ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ ଡ୍ଯାମ୍ ଡାକବଙ୍ଗଳାରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ୍ ଏବଂ ବିଭିନ୍ନ ବିଭାଗର ବହୁ ସଂଖ୍ୟକ ପଦାଧିକାରୀଙ୍କ ଉପସ୍ଥିତିରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ପ୍ରକଳ୍ପ ର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଘୋଡାହାଡ଼ ଡ଼୍ୟାମ ପାର୍ଶ୍ଵରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପାର୍କ ଏବଂ ବନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ଇକୋ ଟୁରିଜିମ ପ୍ରକଳ୍ପକୁ ବିଧାୟକ ବୁଲି ଦେଖିବା ସହ କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ସମସ୍ତ ପ୍ରକଳ୍ପ ର ଅଧିକା ବିକାଶ କରାଯିବ।ତେଣୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଗୁଣବତ୍ତା ଓ ସମୟୋଚିତ କାର୍ଯ୍ୟାନ୍ଵୟନ ସମ୍ପର୍କରେ ଯତ୍ନବାନ ହେବାକୁ ସେ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଦିଗପହଣ୍ଡିର ପ୍ରାଚୀନ ଲୋକ କଳାକୁ ଅଧିକ ସମୃଦ୍ଧ କରିବା ଏବଂ ନୂତନ ଭାବେ ଏକ ଭବ୍ୟ କଳାକୁଞ୍ଜ ନିର୍ମାଣ ସକାଶେ ଜିଲାପାଳ ଉପସ୍ଥିତ ଏନ୍ଏସି କାର୍ଯ୍ଯନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ପ୍ରକଳ୍ପ ନିମନ୍ତେ ତୁରନ୍ତ ଜାଗା ନିରୁପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ଷା ହେଲେ ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ୧୭ ନଂ ରାଜ୍ୟ ରାଜପଥ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି।
ବର୍ଷା ଜଳ ଓ ନର୍ଦ୍ଦମା ଜଳ ନିଷ୍କାସନ ନ ହେବା ଦ୍ବାରା ସେହି ମଇଳା ପାଣି ସେଠାକାର ବାସିନ୍ଦାଙ୍କ ଘରେ ପଶିବା ଦ୍ବାରା ସେମାନେ ନାହିଁ ନଥିବାର ସମ୍ମୁଖୀନ ହୋଇ ଆସୁଛନ୍ତି । ଯଥାଶୀଘ୍ର ପୂର୍ତ୍ତ ବିଭାଗ ପକ୍ଷରୁ ସେଠାରେ ଏକ ବ୍ରିଜ ନିର୍ମାଣ କରି ଜଳ ନିଷ୍କାସନ କିପରି ହୋଇପାରିବ ଏବଂ ସ୍ଥାନୀୟ ଲୋକ ଙ୍କ ଅସୁବିଧା ଦୂରୀଭୂତ ହୋଇପାରିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଦିଗପହଣ୍ଡି ନିକଟ ଘୋଡାହାଡ ଡ୍ୟାମରେ ହିଡରେ ଥିବା ଜଳସମ୍ପଦ ବିଭାଗୀୟ ପାର୍କକୁ ଅଧିକ ସମୃଦ୍ଧ କରାଯିବା ସହ ସେଠାରେ ଏକ ଅତ୍ୟାଧୁନିକ ବିଜ୍ଞାନ ପାର୍କ ନିର୍ମିତ କରିବା ପାଇଁଁ ଯୋଜନା ରହିଛି । ଏଠାକୁ ପରିଭ୍ରମଣରେ ଆସୁଥିବା ଛାତ୍ରୀଛାତ୍ର ପାର୍କର ପରିବେଶକୁ ଉପଭୋଗ କରିବା ସହ ବିଜ୍ଞାନ ଏବଂ ଦିଗପହଣ୍ଡି ଅଞ୍ଚଳର , ଇତିହାସ ବିଷୟରେ ଜାଣିପାରିବେ ବୋଲି ବିଧାୟକ କହିଥିଲେ। । ସେହିପରି ବାଘଲଟି ଡ୍ୟାମରେ ମଧ୍ୟ ନୂତନ ପାର୍କ ନିର୍ମାଣ କରାଯିବ ବୋଲିି ଜିଲାପାଳ କହିଥିଲେ। ହୋଇଥିଲା । ଦିଗପହଣ୍ଡି ର କେରାଣ୍ଡିି ମାଳ ପର୍ବତ ଶିଖର ରେ ପୂଜା ପାଉଥିବା ଅଧିଷ୍ଠାତ୍ରୀ ଦେବୀ ମା’ ନିଜ ବାଙ୍କେଶ୍ବରୀ ପୀଠ କୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପର୍ଯ୍ଯଟନ ସ୍ଥଳୀର ମାନ୍ୟତା ଦେଇଥିବା ବେଳେ ଏହି ଘାଟି ରାସ୍ତାଟି ଦୀର୍ଘବର୍ଷ ହେଲା ନିର୍ମାଣ ନ ହୋଇ ପଡି ରହିଛି । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯିବା ପାଇଁ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ଦିଗପହଣ୍ଡି ପୁଞ୍ଜିକଂୟା ଛକରେ କ୍ରମାଗତ ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରାଫିକ ସିଗ୍ନାଲ ବ୍ୟବସ୍ଥା , ଫ୍ଳାଇ ଓଭରବ୍ରିଜ ନିର୍ମାଣକୁ ନେଇ ବୈଠକରେ ବିଶେଷ ଆଲୋକପାତ କରାଯାଇଥିଲା ।
ବୈଠକରେ ବ୍ରହ୍ମପୁର ଉପ ଜିଲାପାଳ ଅବିନାଶ କୁମାର , ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର , ଚିକିଟି ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ. ସୁବ୍ରତ ପଟ୍ଟନାୟକ , ଘୋଡାହାଡ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଦାସ , ବାଘଲଟି ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. କିଶୋର ପାତ୍ର , ରାସ୍ତା ଓ କୋଠାବାଡ଼ି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ସୋମନାଥ ତ୍ରିପାଠୀ , ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ତାପସ କୁମାର ଦାସ , କନିଷ୍ଠ ଯନ୍ତ୍ରୀ ଇଂ. ମନୋଜ କୁମାର ମହାରଣା , ଘୋଡାହାଡ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଂ. କ୍ଷୀରୋଦ ବେହେରା , କନିଷ୍ଠ ଯନ୍ତ୍ରୀ ଇଂ. ରାଜକିଶୋର ପ୍ରଧାନ , ଇଂ. ଶ୍ବେତାମ୍ବର ପାତ୍ର ଙ୍କ ସମେତ ବହୁ ସଂଖ୍ୟକ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।

