁର,୧୫।୨: “ଜନସାଧାରଣଙ୍କ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦରକାର ନା ଦ୍ୱିତୀୟ କିମ ଜଙ୍ଗ (ଉତ୍ତର କୋରିଆ) ଭଳି ପ୍ରତିନିଧି ଚାହୁଁଛନ୍ତି। ଲୋକଙ୍କୁ ନିଷ୍ପତ୍ତି...

ହାଇକୋର୍ଟରେ ଖାରଜ ହେଲା ଫକ୍ସ ଷ୍ଟୁଡିୟର ଆବେଦନ: ଓକିଲଙ୍କୁ ଦେବାକୁ ପଡ଼ିବ କ୍ରେଡିଟ୍‌

ନୂଆଦିଲ୍ଲୀ,୧୧।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ୍‌’ରେ ଏସିଡ୍‌ ଆଟାକ୍‌ ପୀଡ଼ିତାଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍‌ ଦେବା ମାମଲାରେ ହାଇକୋର୍ଟ ଶନିବାର...

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଇଭେଣ୍ଟରେ କୃଷକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ

ଚଣ୍ଡିଗଡ଼,୧୬।୫: ହରିୟାଣାରେ କରୋନା ଯୋଗୁ ଲକ୍‌ଡାଉନକୁ ଗୋଟିଏ ସପ୍ତାହ ପାଇଁ ବଢ଼ାଇ ଦିଆଯାଇଛି। ଏହାସତ୍ତ୍ୱେ ହିସାର ଜିଲାର ଏକ କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟନୀ ଉତ୍ସବରେ...

ବିମାନରେ ଭାଜପା ନେତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିବା ମହିଳାଙ୍କୁ ଆଶ୍ୱସ୍ତି: ମାମୁଲି ଘଟଣା କହି ଶୁଣାଣି କରିବାକୁ ମନା କଲେ କୋର୍ଟ

ଚେନ୍ନାଇ,୧୭।୮: ବିମାନରେ ଭାଜପା ନେତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିବା ଲୋଇସ ସୋଫିଆ ନାମକ ଜଣେ ମହିଳାଙ୍କୁ ଆଶ୍ୱସ୍ତି ମିଳିଛି। ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ସୋଫିଆଙ୍କ...

ଭାଜପା ପାଇଁ ଆଉ ଏକ ଚ୍ୟାଲେଞ୍ଜ ଆଣିଲେ କେସିଆର, ୨୦୨୪ରେ ମୋଦିଙ୍କୁ ହରାଇବାକୁ ଦେଲେ ବଡ ଅଫର

ଅମରାବତୀ,୬ ।୯: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସୋମବାର ନିଜାମାବାଦରେ ଘୋଷଣା କରିଛନ୍ତି କି ଟିଆରଏସ୍ ଅଲଗା ରାଜ୍ୟରୁ ପ୍ରେରଣା ନେଇ ’ଭାଜପା ମୁକ୍ତ ଭାରତ’...

Advertisement
Archives

Model This Week