Posted inରାଜ୍ୟ

ଭର୍ତ୍ତୃହରିଙ୍କୁ ନେଇ ଭାଜପା-ବିଜେଡି ବୟାନବାଜି

ଭୁବନେଶ୍ବର, ୧୬ା୩(ବ୍ୟୁରୋ): ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ ନେଇ ଏବେ ବିଜେଡି ଓ ଭାଜପା ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଦିଲ୍ଲୀଠାରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭର୍ତ୍ତୃହରିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା ଏବଂ ବିଜେଡିକୁ କଟାକ୍ଷ ପରେ ଏଭଳି ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମାନ ଆଭିମୁଖ୍ୟ ଗ୍ରହଣ କରି ଭର୍ତ୍ତୃହରିଙ୍କୁ ପ୍ରଶଂସା କରିଛନ୍ତି। ଜଣେ ବିଜେଡି ଏମ୍‌ପିଙ୍କ ସପକ୍ଷରେ ଭାଜପାର ଏଭଳି ଆଭିମୁଖ୍ୟ ପରେ ଭର୍ତ୍ତୃହରିଙ୍କ ଆଗାମୀ ରାଜନୈତିକ ନିଷ୍ପତ୍ତି ନେଇ ଆଲୋଚନା ଜୋର ଧରିଛି।

ଜୟନାରାୟଣ କହିଛନ୍ତି, ଭର୍ତ୍ତୃହରି ଜଣେ ଜ୍ଞାନୀ ଲୋକ। ତାଙ୍କର ଲୋକ ସଭା ପ୍ରଦର୍ଶନ ଅତ୍ୟନ୍ତ ଭଲ। ପ୍ରଧାନମନ୍ତ୍ରୀ ତାଙ୍କୁ ଉପବାଚସ୍ପତି କରିବା ଲାଗି ଚାହିଁଥିଲେ, କିନ୍ତୁ ସେ ହୋଇପାରିଲେ ନାହିଁ। ତାଙ୍କ ଦଳ ତରଫରୁ ଏଥିଲାଗି ଭର୍ତ୍ତୃହରିଙ୍କୁ ବିରୋଧ କରାଗଲା। ଏବେ ଯେଉଁମାନେ ରାଜ୍ୟ ଶାସନରେ ଅଛନ୍ତି ସେମାନେ ହିଁ କୌରବ। ଆମେ ପାଣ୍ଡବ ନା ନାହିଁ ଜାଣିନି କିନ୍ତୁ ଆମେ ଧର୍ମ ମାର୍ଗରେ ଅଛୁ ବୋଲି ଜୟନାରାୟଣ କହିଛନ୍ତି।

ବିଜେଡି ବିଧାୟକ ଭାଗୀରଥି ସେଠୀ କହିଛନ୍ତି, ଭର୍ତ୍ତୃହରି ବାବୁଙ୍କୁ କୌଣସି ପ୍ରକାର ଅବହେଳା କରାଯାଉନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କ ସହିତ ସୁସମ୍ପର୍କ ରଖିଛନ୍ତି। ସେ ଦଳରେ ବର୍ତ୍ତମାନ ଅଛନ୍ତି ଆଗକୁ ମଧ୍ୟ ରହିବେ। ପାଣ୍ଡବ ତ ସବୁବେଳେ ନ୍ୟାୟ ଧର୍ମରେ ଅଛନ୍ତି। ବିଜେଡି ସବୁବେଳେ ନ୍ୟାୟ ଧର୍ମରେ ରହିଛି। ତେଣୁ ସେମାନେ ଓଡ଼ିଶା ପାଇଁ ସବୁବେଳେ ଶକୁନିର କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ଦୀର୍ଘଦିନ ହେଲା ଭର୍ତ୍ତୃହରି ବାବୁ କଟକ ଲୋକ ସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଏହାସହ ବହୁ ପାର୍ଲାମେଣ୍ଟର ବିଭିନ୍ନ କମିଟିର ଉଚ୍ଚ ପଦପଦବୀରେ ଅଛନ୍ତି। ଜଣେ ଜ୍ଞାନୀ ଲୋକଙ୍କୁ ସମସ୍ତେ ପ୍ରଶଂସା କରିବେ ଏବଂ ଯେଉଁମାନେ ତାଙ୍କୁ ସହ୍ୟ କରିପାରୁ ନାହାନ୍ତି ସେମାନେ ତାଙ୍କୁ ନିନ୍ଦା କରିବେ। ତେଣୁ ଏହା ପ୍ରକୃତିର ସୃଷ୍ଟି, ତାଙ୍କ ଦଳ କଥାରେ ସେମାନେ ନିଷ୍ପତ୍ତି ନେବେ ବୋଲି ମୋକିମ୍‌ କହିଛନ୍ତି।

ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କହିଥିଲେ ଯେ, ୬ ଥର ଏମ୍‌ପି ଭାବେ ଜିତିଥିବା ନେତାଙ୍କୁ କେହି ଜଣେ ଯଦି କହିବ ସେ କାଉନସିଲର୍‌ ଜିତିପାରିବନି ତେବେ କ’ଣ ହେବ। ଏମିତି ମଝିରେ ମଝିରେ ହୁଏ। ଭର୍ତ୍ତୃହରିବାବୁଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଏବଂ ଦଳମତ ନିର୍ବିଶେଷରେ ଆଦର ରହିଛି ବୋଲି ଧର୍ମେନ୍ଦ୍ର କହିଥିଲେ। ଏହାର ଉତ୍ତରରେ ଭର୍ତ୍ତୃହରି କହିଥିଲେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ କାଳେ ମୋର ଅସୁବିଧା ହୋଇଯିବ ସେଥିଲାଗି ରହି ରହିକି କିଛି କହିଲେ ଆଉ ଅନେକ କଥା କହିଲେନି। ସେଥିଲାଗି ସେ ବସିବା ବେଳେ କହିଲି ଯାହା କହୁଥିଲେ ଟିକେ ଖୋଲିକି କହିଲେନି ବୋଲି ଭର୍ତ୍ତୃହରି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନ କାର୍ଡରୁ ବାଦ୍‌ ପଡିଲେ…

ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ପାଣିଘେରରେ ଛତ୍ରପୁର ପୌରପରିଷଦର ୩ ଅଞ୍ଚଳ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଗଭୀର ଅବପାତଜନିତ ବର୍ଷା ଲାଗିରହିଥିବା ବେଳେ ଛତ୍ରପୁର ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ଆସ୍ତେ ଆସ୍ତେ…

ଉପକୂଳ ଆଡ଼କୁ ମାଡିଆସୁଛି ଗଭୀର ଅବପାତ: IMDର ବଡ଼ ସୂଚନା, ଆଜି ରାତି ସୁଦ୍ଧା…

ଭୁବନେଶ୍ୱର,୨୩।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଡିପ ଡିପ୍ରେସନରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ…

ସମୁଦ୍ର ଅଶାନ୍ତ: ଜେଟିରେ ବୁଡ଼ିଲା ଡଙ୍ଗା, ସ୍ଥାନୀୟ ମତ୍ସ୍ୟଜୀବୀ…

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ଉପକୁଳ ଜେଟିରେ ବନ୍ଧା ହୋଇଥିବା ମାଛ ଡଙ୍ଗା ବୁଡ଼ିଯିବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ…

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?