କରୋନା ଭ୍ୟାକ୍ସିନ କେବେ ଆସିବ ତା’ର ସମୟ ଆମେ ସ୍ଥିର କରିପାରିବା ନାହିଁ: ମୋଦି

ନୂଆଦିଲ୍ଲୀ,୨୪ ।୧୧: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାର ନିୟନ୍ତ୍ରଣ ପାଇଁ ସରକାର ଏବେ ସତର୍କ ହୋଇ ଯାଇଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ବର୍ତ୍ତମାନର ସ୍ଥିତି ସମିକ୍ଷା କରିବାକୁ ଓ ଭ୍ୟାକ୍ସିନ ସମ୍ପର୍କିତ ରଣନୀତିକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ପ୍ରତିନିଧିଙ୍କ ସହ ଡିଜିଟାଲ ମାଧ୍ୟମରେ ଏକ ବୈଠକ କରିଛନ୍ତି । ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି କରୋନା ଭ୍ୟାକ୍ସିନକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କରୋନା ଭ୍ୟାକ୍ସିନ କେବେ ଆସିବ ତା’ର ସମୟ ଆମେ ସ୍ଥିର କରିପାରିବା ନାହିଁ । ଏହା ବୈଜ୍ଞାନିକଙ୍କ ହାତରେ ରହିଛି । କେତେଲୋକ ଭ୍ୟାକ୍ସିନକୁ ନେଇ ରାଜନୀତି କରୁଛନ୍ତି ଏହାକୁ ତ କେହି ବନ୍ଦ କରିପାରିବେ ନାହିଁ । ଆମେ କେବଳ ଏହାର ଅପେକ୍ଷା ରଖିବା । ଏହାସହ କରୋନା ମହାମାରୀ ଏବେ କିଛି ରାଜ୍ୟରେ ମାଡି ଚାଲିଥିବା ବେଳେ ଆମେ ସତର୍କ ରହିବା ଜରୁରୀ ବୋଲି ମୋଦି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧ ପ୍ରଦର୍ଶନ ସ୍ଥଳରେ ପ୍ଲାକର୍ଡ ଧରି କଲେ ବିବାହ

ଚେନ୍ନାଇ,୧୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାକରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଆଜିବି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ତାମିଲନାଡୁର...

ଯମ ଅଭିନୟରେ କରୋନା ସଚେତନତା କଲେ କଂସ ଅଭିନେତା ଭୁବନେଶ୍ବର

ବରଗଡ଼ ଅଫିସ,୧୬।୫: କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣକୁ ପ୍ରତିହତ କରିବା...

ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛେ ଆମେ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୩୧।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୧ ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ଆମେ ସ୍ବାଧିନତାର...

ପାଇପ୍‌ରେ କ୍ଷୀର ଯୋଗାଣ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବେଳେବେଳେ...

ବାଲ୍ୟବିବାହ କରିଥିବା ୩ ଭଉଣୀଙ୍କ ସମେତ ୫ ଜଣଙ୍କୁ ହତ୍ୟା

ଜୟପୁର,୨୯।୫: ରାଜସ୍ଥାନ ଜୟପୁର ଜିଲାର ଡୁଡୁ ସହରରେ ଥିବା ଏକ କୂଅରୁ ୩ ମହିଳା ଓ ୨ ଶିଶୁଙ୍କ ମୃତଦେହ ମିଳିଛି। ସେମାନଙ୍କୁ ଯୌତୁକ ପାଇଁ...

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌: ଆଜି ୩୬୮ ପଜିଟିଭ୍‌ ଚିହ୍ନଟ, ୭ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ସୋମବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ୩୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା...

ନାଥୁରାମଙ୍କୁ ଦେଶଭକ୍ତ କହିବା ଘଟଣା: ପ୍ରିୟଙ୍କା କହିଲେ ‘ହେ ରାମ୍‌’

ନୂଆଦିଲ୍ଲୀ, ୧୭।୫: ମାଲେଗାଁଓ ବିସ୍ଫୋରଣରେ ଅଭିଯୁକ୍ତ ତଥା ଭୋପାଳ ଲୋକସଭା ଆସନର ଭାଜପା ପ୍ରାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ...

ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ନୀରବ ପ୍ରାର୍ଥନା

ଭୁବନେଶ୍ୱର,୬ା୮(ବ୍ୟୁରୋ): କୋଭିଡ୍‌ ଯୋଦ୍ଧାମାନଙ୍କ ଉସତ୍ର୍ଗୀକୃତ ସେବା ଓ ସର୍ବଶ୍ରେଷ୍ଠ ତ୍ୟାଗ ପାଇଁ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଏବଂ ଆଗଧାଡିରେ ରହି ଦିନରାତି ସଂଗ୍ରାମ କରୁଥିବା...

Advertisement
Archives

Model This Week