କୋହଲା ପାଗ କପା ଚାଷୀ ପାଇଁ କାଳ

ଭବାନୀପାଟଣା, ୨୪ା୧୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି କପାର ବିଶେଷତ୍ୱ ହେଲା ଏହା ଦୀର୍ଘ, ତନ୍ତୁଜାତୀୟ ଓ ଶକ୍ତ। ବର୍ତ୍ତମାନ ଖରାପ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଚାଷୀଙ୍କୁ ବିପଦରେ ପକାଇଛି। ମଣ୍ଡିରେ କପାର ଉଚିତ ମୂଲ୍ୟ ପାଇବା ନେଇ ସେମାନେ ଭରସା ରଖିପାରୁ ନାହାନ୍ତି। ସେପଟେ କପାଚାଷ ପାଇଁ ଚଳିତବର୍ଷ ପ୍ରାୟ ୫୦ ହଜାରରୁ ଊଦ୍ଧର୍‌ବ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି।
ଚଳିତବର୍ଷ କୃଷି ବିଭାଗ ୭୧,୦୦୦ ହେକ୍ଟର ଜମିରେ କପା ଚାଷ କରାଯାଇଥିବା କହିବା ସହ ପ୍ରାୟ ୧୦.୭୧ ଲକ୍ଷ କୁଇଣ୍ଟାଲରୁ ଊର୍ଦ୍ଧ୍ୱ କପା ଉତ୍ପାଦିତ ହେବ ବୋଲି ପ୍ରାରମ୍ଭିକ ଆକଳନ କରିଛି। କଳାହାଣ୍ଡି ଜିଲାରେ ଧଳା ସୁନା ଫସଲର ସଫଳ ରୂପାୟନ ଦିଗରେ ସରକାର କେତେ ସଚେତନ ତାହା ଜଣାପଡୁନାହିଁ। କାରଣ ଏଯାବତ ୨୧୨୧ ଜଣ ଚାଷୀ ମାତ୍ର ୬୩ହଜାର କୁଇଣ୍ଟାଲରୁ ଊଦ୍ଧର୍‌ବ କପା ବିକ୍ରି କରିଥିବା ବିଷୟ କପା ସ୍କିମ ଅଫିସରଙ୍କଠାରୁ ସୂଚନା ମିଳିଛି। ପୂର୍ବ ବର୍ଷମାନଙ୍କରେ ଧାନଚାଷ ଭଳି କପାଚାଷ ରେକର୍ଡ ସୃଷ୍ଟି କରିଆସୁଥିଲା। କିନ୍ତୁ ଚଳିତବର୍ଷ କପାଚାଷୀ ନିଜର ଉତ୍ପାଦିତ କପାକୁ ନେଇ ଚିନ୍ତିତ। କପାର ଏମ୍‌ଏସ୍‌ପି ମୂଲ୍ୟ ୭୫୨୧ ଟଙ୍କା ହୋଇଥିଲେ ସୁଦ୍ଧା ଚାଷୀ ମଣ୍ଡି ଉପରେ ଭରସା ନ କରି ଦଲାଲ ହାତରେ କମ ଦରରେ ଟେକିଦେଉଛି। ଅନ୍ୟପଟେ କଟନ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିଃ ରାୟଗଡା ଶାଖା କାର୍ଯ୍ୟାଳୟ ରିପୋର୍ଟରୁ ଜଣାପଡିଛି ଯେ, କର୍ଲ୍ଲାପଡା ସେଣ୍ଟରରୁ ଗୋପାଳ ଅର୍ଗାନିକ, ଦାଦାଗୁରୁ ଆଗ୍ରୋ ଇଣ୍ଡିଆ ପ୍ରାଇଭେଟ ଲିଃ କପା କ୍ରୟ କରିଥିବାବେଳେ କେସିଙ୍ଗା ସେଣ୍ଟରରୁ ନେଚୁରାଲ ଅର୍ଗାନିକ, ସାବିତ୍ରୀ କଟନ ଇଣ୍ଡିଆ ଓ ବନସଲ ଆଗ୍ରୋଟେକ୍‌ ପ୍ରମୁଖ ଜିନିଙ୍ଗ ମିଲ କପା କ୍ରୟ କରିଛି। ତେବେ ଗତମାସ ୨୯ତାରିଖରୁ ମଣ୍ଡି ଚାଲୁ କରାଯାଇଥିଲେ ମଧ୍ୟ କପା ମଣ୍ଡିକୁ ଆଣି ବିକ୍ରି କରିବାରେ ଚାଷୀର ଅନିଚ୍ଛା ଭାବ କାହିଁକି ପ୍ରଶାସନ ବୁଝିବା ଅତ୍ୟନ୍ତ ଜରୁରୀ। ଛୋଟ ଚାଷୀ ମଣ୍ଡିକୁ କପା ଆଣିବା ପୂର୍ବରୁ ଦୁଆର ମୁହଁରେ ଦଲାଲ ହାଜର ହୋଇ କୁଇଣ୍ଟାଲ ପିଛା ୬୫୦୦ ଟଙ୍କାରେ କପା ଉଠାଇ ନେଉଛି। ଦ୍ୱିତୀୟରେ ଜିଲାରେ ଚୋରା ଚାଲାଣ ହେଉଥିବା କପା ଗାଡିକୁ ଅଟକାଇବାର କୌଣସି ସାଧନ ନାହିଁ। କାରଣ ସରକାର ଗେଟ ବ୍ୟବସ୍ଥା ଆଉ ରଖିନାହାନ୍ତି। କଳାହାଣ୍ଡିର କଳାମାଟିରେ ଉତ୍ପାଦିତ କପା ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ କରି ମହାରାଷ୍ଟ୍ର, ଗୁଜରାଟ ପର୍ଯ୍ୟନ୍ତ ଚାହିଦା ରହିଆସିଛି। ସେତିକି ନୁହେଁ କଳାହାଣ୍ଡି ଚାଷୀ ଥାଇଲାଣ୍ଡ ଓ ବାଂଲାଦେଶ ଭଳି ସ୍ଥାନକୁ କପା ପଠାଇବାରେ ସଫଳ ହୋଇଛନ୍ତି। କିନ୍ତୁ ଏଥର ସରକାରୀ ସ୍ତରରେ କପା ମଣ୍ଡି ଖୋଲିବାରେ ଖୋଦ ଜିଲାପାଳ ତଦାରଖ କରୁଥିଲେ ମଧ୍ୟ ମଣ୍ଡିରେ କପା ପହଞ୍ଚତ୍ବା ସନ୍ତୋଷଜନକ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥର ଭବାନୀପାଟଣା ବ୍ଲକର କର୍ଲାପଡ଼ା, କେସିଙ୍ଗାର ଉତ୍କେଲା ଓ ଗୋଲାମୁଣ୍ଡା ବ୍ଲକର ଉଛଲାଠାରେ ମଣ୍ଡି ଖୋଲାଯାଇଛି। କପାର ଗୁଣବତ୍ତାର ମାପକାଠି ଅନୁଯାୟୀ ୮ରୁ ୧୧ ପ୍ରତିଶତ ମଳିନ ପଡିଥିଲେ ସୁଦ୍ଧା ଧାର୍ଯ୍ୟ ଏମ୍‌ଏସ୍‌ପି ମୂଲ୍ୟରେ କପା ବିକ୍ରି ହେବାର ସମ୍ଭାବନା ରହିଛି। ହେଲେ ଯେଉଁଭଳି କାକର ଥଣ୍ଡା ପଡୁଛି ସେଥିରେ ଚାଷୀ ଠିକ ଦର ପାଇବେ ବୋଲି ଭରସା କରୁନାହାନ୍ତି। ବର୍ତ୍ତମାନର ପାଣିପାଗକୁ ନେଇ ଚାଷୀ କପା ମଣ୍ଡିକୁ ନେଇପାରୁ ନାହିଁ। ବାହାର ବ୍ୟବସାୟୀଙ୍କ ଆସିବା ବାଟକୁ ଅପେକ୍ଷା କରି ଅଟକିଯାଉଛି। ଅନ୍ୟପକ୍ଷରେ ପଡୋଶୀ ଜିଲା ଓ ଆନ୍ଧ୍ରର କିଛି ଦଲାଲ କପାଚାଷୀଙ୍କୁ ପ୍ରଲୋଭନ ଦେଖାଇ ଚୋରାରେ ଜିଲା ବାହାରକୁ ନେଇ ଯାଉଥିବା ଜଣାପଡିଛି। ଜିଲାର ୮ରୁ ଦଶଟି ସ୍ଥାନରେ ବାହାର ବ୍ୟବସାୟୀ ପ୍ରତିବର୍ଷ ଦେଢରୁ ଦୁଇ ଲକ୍ଷ କୁଇଣ୍ଟାଲ ପର୍ଯ୍ୟନ୍ତ କପା ଚୋରା ଚାଲାଣ ହେଉଥିଲେ ହେଁ ପ୍ରଶାସନ ତରଫରୁ ଅଙ୍କୁଶ ଲଗାଇବା ବ୍ୟବସ୍ଥା କରାଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?